ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

False Political

୧୭ ଅଗଷ୍ଟ, ୨୦୨୫ ରେ ରାହୁଲ ଗାନ୍ଧୀ ବିହାରର ସାସାରାମ ରେ ଏକ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରିବା। INDI ମେଣ୍ଟର ନେତାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ୧୬ ଦିନିଆ ଏହି ଯାତ୍ରା ରାଜ୍ୟର ୨୦ ରୁ ଅଧିକ ଜିଲ୍ଲା ଦେଇ ଗତି କରିବ ଏବଂ ୧ ସେପ୍ଟେମ୍ବରରେ ପାଟନାରେ ଶେଷ ହେବ।

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଲୋକଙ୍କର ଏକ ବିଶାଳ ସମାବେଶର ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ରାହୁଲ ଗାନ୍ଧୀଙ୍କର ବିହାରର ରାଲି ସମୟର ଭିଡିଓ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମହାରାଷ୍ଟ୍ରର ଏକ ବଳଦ ଗାଡ଼ି ଦୌଡ଼ ଅବସର ଭିଡିଓକୁ ବିହାର ରେ ରାହୁଲ ଗାନ୍ଧୀଙ୍କ ରାଲି ଦାବି ସହିତ ସେୟାର କରା ଯାଉଛି।

କ୍ୟାପ୍ସନରେ ଲେଖା ଯାଇଛି, “ରାହୁଲ୍ ଗାନ୍ଧି ଆସିବା ପୂର୍ବରୁ ବାହାର୍ ରେ ପ୍ରବଳ ସଂଖ୍ୟାରେ ଭିଡ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଜୁନ୍ ୨୦୨୫ ରେ ଇଂଷ୍ଟାଗ୍ରାମ୍ ରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ଏହା ହିନ୍ଦକେଶରୀ ପେଡଗାଁ ଗ୍ରାଉଣ୍ଡରେ ସୁଟ୍ କରାଯାଇଥିଲା

https://www.instagram.com/reel/DLNb1AzNeen/?utm_source=ig_web_copy_link

ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ୯ ଜୁଲାଇ ରେ ଅପ୍ଲୋଡ ହେଇଥିବା ମିଳିଲା। 

ଉପରୋକ୍ତ ତଥ୍ୟ ଦେଖିବା ପରେ ଆମେ ଏହି ବିଷୟରେ ଅଧିକ ସର୍ଚ୍ଚ କରିଲୁ। ସମାନ ଭିଡିଓ ଅନ୍ୟ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ୨୮ ଜୁନ୍ ରେ ସେୟାର କରା ଯାଇଥିଲା ଏବଂ ଏହା ମାହାରାଷ୍ଟ୍ରର ଘଟଣା ବୋଲ ଉଲ୍ଲେଖ କରା ଯାଇଥିଲା। 

ଭିଡିଓରେ ଦେଖାଯାଉଥିବା ପାହାଡ଼ଟି ଜୁନ୍ ୨୦୨୫ ରେ ହିନ୍ଦକେଶରୀ ପେଡଗାଓଁ ମୈଦାନରୁ ଗୁଗୁଲ୍ ମ୍ୟାପରେ ଅପଲୋଡ୍ ହୋଇଥିବା ଏକ ଫଟୋ ସହିତ ମେଳ ଖାଉଛି। ନିମ୍ନରେ ଆପଣ ମାନେ ଏହି ସ୍ଥାନଟି ଗୁଗୁଲ ମ୍ୟାପ୍ସରେ ମଧ୍ୟ ଦେଖି ପାରିବେ। 

https://maps.app.goo.gl/ZqnWsq74NHbSwxFk9

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମହାରାଷ୍ଟ୍ରର ଏକ ବଳଦ ଗାଡ଼ି ଦୌଡ଼ ଅବସର ଭିଡିଓକୁ ବିହାର ରେ ରାହୁଲ ଗାନ୍ଧୀଙ୍କ ରାଲି ଦାବି ସହିତ ସେୟାର କରା ଯାଉଛି।

Avatar

Title:ବିଶାଳ ଭିଡ଼ର ଏହି ଭାଇରାଲ ଭିଡିଓଟି ବିହାରରେ ରାହୁଲ ଗାନ୍ଧୀଙ୍କ ରାଲି ସହିତ ଜଡିତ ନୁହେଁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *