
ନିକଟରେ ବାତ୍ୟା ଦାନା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ନିଜର ପ୍ରକୋପ ପକାଇଥିଲା। ଅନେକ ଉପକୂଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ମଧ୍ୟ ବାତ୍ୟାରେ ଜଣେ ମୃତ ହେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ରରୁ ଜଳପ୍ରପାତ ସ୍ଥଳ ଭାଗ ଛୁଇଁ ଥିବା ଦେଖିବାକୁ ମିଳିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ଏକ ଫୋଟୋ ଗୋଟିଏ ୱେବସାଇଟରେ ୨୦୨୨ ମସିହାରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହା ସାଇପ୍ରସ୍ ଦେଶର ଆଇୟା ନାପା ସମୁଦ୍ରକୁଳରେ ଆସିଥିବା ଜଳପ୍ରପାତର ଦୃଶ୍ୟ ବୋଲି କୁହା ଯାଇଛି।
ଏହି ଘଟଣାର ଫୋଟୋ ୨୦୨୨ ରୁ ଇଣ୍ଟର୍ନେଟରେ ଉପଲବ୍ଧ ଥିବାରୁ ସ୍ପଷ୍ଟ ହେଉଛି ଯେ ଏହା ଦାନା ବାତ୍ୟାର ଦୃଶ୍ୟ ନୁହେଁ।
ସମାନ ଭିଡିଓ ଆମକୁ ୧୮ ଅକ୍ଟୋବର ୨୦୨୨ ରେ ଫକ୍ସ୍ ୱେଦର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏକ ବିଶାଳ ଜଳପ୍ରପାତ ସାଇପ୍ରସ୍ ଦେଶର ସମୁଦ୍ରରେ ସୃଷ୍ଟି ହୋଇ ସ୍ଥଳଭାଗ ଛୁଇଁଥିଲା। ଏହି ଘଟଣାରେ କେହି ଆଘାତ ହୋଇନଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୨୨ ମସିହାରେ ସାଇପ୍ରସ୍ ଦେଶରେ ହୋଇଥିବା ଏକ ଜଳପ୍ରପାତର ପୁରୁଣା ଭିଡିଓକୁ ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
