
ଡିସେମ୍ବର ଶେଷ ସପ୍ତାହରେ ଅନେକ ଲୋକ ଛୁଟି ପାଳିବା ପାଇଁ ନିଜ ସାଙ୍ଗ ଏବଂ ସହପରିବାର ଲୋକଙ୍କ ସହିତ ବୁଲିବାକୁ ଯାଇଥାନ୍ତି। ଏହି ସମୟର୍ରେ ସୋସିଆଲ ମିଡିଆରେ ଏକ ପାହାଡ଼ି ଘାଟି ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିବାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋଏପରି ସେୟାର କରା ଯାଉଛ ଯେ ଏହା ସମ୍ପ୍ରତ୍ତି ସମୟର ଫୋଟୋ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ପୁରୁଣା ଅଟେ ଯାହାକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଭାରତରେ ରୋଜଗାର ପାଉନଥିବା ଗରିବ ଲୋକମାନେ, ମଜଦୁରି କାମ ଖୋଜିବା ପାଇଁ ହିମାଚଳ ପ୍ରଦେଶର ମନାଲି ଯାଉଥିବାରୁ ଅନେକ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଲାଗିରହିଛି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ ଆମକୁ ସମାନ ଫୋଟୋ ୧୧ ଜୁଲାଇ ୨୦୨୨ ରେ ‘ରେଡ୍ ଦି ହିମାଳୟ’ ନାମକ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଉପରୋକ୍ତ ଫୋଟୋର ନିମ୍ନରେ ଆମେ ‘ୟଶ ହାଣ୍ଡା’ ଲେଖା ଯାଇଥିବା ଦେଖିବାକୁ ପାଇଲୁ।
ଏହା ପରେ ଆମେ ୟଶ ହାଣ୍ଡାଙ୍କର ଏକାଉଣ୍ଟ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ୟଶ ହାଣ୍ଡାଙ୍କ ସହିତ Oyeghumnechal ଏକାଉଣ୍ଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ପାଇଲୁ। ଏହି ଫୋଟୋ ୨୭ ଜାନୁଆରୀ ୨୦୨୨ ରେ ପୋଷ୍ଟ ହେଇଥିଲା। ଏହି ଫୋଟୋରେ ୟଶ ହାଣ୍ଡା ନିଜେ କମେଣ୍ଟ କରି କହିଛନ୍ତି ଯେ ସେ ଏହି ଫୋଟୋ ୨ ଜାନୁଆରୀ ୨୦୨୨ ରେ ମନାଲୀ ରେ ନେଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୨୨ ମସିହାର ମନାଲୀର ଅଟେ ଯାହାକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି।

Title:ମନାଲୀର ଏକ ପୁରୁଣା ଟ୍ରାଫିକ୍ ଜାମ୍ ର ଫୋଟୋକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Missing Context
