
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବିଲଡିଙ୍ଗରେ ନିଆଁ ଲାଗି ଘନ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ବିଲଡିଙ୍ଗ ହେଉଛି କତର ଦେଶର ଗ୍ଯାସ ପ୍ଳାଣ୍ଟ ଯାହା ଉପରେ ଆମେରିକା ଆକ୍ରମଣ କରିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଦକ୍ଷିଣ କୋରିଆର ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ଆମେରିକା କତରର ଗ୍ଯାସ ପ୍ଳାଣ୍ଟ ଉପରେ ଆକ୍ରମଣ କରିଥିବା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ନଭେମ୍ବର ୧୭, ୨୦୨୫ ରେ CNA ଦ୍ୱାରା ଫେସବୁକ୍ ପେଜରେ ଅପଲୋଡ୍ ହୋଇଥିବା ଏକ କ୍ଲିପରେ ଭାଇରାଲ୍ ଭିଡିଓ ପାଇଲୁ। ରିପୋର୍ଟ ଅନୁଯାୟୀ ନଭେମ୍ବର ୧୫, ୨୦୨୫ ରେ ଦକ୍ଷିଣ କୋରିଆର ଦକ୍ଷିଣ ଚୁଙ୍ଗଚେଓଙ୍ଗ ପ୍ରଦେଶର ଚିଓନାନରେ ଅବସ୍ଥିତ ସବୁଠାରୁ ବଡ଼ ଫ୍ୟାଶନ୍ ଲଜିଷ୍ଟିକ୍ସ ସେଣ୍ଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଲକ୍ଷ ଲକ୍ଷ ପୋଷାକ ପାଉଁଶ କରିଦେଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କୌଣସି ମୃତାହତ ହୋଇନଥିଲା, କାରଣ କର୍ମଚାରୀଙ୍କ ଆଗମନର କିଛି ଘଣ୍ଟା ପୂର୍ବରୁ ଅଗ୍ନିକାଣ୍ଡ ଘଟିଥିଲା।
ଦକ୍ଷିଣ କୋରିଆର ନ୍ୟୁଜ୍ ୱେବସାଇଟ୍, ନ୍ୟୁଜପ୍ୟାଚ୍ ର ରିପୋର୍ଟ ଅନୁଯାୟୀ, ଇ-ଲ୍ୟାଣ୍ଡ ଲଜିଷ୍ଟିକ୍ସ ଗୋଦାମରେ ଏହି ନିଆଁ ଲାଗିଥିଲା, ଯାହା ପୋଷାକ ଏବଂ ଜୋତାରେ ପରିପୂର୍ଣ୍ଣ ଥିଲା। ପ୍ରାୟ ନଅ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ଏବଂ କାହାରି ଜୀବନକୁ କୌଣସି କ୍ଷତି ହୋଇନଥିଲା।

ଆହୁରି, ଅଧିକ ଖୋଜିବା ପରେ, ଆମେ The Straits Times ର ୟୁଟ୍ଯୂବ ଚ୍ୟାନେଲରେ ଏକ ଭାଇରାଲ ଭିଡିଓ ପାଇଲୁ। ସେଠାରେ ମଧ୍ୟ, ଏହାକୁ ନଭେମ୍ବର ୧୭, ୨୦୨୫ ରେ ଦକ୍ଷିଣ କୋରିଆରେ ଅଗ୍ନିକାଣ୍ଡ ଭାବରେ ଚିହ୍ନଟ କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଦକ୍ଷିଣ କୋରିଆର ଏକ ଅଗ୍ନିକାଣ୍ଡର ପୁରୁଣା ଭିଡିଓକୁ ମଧ୍ୟପ୍ରାଚ୍ୟ ଯୁଧ୍ୟରେ ଆମେରିକା କତରର ଗ୍ଯାସ ପ୍ଳାଣ୍ଟ ଉପରେ ଆକ୍ରମଣ କରିଥିବା ଦାବି ସହିତ ସେୟାର କରା ଯାଉଛି।

