
ଅପରେସନ ସିନ୍ଦୂର ପରେ, ଜଣେ ପାକିସ୍ତାନୀ ମହିଳା ନ୍ୟୁଜ୍ ଆଙ୍କରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦେଖାଯାଉଛି ଯେ ମହିଳା ଆଙ୍କର ରିପୋର୍ଟିଂ କରିବା ସମୟରେ ଭାବପ୍ରବଣ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭାରତର ଅପରେସନ ସିନ୍ଦୂର ପରେ ମହିଳା ଆଙ୍କର ଭାବପ୍ରବଣ ହୋଇଯାଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଏକ ପୁରୁଣା ଭିଡିଓ ଯେତେବେଳେ ପାକିସ୍ତାନୀ ନ୍ୟୁଜ୍ ଆଙ୍କର ପାଲେଷ୍ଟାଇନ୍ ବିଷୟରେ ରିପୋର୍ଟିଂ ସମୟରେ କାନ୍ଦିଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଲୁହ ର ପ୍ରତିଶୋଧ ଲୁହ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିହିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ଭାଇରାଲ କ୍ଲିପ୍ ର ଏକ ଲାମ୍ବା ଭିଡିଓ @farwawaheedofficial ନାମକ ଏକ ଇଂଷ୍ଟାଗ୍ରାମ୍ ହେଣ୍ଡେଲରେ ୭ ନଭେମ୍ବର ୨୦୨୩ ରେ ପୋଷ୍ଟ ହେଇଥିବା ମିଳିଲା।
ଫରୱା ୱାହିଦ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଏକ୍ସପ୍ରେସ୍ ନ୍ୟୁଜ୍ର ଜଣେ ଆଙ୍କର। ଭିଡିଓଟି ସେୟାର କରି ସେ ଲେଖିଛନ୍ତି, “ମୁଁ ମୋର ଲୁହ ଏବଂ ଭାବନାକୁ ନିୟନ୍ତ୍ରଣ କରିପାରିଲି ନାହିଁ .. ମୁଁ ଜାଣେ ଆମେ ପାଲେଷ୍ଟାଇନ୍ (ଗାଜା) ଲୋକଙ୍କ ପାଇଁ କିଛି କରିପାରିବୁ ନାହିଁ। ହଜାର ହଜାର ଲୋକ ଜୀବନ ହରାଇଛନ୍ତି, ଅନେକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏବଂ ଏହା ବହୁତ କଷ୍ଟଦାୟକ .. ଏହି ବର୍ବରତା ଶୀଘ୍ର ଶେଷ ହେଉ ..
https://www.instagram.com/reel/CzUREOdsY40/?utm_source=ig_web_copy_link&igsh=MzRlODBiNWFlZA==
ସମାନ ଭିଡିଓ ୭ ନଭେମ୍ବର ୨୦୨୩ ରେ ତାଙ୍କ ଫେସବୁକ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ଯୋଇଥିଲା।
ତାଙ୍କର ଏହି ଭିଡିଓ ଅପରେସନ୍ ସିନ୍ଦୁର ସମୟରେ ଭାଇରାଲ ହେବା ପରେ ଫରୱା ୱାହିଦ ଏକ ଟୁଇଟ ରେ ଉତ୍ତର ଦେଇ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଭିଡିଓ ପୁରୁଣା ଅଟେ ଏବଂ ଏଥିରେ ସେ ପାଲେଷ୍ଟାଇନ ପାଇଁ ଭାବପୂର୍ଣ୍ଣ ହେଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେଯାର କରା ଯାଉଛି। ଜଣେ ପାକିସ୍ତାନୀ ନ୍ଯୁଜ ଆଙ୍କରଙ୍କର ଭାବପୂର୍ଣ୍ଣ ହୋଇ କାନ୍ଦୁଥିବାର ପୁରୁଣା ଭିଡିଓ କୁ ଅପରେସନ୍ ସିନ୍ଦୁର ସହିତ ଯୋଡ଼ି ସେୟାର କରା ଯାଉଛି।

Title:ଜଣେ ପାକିସ୍ତାନୀ ନ୍ୟୁଜ୍ ଆଙ୍କରଙ୍କ ପୁରୁଣା ଭିଡିଓ ଅପରେସନ ସିନ୍ଦୂର ସହିତ ଲିଙ୍କ୍ କରି ସେୟାର କରାଯାଇଛି
Fact Check By: Siddharth SahuResult: Missing Context
