ପୁରୁଣା ଅସମ୍ପର୍କୀୟ ଫୋଟୋକୁ ନିକଟରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ ହେବା ଘଟଣା ସହିତ ଯୋଡ଼ି ଭାଇରାଲ କରା ଯାଉଛି। 

Partly False Social

ନିକଟରେ ଇଣ୍ଡିଗୋ ୧୦୦୦ ରୁ ଉର୍ଦ୍ଧ ବିମାନ ବାତିଲ କରିବା ପରେ ଅନେକ ଲୋକଙ୍କୁ ଏହା ନେଇ ଅସୁବିଧାର ସାମନା କରିବାକୁ ପଡ଼ିଛି। ଲୋକେ ଏୟାରପୋର୍ଟ ରେ ଇଣ୍ଡିଗୋ କର୍ମଚାରୀଙ୍କ ସହ ଝଗଡ଼ା କରୁଥିବା ଏବଂ ସହ ସହ ଲୋକେ ବିମାନ ର ଅପେକ୍ଷାରେ ସେଠାରେ ବସି ରହିଥିବା ମଧ୍ୟ ନଜର ଆସିଛନ୍ତି। 

ଏହି ପ୍ରସଙ୍ଗରେ କିଛି ଲୋକେ ବିମାନ ନିକଟରେ ବସିଥିବା ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋ ସେୟାର କରି ଏପରି ଦାବି କରା ଯାଉଛି ଯେପରି କି ଏହା ସମ୍ପ୍ରତି ସମୟର ଇଣ୍ଡିଗୋ ବିମାନ ବାତିଲ ପର ର ଘଟଣା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୧୫ ମଇ ୨୦୧୮ ରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟରେ ଲେଖାଯାଇଛି, “ଝଡ଼ ତୋଫାନ ଆଇଜିଆଇ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ କରିଥିଲା ​​ଏବଂ ୭୦ ରୁ ଅଧିକ ବିମାନକୁ ସ୍ଥାନାନ୍ତରିତ କରିଥିଲା। ସୂତ୍ର ଅନୁଯାୟୀ, ଦିଲ୍ଲୀରୁ ବାଙ୍ଗାଲୋର ଯାଉଥିବା ଏକ ବିମାନର ଯାତ୍ରୀମାନଙ୍କୁ ବିମାନରେ କର୍ମଚାରୀ ଉପଲବ୍ଧ ନ ଥିବାରୁ ସାତ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଥିଲା।”

ଇଣ୍ଡିଗୋର ବିମାନ ୬ଇ ୨୯୭୭ ଦିଲ୍ଲୀରୁ ବାଙ୍ଗାଲୋର ଉଡ଼ାଣ ଭରିବା କଥା ଥିଲା, କିନ୍ତୁ ପ୍ରାୟ ସାତ ଘଣ୍ଟା ପରେ ଉଡ଼ାଣ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କୁ ପ୍ରଥମେ ସଟଲରେ ଏବଂ ପରେ ବିମାନ ଭିତରେ ଅପେକ୍ଷା କରିବାକୁ ପଡିଥିଲା।

“କ୍ରୁଙ୍କ ଅନୁପସ୍ଥିତି ଯୋଗୁଁ ୭ ଘଣ୍ଟା ପାଇଁ ଟାରମାକ୍ ଉପରେ ଫସି ରହିଥିବା ଇଣ୍ଡିଗୋ ଯାତ୍ରୀ” ଶୀର୍ଷକ ସହିତ ସମାନ ଫୋଟୋ ୨୦୧୮ ରେ ଦି ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ହେଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ସମ୍ପ୍ରତି ସମୟର ନୁହେଁ। ଏହା ୨୦୧୮ ମସିହାର ପୁରୁଣା ଘଟଣା ଯାହାକୁ ନିକଟରେ ଇଣ୍ଡିଗୋ ବିମାନ ବାତିଲ ହେବା ଘଟଣା ସହିତ ଯୋଡ଼ି ସେୟାର କରା ଯାଉଛି। 

Avatar

Title:ପୁରୁଣା ଅସମ୍ପର୍କୀୟ ଫୋଟୋକୁ ନିକଟରେ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ ହେବା ଘଟଣା ସହିତ ଯୋଡ଼ି ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result:Partly False

Leave a Reply

Your email address will not be published. Required fields are marked *