ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି। 

False Political

ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ ବାହାରିଲା ପରେ ସୋସିଆଲ ମିଡିଆରେ ବୁଲଡୋଜରର ଏକ ଭିଡିଓ ସେୟାର କରା ଯାଉଛି ଯେଉଁଥିରେ ଦାବି କରା ଯାଉଛି ଯେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଜିତିବା ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓଟି କୁ ଏହି ପରି ସେୟାର କରା ଯାଉଛି ଯେପରି କି ଲୋକେ ବୁଲଡୋଜରରେ ଷ୍ଟନ୍ଟ୍ ଦେଖାଇ ଆଦିତ୍ୟନାଥଙ୍କ ବିଜୟୀ ହେବା ଉତ୍ସବ ପାଳନ କରୁଛନ୍ତି। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଷ୍ଟନ୍ଟ୍ କରୁଥିବା ବୁଲଡୋଜରରେ ଆମକୁ ଲୋଭୋଲ ଲେଖା ଯାଇଥିବା ଦେଖଗିବାକୁ ମିଇଲା। 

ଏହା ପରେ ଆମେ ଗୁଗୁଲରେ ଏହି ସମ୍ବନ୍ଧିତ ସୂଚନା ଏକତ୍ର କରିଲୁ। ଲୋଭୋଲ ୱେବସାଇଟ ଅନୁଯାୟୀ ଏହା ଏକ ଚୀନର କମ୍ପାନୀ ଅଟେ। ଆମକୁ ଏହି କମ୍ପାନୀର ଫେସବୁକ ପେଜ୍ ମଧ୍ୟ ମିଳିଲା। ଏହି ପେଜରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ୱେଇଚାଇ ଲୋଭୋଲ ହେଭି ଇଣ୍ଡଷ୍ଟ୍ରି କମ୍ପାନୀ ଚାଇନାର କୃଷି ଉପକରଣ ଶିଳ୍ପର ଅଗ୍ରଣୀ ଅଟେଚାଇନାରେ ଲୋଭୋଲ ଏକମାତ୍ର ସ୍ଵାଧୀନ ବ୍ରାଣ୍ଡ ଯାହା ଆଧୁନିକ କୃଷି ପାଇଁ ସଂପୂର୍ଣ୍ଣ ଯାନ୍ତ୍ରିକ ସମାଧାନ ପ୍ରଦାନ କରିଥାଏ। 

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୪ ଜୁଲାଇ ୨୦୧୭ ରେ ଟିସିଏଚ୍ ନାମକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ଅନୁଯାୟୀ ଏହି ଭିଡିଓ ଚୀନର ଅଟେ ଯେଉଁଥିରେ ୧୭ ଟନ୍ ର ଏକ ବୁଲାଡୋଜର ଏକ ଟେକ୍ନୋଲୋଜି ଶୋ ରେ ଏପରି ଷ୍ଟନ୍ଟ୍ କରିଥିଲା। 

୨୪ ଜୁନ୍ ୨୦୧୭ ରେ ଜଣେ ସମାନ ଭିଡିଓକୁ ପୋଷ୍ଟ କରି କହିଛନ୍ତି ଯେ ଏହା ବାଉମା ର ଏକ ପ୍ରଦର୍ଶନୀରେ ଦାନ୍ସ କରୁଥିବା ଲୋଭୋଲ ବୁଲଡୋଜର ଅଟେ।  

ଯେତେବେଳେ ଆମେ ବଉମା ର ଏହି ପ୍ରଦର୍ଶନୀ ବିଷୟରେ ଅନୁସନ୍ଧାନ କରିଲୁ ଆମେ ଜାଣିବାକୁ ପାଇଲୁ ଯେ ଏହି ମେଳା ନିର୍ମାଣ ଜନ୍ତ୍ର, ନିର୍ମାଣ ସାମଗ୍ରୀ ମେଶିନ୍, ଖଣି ଜନ୍ତ୍ର ଇତିୟାଦୀର ଏକ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅଟେ। 

ପ୍ରଦର୍ଶନ କରୁଥିବା ବୁଲଡୋଜରର ଭିଡିଓକୁ ବାଉମା ନେଟୱାର୍କ ୨୦୧୬ ରେ ନିଜ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ କରିଥିଲା। ବାଉମା ଚୀନ ଏକ ପ୍ରମୁଖ ବାଣିଜ୍ୟ ମେଳା ଅଟେ। ଏହି ମେଳା ୨୦୧୬ ମସିହାରେ ଚୀନର ଶାଙ୍ଘାଇ ସହରରେ ଆୟୋଜିତ ହୋଇଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏହି ଭିଡିଓର ଯୋଗୀ ଆଦିତ୍ୟନାଥ କିମ୍ବା ଉତ୍ତରପ୍ରଦେଶ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓ ୨୦୧୬ ମସିହାରେ ଚୀନରେ ହୋଇଥିବା ଏକ ବାଣିଜ୍ୟ ମେଳାର ଭିଡିଓ ଅଟେ।

Avatar

Title:ଚୀନର ଏକ ବୁଲଡୋଜର ପ୍ରଦର୍ଶନ ଭିଡିଓକୁ ଉତ୍ତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟୀ ହେବା ସହିତ ଯୋଡି ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *