ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

International Misleading

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେ ଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା ବେଳେ ଏହି ଯୁବକ ଗୁରୁତର ଆହତ ହୋଇଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ହମାସ ଆତଙ୍କବାଦୀ ମହମ୍ମଦ ମାହରୁଫ୍। ସେ ୭ ଅକ୍ଟୋବର, ୨୦୨୩ରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଛୋଟ ପିଲାମାନଙ୍କୁ ଖଣ୍ଡ ଖଣ୍ଡ କରି କାଟି ସେମାନଙ୍କ ମାଂସକୁ ଚୁଲିରେ ଫିଙ୍ଗି ଦେଇଥିଲା। ଇସ୍ରାଏଲ ତାଙ୍କୁ ହତ୍ୟା କରିନଥିଲା, ବରଂ ତାଙ୍କ ଉଭୟ ହାତ କାଟି ଦେଇଥିଲା, ଗୋଟିଏ କିଡନୀ କାଢି ନେଇଥିଲା ଏବଂ ତାଙ୍କ ସନ୍ତାନ ଜନ୍ମ କରିବା ପାଇଁ ଥିବା ଉପକରଣକୁ କାଟି ଦେଇଥିଲା, ଯାହା ଫଳରେ ତାଙ୍କୁ ଜୀବିତ ଛାଡି ଦେଇଥିଲା।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୩୧ ଅଗଷ୍ଟ ୨୦୨୪ ରେ ଆଲାମୀ ୱେବସାଇଟରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଯୁବକଙ୍କ ନାମ ହେଉଛି ଦିଆ-ଅଲ୍-ଅଦିନି। ୨୦୨୪ ରେ ହମାସ୍ ର ଗୋଟିଏ ଆପାର୍ଟମେଣ୍ଟ ଉପରେ ଇଜରାଏଲି ଆକ୍ରମଣରେ ସେ ଗୁରୁତ ଭାବରେ ଆଘାତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସା ଅଭାବ ଯୋଗୁଁ ଆହତମାନଙ୍କୁ ଜୀବିତ ରଖିବା ପାଇଁ ଡାକ୍ତରମାନେ ଅନେକ ରୋଗୀଙ୍କ ଅଙ୍ଗପ୍ରତ୍ୟଙ୍ଗ କାଟିବାକୁ ବାଧ୍ୟ ହେଇଥିଲେ।

ର୍ୟୁଟର୍ସ ରିପୋର୍ଟ ଅନୁଯାୟୀ, “ଅଗଷ୍ଟ 2024 ରେ, ଗାଜାର 15 ବର୍ଷୀୟ ଡିଆ ଅଲ-ଆଦିନି ଏକ ଅସ୍ଥାୟୀ କଫି ହାଉସରେ ଥିବା ସମୟରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଉଭୟ ହାତ ହରାଇଥିଲେ। ଏହି ଆକ୍ରମଣରେ ତାଙ୍କ ମାଉସୀ ଏବଂ ତାଙ୍କ ପରିବାରର ମଧ୍ୟ ଜୀବନ ହରାଇଥିଲେ। କୃତ୍ରିମ ହାତ ପାଇଁ ଫିଟ୍ ହୋଇଥିବା ସତ୍ତ୍ୱେ, ସେ ତାଙ୍କ ମାଉସୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରନ୍ତି। ଦିଆ ଅନ୍ୟ ପିଲାମାନଙ୍କ ପରି ବଞ୍ଚିବାକୁ, ଶିକ୍ଷା ଗ୍ରହଣ କରିବାକୁ ଏବଂ ଜୀବନକୁ ଉପଭୋଗ କରିବାକୁ ଇଚ୍ଛା କରନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା ବେଳେ ଏହି ଯୁବକ ଗୁରୁତର ଆହତ ହୋଇଥିଲେ। ଇଜରାଏଲ୍ ତାଙ୍କ ହାତ କାଟିଥିବା ଏବଂ କିଡନୀ ବାହାର କରିଥିବା ଦାବିରେ କୌଣସି ସତ୍ୟତା ନାହିଁ।

Result Stamp

Title: ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *