ଶାହରୁଖ ଖାନଙ୍କ ଫିଲ୍ମ ବର୍ଜନ କରିବା ବିଷୟରେ ଯୋଗୀ ଆଦିତ୍ୟନାଥଙ୍କ ପୁରୁଣା ବୟାନ ଭ୍ରାମକ ଉପାୟରେ ଭାଇରାଲ ହେଉଛି।

Missing Context Political

ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଅଭିନେତା ଶାହରୁଖ ଖାନଙ୍କୁ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହ ତୁଳନା କରୁଥିବାର ଦେଖାଯାଉଛି। ୟୁଜର୍ସ ଏହି ଭିଡିଓକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ସହିତ ଯୋଡି ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଶାହରୁଖ ଖାନଙ୍କ ଫିଲ୍ମ ନ ଦେଖିବା ପାଇଁ ନିବେଦନ କରିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ଦଶନ୍ଧି ପୁରୁଣା ଭିଡିଓ ଯାହାକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। 

ଭାଇରାଲ ଭିଡିଓ ସହିତଜଣେ ୟୁଜର ଲେଖିଛନ୍ତି – “ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ପରମ ପୂଜ୍ୟ ମହନ୍ତ ଯୋଗୀ ଆଦିତ୍ୟନାଥ ଜୀଙ୍କର ଏକ ସ୍ପଷ୍ଟ ବାର୍ତ୍ତା, ଶାହରୁଖ ଖାନଙ୍କ ସିନେମା ନଦେଖିବା ପାଇଁ। ଯିଏ ମୋ ଦେଶର ନୁହେଁ, ସେ ମୋ ପାଇଁ କୌଣସି କାମର ନୁହେଁ। ଆମ ସ୍ତରରେ ପ୍ରତ୍ୟେକ ଦେଶ ବିରୋଧୀଙ୍କୁ ବୟକଟ କରାଯିବା ଉଚିତ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଯୋଗୀ ଆଦିତ୍ୟନାଥଙ୍କର ସମାନ ଭିଡିଓ ABP ନ୍ୟୁଜ୍ ର ୟୁଟ୍ୟୁବ ଚ୍ୟାନାଲରେ ୪ ନଭେମ୍ବର ୨୦୧୫ ରେ ଅପ୍ଲୋଡ ହେଇଥିବା ମିଳିଲା। ପ୍ରକୃତରେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କ ଏକ ବୟାନର ଜବାବ ଦେଉଥିଲେ।

ରିପୋର୍ଟ ଅନୁଯାୟୀ, “ଯଦି ଆମେ କଳାକାର, ସୃଜନଶୀଳତା କିମ୍ବା ଧର୍ମ ପ୍ରତି ଅସହିଷ୍ଣୁ, ତେବେ ଆମ ଦେଶ ଆଗକୁ ବଢ଼ିବ ନାହିଁ” ବୋଲି ଶାହରୁଖ ଖାନଙ୍କ ମନ୍ତବ୍ୟ ପାଇଁ ବିଜେପି ନେତାମାନେ ଜୱାବ ଦେଇ ଆକ୍ରମଣ କରୁଛନ୍ତି। ମନୋଜ ତିୱାରୀ ଗୋଟିଏ ପାଦ ଆଗକୁ ଅଛନ୍ତି ଏବଂ ସେ କହିଛନ୍ତି ଯେ ଶାହରୁଖ ଖାନ ଏହି ମନ୍ତବ୍ୟ ଦେଇଛନ୍ତି କାରଣ ସେ ବିହାର ନିର୍ବାଚନରେ ​​କଂଗ୍ରେସକୁ ଲାଭ ଦେବାକୁ ଚାହୁଁଛନ୍ତି।

୫ ନଭେମ୍ବର ୨୦୧୫ ରେ ଜି ନ୍ୟୁଜ ୱେବସାଇଟର ରିପୋର୍ଟରେ କୁହା ଯାଇଛି ଯେ ଦେଶରେ ଚାଲି ଥିବା ଅସହିଷ୍ଣୁତା ବିବାଦ ସମୟରେ ଯୋଗୀ ଆଦିତ୍ୟନାଥ ଶାହରୁଖ ଖାନଙ୍କୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦଙ୍କ ସହିତ ତୁଳନା କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଶାହରୁଖ ଖାନଙ୍କୁ ପାକିସ୍ତାନ ପଳେଈ ଯିବା ଉଚ୍ଚିତ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ୨୦୧୫ ମସିହାର ଯୋଗୀ ଆଦିତ୍ୟନାଥଙ୍କର ଶାହରୁଖ ଖାନଙ୍କ ଉପରେ ଦେଇଥିବା ବୟାନକୁ ସମ୍ପ୍ରତି ସମୟର ଘଟଣା ଭାବରେ ଭାଇରାଲ କରା ଯାଉଛି। 

Avatar

Title:ଶାହରୁଖ ଖାନଙ୍କ ଫିଲ୍ମ ବର୍ଜନ କରିବା ବିଷୟରେ ଯୋଗୀ ଆଦିତ୍ୟନାଥଙ୍କ ପୁରୁଣା ବୟାନ ଭ୍ରାମକ ଉପାୟରେ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *