ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓକୁ ବଜରଙ୍ଗ ଦଳ ସମର୍ଥକ ମାନେ ପଶ୍ଚିମବଙ୍ଗ ଅଗ୍ରସର କରୁଥିବା ଦାବି ସହିତ ସେୟାର କରା ଯାଉଛି।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ବାଇକ୍ ରାଲିର ଏକ ଭିଡିଓ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାସ୍ତାରେ ପୋଲିସ ଉପସ୍ଥିତ ଥିବା ସମୟରେ ଲୋକଙ୍କ ଏକ ବିଶାଳ ସମାଗମ ବାଇକ୍ ରାଲି କରୁଛନ୍ତି। ଦାବି କରା ଯାଉଛି ଯେ ଏହି ଲୋକମାନେ ବଜରଙ୍ଗ ଦଳ ସଦସ୍ୟ ଏବଂ ବାଇକ୍ ରେ ପଶ୍ଚିମବଙ୍ଗର ଦଙ୍ଗା ପୀଡ଼ିତ ଅଞ୍ଚଳ ମୁର୍ଶିଦାବାଦ ଅଗ୍ରସର ହେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବଜରଙ୍ଗ ଦଳ ସଦସ୍ୟ ମାନେ ପଶ୍ଚିମବଙ୍ଗ ଅଗ୍ରସର ହେଉଥିବା ଭିଡିଓ ନୁହେଁ। ଏହା ମହାରାଷ୍ଟ୍ରର ସାଙ୍ଗଳୀ ର ଏକ ପୁରୁଣା ଭିଡିଓ ଯେଉଁଠାରେ ଲୋକ ମାନେ ବାଇକ୍ ରେ କର୍ଣ୍ଣାଟକର ଏକ ବାର୍ଷିକ ମେଳାରୁ ଫେରୁଥିଲେ।

କ’ଣ ଦାବି କରା ଯାଇଛି ପୋଷ୍ଟ ରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ରୁ ହଜାର ହଜାର ସଂଖ୍ୟାର ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ପଶ୍ଚିମବଙ୍ଗ ର ମୁର୍ଶୀଦାବାଦ ଆଡକୁ ଅଗ୍ରସର। କୌଣସି ସରକାର କୌଣସି ଦଳ କୌଣସି ପୋଲିସ ଆପଣ ଙ୍କୁ ବଞ୍ଚାଇବ ନାହିଁ।କେବଳ ଆପଣ ଙ୍କ ଏକତା,ଏକଜୁଟତା ହିଁ ଆପଣଙ୍କୁ ସୁରକ୍ଷା ଦେବ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୭ ଫେବ୍ରୁୟାରୀ ୨୦୨୫ ର ଗୋଟିଏ ଇଂଷ୍ଟାଗ୍ରାମ୍ ପୋଷ୍ଟ ମିଳିଲା। ପୋଷ୍ଟରେ ଜଣେ ୟୁଜର ସାଙ୍ଗଳୀ ପୋଲିସକୁ ଧନ୍ୟବାଦ ଦେଇଛନ୍ତି।

https://www.instagram.com/p/DGKW6X3TBX4

୧୯ ଫେବୃଆରୀ ୨୦୨୫ ରେ ୟୁଟ୍ୟୁବ ରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ରିପୋର୍ଟ ପାଇଲୁ। ଭିଡିଓର ବର୍ଣ୍ଣନାରେ ଲେଖା ଅଛି, “ସାଙ୍ଗଲିରେ, ମାତ୍ର ଚାରି ଜଣ ପୋଲିସ ଅଧିକାରୀ ଅନେକ ସଂଖ୍ୟା ରେ ବାଇକ୍ ରାଲି କରୁଥିବା ଲୋକଙ୍କୁ ଘଉଡ଼ାଇ ଦେବାରେ ସଫଳ ହୋଇଥିଲେ, ଯାହା ଫଳରେ ଏକ ସମ୍ଭାବ୍ୟ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇପାରିଲା ନାହିଁ। ଏହି କାର୍ଯ୍ୟାନୁଷ୍ଠାନ ଏକ ବଡ଼ ସଙ୍କଟକୁ ଏଡାଇ ଦେଇଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, “କର୍ଣ୍ଣାଟକର ଏକ ବାର୍ଷିକ ମେଳାରୁ ରାତି ୨ ଟାରେ ହର୍ଣ୍ଣ ବଜାଇ ଏବଂ ଜୟଧ୍ୱନି କରି ସାଙ୍ଗଲି ଫେରୁଥିବା ଶହ ଶହ ମୋଟରସାଇକେଲ ଆରୋହୀ ପୋଲିସ କାର୍ଯ୍ୟାନୁଷ୍ଠାନର ସାମନା କରିଲେ। ପୋଲିସ ମୋଟରସାଇକେଲ ଆରୋହୀଙ୍କ ଉପରେ ଲାଠିଚାର୍ଜ କରିଥିଲା ​​ଏବଂ ପ୍ରାୟ ୪୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଅନେକ ଲୋକ ସେମାନଙ୍କର ଦୁଇଚକିଆ ଗାଡ଼ି ମଧ୍ୟ ଛାଡ଼ି ଦେଇଥିଲେ।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ବଜରଙ୍ଗ ଦଳ ସଦସ୍ୟ ମାନେ ପଶ୍ଚିମବଙ୍ଗ ଅଗ୍ରସର ହେଉଥିବା ଭିଡିଓ ନୁହେଁ। ଏହା ମହାରାଷ୍ଟ୍ରର ସାଙ୍ଗଳୀ ର ଏକ ପୁରୁଣା ଭିଡିଓ ଯେଉଁଠାରେ ଲୋକ ମାନେ ବାଇକ୍ ରେ କର୍ଣ୍ଣାଟକର ଏକ ବାର୍ଷିକ ମେଳାରୁ ଫେରୁଥିଲେ।

Avatar

Title:ମହାରାଷ୍ଟ୍ରର ଏକ ପୁରୁଣା ଭିଡିଓକୁ ବଜରଙ୍ଗ ଦଳ ସମର୍ଥକ ମାନେ ପଶ୍ଚିମବଙ୍ଗ ଅଗ୍ରସର କରୁଥିବା ଦାବି ସହିତ ସେୟାର କରା ଯାଉଛି।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *