
ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଖବର ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଡାକ୍ତରଖାନାରେ ଅନେକ ମହିଳାଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଭାଇରାଲ ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ବାଂଲାଦେଶରୁ ଆସିଛି ଯେଉଁଠାରେ ମୁସଲମାନମାନେ ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ବଳାତ୍କାର କରିଛନ୍ତି ଏବଂ ପରେ ସେମାନଙ୍କୁ ହତ୍ୟା କରି ତାଙ୍କ ମୃତ ଶରୀର ଫୋପାଡ଼ି ଦେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବାଂଲାଦେଶ ର ଭୟାବହ ଉନ୍ମୁତ କାଣ୍ଡ ଦେଖି ହେବନି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ୩ ଜୁଲାଇ ୨୦୨୪ ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ପାଇଲୁ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଭିଡିଓ ସମ୍ପ୍ରତି ନୁହେଁ। ବାଂଲାଦେଶରେ, ଅଗଷ୍ଟ ୨ ରେ ଶେଖ ହସିନା ଦେଶ ଛାଡିବା ପରଠାରୁ ହିନ୍ଦୁ ବିରୋଧୀ ହିଂସା ସମ୍ପର୍କରେ ଖବର ଜାରି ରହିଛି। କିନ୍ତୁ ଏହି ଭିଡିଓ ସେହି ଘଟଣାର ଏକ ମାସ ପୂର୍ବରୁ ୟୁଟ୍ୟୁବରେ ଉପଲବ୍ଧ ଅଛି।
ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା ଉତ୍ତରପ୍ରଦେଶର ହାଥରସ ରେ ଭୋଲେ ବାବାଙ୍କ ସତସଙ୍ଗ ପରେ ଭିଡ଼ ମଧ୍ୟରେ ଦଳାଚକଟା ଷ୍ଟିଠି ହୋଇଥିଲା।
ସମାନ ଭିଡିଓ Zee MPCG ର ଫେସବୁକ୍ ପେଜରେ ମଧ୍ୟ ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି ଯେ ହାଥ୍ରାସରେ ଏକ ଧାର୍ମିକ କାର୍ଯ୍ୟ ସମୟରେ ଦଳାଚକଟା ହୋଇଥିଲା।
ରିପୋର୍ଟ ଅନୁଯାୟୀ, ୨ ଜୁଲାଇ ୨୦୨୪ ରେ, ଉତ୍ତରପ୍ରଦେଶର ହାଥ୍ରାସ ଜିଲ୍ଲାର ପୁଲ୍ରାଇ (ଫୁଲାରୀ) ଗାଁରେ ପ୍ରଚାରକ ସୁରଜ ପାଲ ସିଂଙ୍କ (ଭୋଲେ ବାବା) ନେତୃତ୍ୱରେ ଏକ ସତସଙ୍ଗ ଆୟୋଜିତ ହୋଇଥିଲା ଯେଉଁଥିରେ ଲୋକମାନେ ଦଳାଚକଟା ହୋଇ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ଅତି କମରେ ୧୨୦ ଲୋକ, ମୁଖ୍ୟତଃ ମହିଳା ଏବଂ ଶିଶୁ ପ୍ରାଣ ହରାଇଥିଲେ।
ଏହା ବ୍ୟତୀତ, ଆମେ ଇଣ୍ଡିଆ ଟୁଡେରେ ସତସଙ୍ଗରେ ଦଳାଚକଟା ସମ୍ବନ୍ଧୀୟ ସମ୍ବାଦ ରିପୋର୍ଟ ମଧ୍ୟ ପାଇଲୁ, ଯେଉଁଥିରେ ଭାଇରାଲ୍ ଭିଡିଓ ପରି ଚିତ୍ର ରହିଛି। ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ସିକନ୍ଦରା ରାଓ ଟ୍ରମା କେନ୍ଦ୍ରରୁ ଆସିଛି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଭାଇରାଲ ଭିଡିଓ ଏବଂ ଫଟୋଗ୍ରାଫକୁ ଆମେ ବିଶ୍ଳେଷଣ କରିଲୁ, ଯେଉଁଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଭିଡିଓ ବାଂଲାଦେଶର ନୁହେଁ। ଏହା ଉତ୍ତରପ୍ରଦେଶର ହାଥ୍ରାସର ଅଟେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।

Title:ହାଥରସରେ ଦଳାଚକଟାର ପୁରୁଣା ଘଟଣାକୁ ବାଂଲାଦେଶରେ ହିନ୍ଦୁ ମହିଳାଙ୍କ ଉପରେ ହେଉଥିବା ହିଂସା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
