ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

Missing Context Political

ହୃଦୟ ବିଚଳିତ କରି ଦେବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଆତ୍ମଦାହ କରିବାର ଉଦ୍ୟମ କରିଛନ୍ତି। ତାଙ୍କ ଶରୀରରେ ନିଆଁ ଲାଗିଲା ପରେ ନିକଟରେ ଥିବା ପୁଲିସ ଅଧିକାରୀ ମାନେ ତାଙ୍କୁ ଉଦ୍ଧାର କରୁଛନ୍ତି। ଭିଡିଓକୁ ଏପରି ସେୟାର କରା ଯାଉଛି ଯେପରି କି ଏହା ନିକଟରେ ଘଟିଥିବା ଏକ ଘଟଣା। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେର ଘଟଣା ବୋଲି କୁହା ଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ଏହା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଥିବା ଏକ ପୁରୁଣା ଘଟଣା।

କ’ଣ କୁହା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ସୂଚନା ହିସାବରେ, ନ୍ୟାୟ ଭିକ୍ଷା କରି ମହିଳା ଜଣକ ଉତ୍ତରପ୍ରଦେଶର ଲକ୍ଷ୍ନୌ ବିଜେପି ପାର୍ଟି ଅଫିସ ସାମ୍ନାରେ ଆତ୍ମଦାହ ଉଦ୍ୟମ କରୁଛନ୍ତି!!! ଶେଷରେ ଏମିତି ସବୁ ଦେଖିବାକୁ ପଡ଼ିଲାଣି!

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୧୩ ଅକ୍ଟୋବର ୨୦୨୦ ରେ ନେସନାଲ୍ ହେରାଲ୍ଡ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା ଯେଉଁଥିରେ ଏହି ଘଟଣା ଟି ୨୦୨୦ ଅକ୍ଟୋବର ରେ ଲକ୍ଷ୍ନୌର ବୋଲି କୁହା ଯାଇଛି। ଆତ୍ମଦାହ କରୁଥିବା ମହିଳାଙ୍କ ନାମ ହେଉଛି ଅଞ୍ଜଲି ତିୱାରି।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ପୂର୍ବତନ ସ୍ୱାମୀ ଅଖିଳେଶ ତିୱାରୀଙ୍କୁ ଛାଡପତ୍ର ଦେବା ପରେ ଆସିଫଙ୍କ ପ୍ରେମରେ ପଡ଼ିଥିବା ଅଞ୍ଜନା ତିୱାରୀ ଇସଲାମ ଧର୍ମ ଗ୍ରହଣ କରି ତାଙ୍କ ନାମ ଆୟଶା ରଖି ଆସିଫଙ୍କୁ ବିବାହ କରିଥିଲେ। ବିବାହ ପରେ ଆସିଫ କାମ ପାଇଁ ସାଉଦି ଆରବ ଯାଇଥିଲେ ଏବଂ ସେବେଠାରୁ ଆସିଫଙ୍କ ପରିବାର ତାଙ୍କୁ ନିୟମିତ ହଇରାଣ କରିଆସୁଥିଲେ। ନିର୍ଯାତନାରୁ ବିରକ୍ତ ହୋଇ ସେ ଉତ୍ତର ପ୍ରଦେଶ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ନୌର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହା ସହିତ, ଆମେ ଲକ୍ଷ୍ନୌ ପୋଲିସର ଏକ ଟ୍ୱିଟ୍ ମଧ୍ୟ ପାଇଲୁ, ଯେଉଁଥିରେ କୁହାଯାଇଛି ଯେ ଭାଇରାଲ୍ ଭିଡିଓଟି 2020 ମସିହାର ଏବଂ ହଜରତ ଗଞ୍ଜ ପୋଲିସ ସେହି ସମୟରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ବିନା ସଠିକ୍ ପ୍ରସଙ୍ଗ ସହିତ ଭିଡିଓକୁ ସୋସିଆଲ ମିଡିଆରେ ସେଯାର କରା ଯାଉଛି। ଯଦିଓ ଭିଡିଓ ଟି ଉତ୍ତରପ୍ରଦେଶର ଲକ୍ଷ୍ନୌର କିନ୍ତୁ ଏହା ୫ ବର୍ଷ ପୁରୁଣା ଘଟଣା। ଆତ୍ମଦାହ ଉଦ୍ୟମ କରିଥିବା ମହିଳା ଘଟଣା ପରେ ନିଜ ପ୍ରାଣ ହରାଇଥିଲେ। 

Avatar

Title:ଲକ୍ଷ୍ନୌରେ ଜଣେ ମହିଳାଙ୍କ ଆତ୍ମଦାହ ଉଦ୍ୟମ କରିବାର ପୁରୁଣା ଭିଡିଓକୁ ନିକଟରେ ଘଟିଥିବା ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *