ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

False Political

ପୋଲିସ ଘରୁ ଟାଣି ଆଣି ରାସ୍ତାରେ କିଛି ଯୁବକଙ୍କୁ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତିମାନେ RSS କୁ ଧମକ ଦେଇଥିଲେ, ଯାହା ଫଳରେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଚିହ୍ନଟ କରି ମାରୁଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ସନ୍ଧ୍ୟା ପାଞ୍ଚଟାରେ ଧମକ ଦେଇଥିଲେ ଆର ଏସ ଏସ କୁ କାଟିବା ପାଇଁ। ଦୁଇଘଣ୍ଟା ଭିତରେ ଯୋଗିଜି ଙ୍କ ପୋଲିସ ତୁରନ୍ତ ଆକ୍ସନ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ କ୍ଲିପ୍ ର ଏକ ଲମ୍ବା ଭିଡିଓ ୨୦୨୩ ରେ ଫେସବୁକ ରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “କାଲି ବଦୋଦରା ରାମନବମୀ ରାଲି ଉପରେ ପଥର ଫୋପାଡ଼ିବାର ଫଳାଫଳ।” ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

ଉପରୋକ୍ତ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଗୋଟିଏ ପୋଲିସ କାରର ପଞ୍ଜୀକରଣ ନମ୍ବର ‘ଟିଏସ (TS)’ ରୁ ଆରମ୍ଭ ହୋଇଛି। TS ହେଉଛି ତେଲଙ୍ଗାନା ଷ୍ଟେଟ୍ ର ପଞ୍ଜୀକରଣ ନମ୍ବର।

ଏହା ପରେ ଆମେ ଅନ୍ୟ ଏକ ସ୍ଥାନରେ ଗୋଟିଏ ଦୋକାନର ନାମ ‘ଶଫ୍ଫାଫ’ ବୋଲି ଲେଖା ଯାଇଥିବା ପାଇଲୁ। ଆମେ ଗୁଗୁଲ ମ୍ୟାପ୍ ରେ ସେହି ଦୋକାନକୁ ସର୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଦୋକାନ ଏବଂ ସ୍ଥାନ ହାଇଦ୍ରାବାଦ ସହରର ବନଜ୍ଜା ଗଳି ୨ ରେ ଅବସ୍ଥିତ। ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପ୍ ରେ ଏହି ଦୋକାନକୁ ଦେଖି ପାରିବେ।

ଆମେ ଅନ୍ୟ ଏକ ବିଲଡିଙ୍ଗରେ ଉର୍ଦୁ ଭାଷାରେ କିଛି ଲେଖା ହୋଇଥିବା ପାଇଲୁ। ସମାନ ବିଲଡିଙ୍ଗ ଆମେ ହାଇଦ୍ରାବାଦର ଗୁଗୁଲ ମ୍ୟାପ୍ ରେ ମଧ୍ୟ ଦେଖିବାକୁ ପାଇଲୁ। ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରେ ଥିବା ବିଲଡିଙ୍ଗ ଏବଂ ମ୍ୟାପ୍ ରେ ମିଳିଥିବା ବିଲଡିଙ୍ଗ ମଧ୍ୟରେ ସମାନତା ଦେଖି ପାରିବେ।

ଉପରୋକ୍ତ ତଥ୍ୟରୁ ପ୍ରମାଣିଥେଉଛି ଯେ ଭାଇରାଲ ହେଉଥିବା ଭିଡିଓର ଘଟଣାଟି ଉତ୍ତରପ୍ରଦେଶର ନୁହେଁ ବରଂ ହାଇଦ୍ରାବାଦ ସହରର ଅଟେ।

ତେବେ ଘଟଣାଟି କ’ଣ? 

ଏହା ଜାଣିବା ପାଇଁ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୫ ଅଗଷ୍ଟ ୨୦୨୨ ରେ ନ୍ୟୁଜ୍ ମିନିଟ୍ ୱେବସାଇଟରେ ସମାନ ଘଟଣା ବିଷୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ପାଇଲୁ।

ରିପୋର୍ଟ ଅନୁଯାୟୀ ନବୀ ମୋହମ୍ମଦଙ୍କୁ ନେଇ ବିଧାୟକ ରାଜା ସିଂ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ପରେ ତାଙ୍କୁ ଗିରଫ କରା ଯାଇଥିଲା। ପଛେ କୋର୍ଟ ତାଙ୍କୁ ଜେଲ୍ ରୁ ମୁକ୍ତି କରିଥିଲେ। ରାଜା ସିଂଙ୍କ ମୁକ୍ତି ନେଇ ଦଙ୍ଗା ସମ୍ଭାବନା ଉତପନ ହୋଇପାରେ ବୋଲି ପୋଲିସ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କୁ ଗିରଫ କରିଥିଲା ଯେଉଁ ମାନେ ପୂର୍ବରୁ ଏହି ଘଟଣା ନେଇ ବିରୋଧ କରିଥିଲେ।

ପୋଲିସ୍ କର୍ମଚାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରିବା ସହ କେତେକ ମାମଲାରେ ଲୋକଙ୍କ ଘରେ ପଶି ହିଂସାକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ବିକ୍ଷୋଭକାରୀଙ୍କୁ ଗିରଫ କରିବା ପାଇଁ ଅନେକ ଅଭିଯୋଗ ଆସିଥିଲା।

ସମାନ ଘଟଣା ବିଷୟରେ ସିଆସତ୍ ଡେଲି ନିଜ ଟୁଇଟର ହେଣ୍ଡେଲରେ ୨୫ ଅଗଷ୍ଟ ୨୦୨୨ ରେ ଟୁଇଟ କରିଥିଲା। ଏହି ଟୁଇଟରେ ଆମେ ସମାନ ଭାଇରାଲ ଭିଡିଓ ଦେଖି ପାରିବା।

ଟୁଇଟରେ କୁହା ଯାଇଛି, “ବୁଧବାର ରାତିରେ ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ପ୍ରାୟ ୭.୩୦ – ୮ ଟା ବେଳେ କେତେକ ଡଜନ ବିରୋଧୀଙ୍କୁ ଅଟକ ରଖିଥିଲା। ଏହା ପରେ, କିଛି ଶହ ଲୋକ ଉଠାଇ ନେଇଥିବା ଲୋକଙ୍କୁ ମୁକ୍ତ କରିବାକୁ ଦାବି କରି ବିରୋଧ କରିଥିଲେ।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ହାଇଦ୍ରାବାଦର ଏକ ପୁରୁଣା ଘଟଣା ଯାହାକୁ ସମ୍ପ୍ରତି ସମୟରେ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ହାଇଦ୍ରାବାଦର ଏକ ପୁରୁଣା ଘଟଣାକୁ ଉତ୍ତରପ୍ରଦେଶ ପୁଲିସ RSS କୁ ଧମକ ଦେଇଥିବା ଲୋକଙ୍କୁ ମାରୁଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *