
ଲୋକମାନେ ଭୟଭୀତ ହୋଇ, ପ୍ରାଣ ରକ୍ଷା କରିବା ପାଇଁ ଦୌଡ଼ୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ସେହି ସମୟରେ ଏକ ବିଶାଳ ଧୂଆଁ/ଧୁଳି ମଧ୍ୟ ଉଠିଥିଲା। ଦାବି କରା ଯାଉଛି ଯେ ଏହା ରୁଷିଆରେ ନିକଟରେ ହୋଇଥିବା ଭୂମିକମ୍ପର ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି।
ନିମ୍ନରେ ଆପଣ ମାନେ ଭାଇରାଲ ପୋଷ୍ଟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିଲୁ ଯେ ଭିଡିଓରେ ଥିବା ସ୍ଥାନ ଗୁଡ଼ିକରେ NYC ଯାହା ନ୍ୟୁୟର୍କ ସିଟି ବୋଲି ଜଣା ଯାଏ, ଲେଖା ଯାଇଛି। ସେଠାରେ ଥିବା ଏକ ଗାଡ଼ିରେ ମଧ୍ୟ NYPD, ଯାହା ନ୍ୟୁୟର୍କ ପୋଲିସ ଦେପାର୍ଟମେଣ୍ଟ ବୋଲି ଜଣା ଯାଏ, ତାହା ଲେଖା ହୋଇଥିବା ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।
ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କୃଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ CBS 8 ନ୍ୟୁଜ୍ ୱେବସାଇଟରେ ୧୦ ସେପ୍ଟେମ୍ବର ୨୦୨୧ ମସିହାରେ ପ୍ରକାଶ ପାଇଥିବା ମିଳିଲା।
ଆମେ YouTube ରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ପାଇଲୁ ଯାହାର କ୍ୟାପସନରେ ଲେଖା ଯାଇଛି Lower Manhattan ୧୧ ସେପ୍ଟେମ୍ବର ୨୦୦୧ ଦକ୍ଷିଣ ଟାୱାର ଭୁଶୁଡ଼ି ପଡ଼ିଲା। ଏହା ସୂଚିତ କରେ ଯେ ଏହା ଆମେରିକାରେ ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣର ଏକ ଭିଡିଓ।
ଅଧିକ ସର୍ଚ୍ଚ କରିବା ପରେ ଆମେ ଭାଇରାଲ୍ ଭିଡିଓର ଏକ ଲମ୍ବା ସଂସ୍କରଣ ପାଇଲୁ, ଯେଉଁଥିରେ ‘ଫକ୍ସ 5’ ର ଲୋଗୋ ଅଛି। ବର୍ଣ୍ଣନା ଅଂଶରେ କୁହାଯାଇଛି ଯେ “ଦକ୍ଷିଣ ଟାୱାର ଭୁଶୁଡ଼ିବା ଭିଡିଓ ଫୁଲ୍ଟନ୍ ଷ୍ଟ୍ରିଟ୍ ରୁ WTC ଆଡକୁ ଚାହିଁ କିଛି ବ୍ଲକ୍ ପୂର୍ବରେ ନିଆଯାଇଥିଲା।” ଏହି ଭିଡିଓଟି ୧୧ ସେପ୍ଟେମ୍ବର ୨୦୦୧ ରେ ଫକ୍ସ ୫ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହୋଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୯/୧୧ ରେ ଆମେରିକା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି।
Title:୯/୧୧ ରେ ଆମେରିକା ଉପରେ ହୋଇଥିବା ଆକ୍ରମଣର ଭିଡିଓକୁ ନିକଟରେ ରୁଷିଆରେ ଘଟିଥିବା ଭୂମିକମ୍ପ ଦାବି ସହିତ ସେୟାର କରା ଯାଉଛି
Fact Check By: Siddharth SahuResult: False


