
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ହସ୍ପିଟାଲରେ ଦୁଇଟି ଲୋକ ଜଣେ ମହିଳାଙ୍କ ଶରୀରକୁ ଭାଙ୍ଗିବାର ଚେଷ୍ଟା କରୁଥିବା ଜଣା ପଡ଼ୁଛି। ଦାବି କରି ଏପରି ପୋଷ୍ଟ ସେୟାର କରା ଯାଇଛି ଯେ ଏହା ଓଡ଼ିଶା ର ଘଟଣା ଯାହା ନିକଟରେ ଘଟିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ପ୍ରାୟ ୧୦ ବର୍ଷ ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟ ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ହୃଦୟବିଦାରକ ଛବି ଯାହା ଆପଣ ଦେଖୁଛନ୍ତି, ଏହା ଓଡ଼ିଶା ରାଜ୍ୟର ଅଟେ। ଏହି ମହିଳାଙ୍କ ମୃତଦେହକୁ ଭାଙ୍ଗି ମୋଡ଼ି ଏକ ବସ୍ତାରେ ପୁରାଯାଉଛି, ମୃତଦେହକୁ କାନ୍ଧରେ ବୋହି ସହଜରେ ନିଜ ଗାଁକୁ ନେଇଯାଇ ପାରିବେ, କାରଣ ହସ୍ପିଟାଲରେ ଆମ୍ବୁଲାନ୍ସ ନାହିଁ।”
Facebook | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୦୨୦ ରେ ଟୁଇଟ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଲେଖା ଯାଇଛି, “ମୋଦିଜୀ ଏପରି ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ଚାହୁଁଛନ୍ତି ଯେ କୌଣସି ସରକାରୀ ସୁବିଧା ନପାଇବା ହେତୁ, ପୁଅ ତାଙ୍କ ମାଆଙ୍କ ମୃତଦେହକୁ ହାତ ଗୋଡ ଭାଙ୍ଗି ବ୍ୟାଗରେ ଭର୍ତ୍ତି କରି ବୋହି ନେଉଛି। ଏହି ଘଟଣା ଓଡିଶାରୁ ରିପୋର୍ଟ କରାଯାଉଛି।”
ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୬ ଅଗଷ୍ଟ ୨୦୧୬ ରେ ଜନସତ୍ତା ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନନୁଯାୟୀ, ୨୦୧୬ ମସିହାରେ, ଓଡ଼ିଶାର ସୋରୋ ରେଳ ଷ୍ଟେସନ୍ ନିକଟରେ ଟ୍ରେନ ସହିତ ଧକ୍କା ହେବା ପରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବା ଏବଂ ଉପଯୁକ୍ତ ସୁବିଧା ଅଭାବରୁ, ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପ୍ରାୟ ୩୦ କିଲୋମିଟର ଦୂର ବାଲେଶ୍ୱର ଜିଲ୍ଲା ହସ୍ପିଟାଲକୁ ନେବା ଆବଶ୍ୟକ ପଡ଼ିଥିଲା। କର୍ମଚାରୀମାନେ ତାଙ୍କୁ ଏକ ଚାଦରରେ ଗୁଡ଼ାଇବା ପାଇଁ ତାଙ୍କ ଅଣ୍ଟା ଏବଂ ଗୋଡର ହାଡ଼ ଭାଙ୍ଗି ଦେଇଥିଲେ ଏବଂ ତାଙ୍କୁ ଏକ ବାଉଁଶ ଖୁଣ୍ଟରେ ବାନ୍ଧି ଦେଇଥିଲେ। ତା’ପରେ ସେମାନେ ତାଙ୍କ ମୃତଦେହକୁ ପ୍ରାୟ ୨ କିଲୋମିଟର ଧରି ରେଳ ଷ୍ଟେସନକୁ ବୋହି ଟ୍ରେନରେ ପଠାଇଥିଲେ। ଏହି ଘଟଣା ଜନ ଅସନ୍ତୋଷ ସୃଷ୍ଟି କରିଥିଲା, ତାଙ୍କ ପୁଅ ତାଙ୍କ ମାଆଙ୍କ ପ୍ରତି ଅସମ୍ମାନ ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ପ୍ରାୟ ୧୦ ବର୍ଷ ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ଓଡ଼ିଶାରେ ଏକ ମୃତ ମହିଳାଙ୍କ ଶରୀରକୁ ଭାଙ୍ଗି ବସ୍ତାରେ ପୁରାଉଥିବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Missing Context
