ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।

Communal Missing Context

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ପରସ୍ପର ଉପରେ ପଥର ପିଙ୍ଗୁଥିବା ନଜର ଆସିଛନ୍ତି। ଅନେକ ଗେରୁଆ ବସ୍ତ୍ର, ଧଳା ପୋଷାକ ଏବଂ ଆଖ-ପାଖରେ ଥିବା କୋଠା ଗୁଡ଼ିକ ଦେଖିବା ପରେ ଏପରି ବ୍ଯତୀତ ହେଉଛି ଯେ ଏହା କୌଣସି ଧର୍ମଶାଳର ଘଟଣା। 

ଦାବି କରା ଯାଉଛି ଯେ ଏହି ଭିଡିଓ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାର ଘଟଣା ଅଟେ। ଭିଡିଓ ସେୟାର କରି ଏପରି କୁହା ଯାଉଛି ଯେ ଏହା ମହାମୁମ୍ଭ ମେଳାରେ ଏକ ସାମ୍ପ୍ରଦାୟିକ ଦଙ୍ଗାର ଘଟଣା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଇଥିବା ମିଳିଲା। ଏହା ୨୦୨୪ ରେ ଉତ୍ତରାଖଣ୍ଡର ଦେବିଧୁର ମନ୍ଦିରର ଏକ ମେଳାର ଘଟଣା ଅଟେ ଯେଉଁଥିରେ ରୀତିନୀତି ଅନୁଯାୟୀ, ଲୋକ ପରସ୍ପର ଉପରେ ପଥର ପଥର ଫିଙ୍ଗନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୦ ଅଗଷ୍ଟ ୨୦୨୪ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଘଟଣା ଦେବିଧୁରା ବଗ୍ଵାଲ ମେଳାର ଦୃଶ୍ୟ ଅଟେ। 

ପ୍ରଦାନ କରାଯାଇଥିବା ସୂଚନା ବ୍ୟବହାର କରି, ଅଧିକ ଖୋଜିବା ପରେ, ଆମେ ଭାଇରାଲ୍ ଭିଡିଓର ଲମ୍ବା ସଂସ୍କରଣ ଏଠାରେ ଏବଂ ଏଠାରେ ପାଇଲୁ। ଅଗଷ୍ଟ ୧୯ ତାରିଖରେ, ‘ରାୟବର ଉତ୍ତରାଖଣ୍ଡ ଦେବଭୂମି‘ ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିନ୍ନ ଏଙ୍ଗଲରୁ ଏହି ମେଳାର ଏକ ଭିଡିଓ ମଧ୍ୟ ଅପଲୋଡ୍ କରାଯାଇଥିଲା। ଏହାକୁ ଦେବୀଧୂରାର ବାରାହୀ ମନ୍ଦିର ବୋଲି ମଧ୍ୟ କୁହାଯାଏ। ତଳେ ଥିବା ଭିଡିଓଟି ଦେଖନ୍ତୁ।

ଏହି ମେଳା କ’ଣ?

ଅଧିକ ତଦନ୍ତ କରିବା ପାଇଁ, ଆମେ ବାଗୱାଲ ମେଳା ବିଷୟରେ ସୂଚନା ପାଇବା ପାଇଁ ବିଭିନ୍ନ କୀୱାର୍ଡ ସହିତ ସନ୍ଧାନ ଆରମ୍ଭ କରିଥିଲୁ। ଫଳାଫଳରେ ଆମେ ETV ଭାରତ ର ଏକ ରିପୋର୍ଟ ପାଇଲୁ। ପ୍ରକାଶିତ ଖବର ଅନୁଯାୟୀ, ପ୍ରତିବର୍ଷ ପ୍ରସିଦ୍ଧ ବାଗୱାଲ ମେଳା ୧୬ ଅଗଷ୍ଟ ୨୦୨୪ ରେ ଉତ୍ତରାଖଣ୍ଡର ଦେବୀଧୁରାରେ ଆରମ୍ଭ ହୋଇଥିଲା, ଯାହାକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍ଟା ଉଦଘାଟନ କରିଥିଲେ। ଦେବୀଧୁରା ବାଗୱାଲ ମେଳାର ପରମ୍ପରାକୁ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାଳନ କରାଯାଇଥିଲା।

ଏହି ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଆମେ ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରଣାଳୟର ୱେବସାଇଟ୍ ଯାଞ୍ଚ କରିଲୁ। ଏଥିରେ ଦେବୀଧୁରା ବାଗୱାଲ ମେଳା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏହା ପ୍ରତିବର୍ଷ ଚମ୍ପୱାଟ ଜିଲ୍ଲାରେ ରକ୍ଷା ବନ୍ଧନ ସମୟରେ ଆୟୋଜିତ ହୁଏ। ଏହି ଘଟଣା ଦେବୀ ବରାହୀଙ୍କ ଦେବୀଧୂରା ମନ୍ଦିରରେ ଘଟେ। ଏହି ମେଳାରେ ଚାରୋଟି ଜନଜାତି ପରସ୍ପରକୁ ପଥର ଫିଙ୍ଗିବା ଏକ ପୌରାଣିକ କାହାଣୀ ସହିତ ଜଡିତ। ଏହା ଏକ ବିଧି ଯାହା ଦେବୀଙ୍କ ଉଦ୍ଦେଶ୍ୟରେ ମାନବ ବଳିଦାନର ଏକ ପ୍ରାଚୀନ ପରମ୍ପରାର ପ୍ରତିସ୍ଥାପନକୁ ପ୍ରତୀକ କରେ।

ଏହି ଉତ୍ସବର ଏକ ଭିଡିଓ ଆପଣ ମାନେ ନିମ୍ନରେ ମଧ୍ୟ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେଯାର କରା ଯାଉଛି। ଉତ୍ତରାଖଣ୍ଡର ଦେବିଧୁରା ମନ୍ଦିରରେ ବାରାହୀ ଦେବୀଙ୍କ ପୂଜା ସମୟରେ ଏହି ଉତ୍ସବ ପାଳନ କରା ଯାଏ ଯେଉଁଥିରେ ଚାରୋଟି ଜନଜାତି ପରସ୍ପରକୁ ପଥର ଫିଙ୍ଗନ୍ତି। ଏହା ଏକ ପ୍ରାଚୀନ ପରମ୍ପରା।/ht

Avatar

Title:ଉତ୍ତରାଖଣ୍ଡର ଦେବିଧୁରମନ୍ଦିରର ରୀତିନୀତି ର ପୁରୁଣା ଭିଡିଓକୁ ମହାକୁମ୍ଭରେ ସାମ୍ପ୍ରଦାୟିକ ଦଙ୍ଗା ଦାବି ସହିତ ସେୟାର କରା ଯାଉଛି।

Written By: Siddharth Sahu  

Result: Missing Context

Leave a Reply

Your email address will not be published. Required fields are marked *