ଛାତ୍ର ଲିଗ୍ ରାଲିର ପୁରୁଣା ଭିଡିଓକୁ ବାଂଲାଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଥିବା ଦାବି ସହିତ ଭାଇରାଲ ହେଉଛି।

International Misleading

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ବାଂଲାଦେଶର ହିନ୍ଦୁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକରି ବୋଲି ପାଇଲା। ଏହା ୨୦୨୩ ମସିହାର ଏକ ଘଟଣା ଅଟେ ଯେଉଁଥିରେ ଶେଖ୍ ହସିନାଙ୍କର ଆୱାମି ଳିଗର ଛାତ୍ର ଳିଗ୍ ଦଳ ସଦସ୍ୟ ମାନେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ହେଉଥିବା ହିଂସା କିମ୍ବା ହିନ୍ଦୁ ମାନଙ୍କ ଦ୍ଵାରା ଆୟୋଜନ ରାଲି ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, ବାଂଲାଦେଶରେ ହେଉଥିବା ହିଂସାର ବିରୋଧ କରି ସେଠିକାର ହିନ୍ଦୁ ମାନେ ରାଜଧାନୀ ଢାକାରେ ଭଗୱା ରାଲି କରିଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଭାଇରାଲ ଭିଡିଓ ପରି ଏକ ଫୋଟୋ ଆୱାମୀ ଲିଗ୍ ନେତା ତଥା ପୂର୍ବତନ ସାଂସଦ ଶେଖ୍ ତନମୟଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମିଳିଲା। 

ଏହି ଫଟୋ ୨ ସେପ୍ଟେମ୍ବର ୨୦୨୩ ରେ ପୋଷ୍ଟ କରାଯାଇଥିଲା। ଏହା ସହିତ ବଙ୍ଗଳା ଭାଷାରେ ଏକ କ୍ୟାପସନ୍ ଲେଖାଯାଇଥିଲା ଯାହାର ଅନୁବାଦ ହେଲା ଯେ ଏହି ଚିତ୍ର ବାଂଲାଦେଶର ଛାତ୍ର ଲିଗ୍ ଦ୍ୱାରା ଆୟୋଜିତ ରାଲିର ଫୋଟୋ ଅଟେ। ଏହି ଛାତ୍ର ସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ବୋଲି କୁହା ଯାଇଛି। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ଚାଲିଥିବା ହିଂସା ସହିତ କୌଣସି ସମ୍ପର୍କ ନାହିଁ। 

Archive

ବାଂଲାଦେଶ ଛାତ୍ର ଲିଗର ନେତ୍ରକୋନା ଜିଲ୍ଲା ୟୁନିଟ୍ ର ଫେସବୁକ୍ ପେଜରେ ଆମେ ରାଲିର ଅନ୍ୟ ଫଟୋ ପାଇଲୁ। ସେଗୁଡିକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ ଭାଇରାଲ୍ ଭିଡିଓର ସମ୍ପ୍ରତି ହିଂସା ସହିତ କୌଣସି ସମ୍ପର୍କ ନାହିଁ କାରଣ ସମସ୍ତ ଚିତ୍ର ୧ ସେପ୍ଟେମ୍ବର ୨୦୨୩ ରେ ପୋଷ୍ଟ କରାଯାଇଥିଲା। ଏହି ପୋଷ୍ଟ ସହିତ ଥିବା କ୍ୟାପସନ୍ ଅନୁଯାୟୀ ବାଂଲାଦେଶ ଛାତ୍ର ଲିଗ୍ ଗଫରଗାଓଁ ଉପଜିଲା ଛାତ୍ର ଲିଗ୍ ଏବଂ ମ୍ୟୁନିସିପାଲିଟି ଛାତ୍ର ଲିଗ୍ ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ ଏବଂ ବଙ୍ଗାମାତା ଶେଖ ଫାଜିଲାତୁନ୍ ନେଚା ମୁଜିବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Archive

ଆମକୁ ବାଂଲାଦେଶୀ ୱେବସାଇଟ୍ ଦି ବିଜନେସ୍ ଷ୍ଟାଣ୍ଡାର୍ଡରେ ଭାଇରାଲ୍ ଦାବି ସହ ଜଡିତ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ଏହି ରିପୋର୍ଟ ୧ ସେପ୍ଟେମ୍ବର ୨୦୨୩ ରେ ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆୱାମି ଲିଗ୍ ସହିତ ଜଡିତ ଛାତ୍ର ସଂଗଠନ ଛାତ୍ର ଲିଗ୍ ଦ୍ୱାରା ଏହି ରାଲି ଆୟୋଜିତ କରାଯାଇଥିଲା। ଏହି ରାଲି ଗାଫରଗାଓଁ ଉପଜିଲ୍ଲା ଦେଇ ସୁହରୱାର୍ଡି ଉଦୟାନରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମ ସୁହରୱାର୍ଡ଼ ଉଦୟନ ଠାରେ ଆୟୋଜିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ଆସିଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ୨୦୨୩ ମସିହାର ଏକ ଘଟଣା ଅଟେ ଯେଉଁଥିରେ ଶେଖ୍ ହସିନାଙ୍କର ଆୱାମି ଳିଗର ଛାତ୍ର ଳିଗ୍ ଦଳ ସଦସ୍ୟ ମାନେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହି ଭିଡିଓର ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ହେଉଥିବା ହିଂସା କିମ୍ବା ହିନ୍ଦୁ ମାନଙ୍କ ଦ୍ଵାରା ଆୟୋଜନ ରାଲି ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ଛାତ୍ର ଲିଗ୍ ରାଲିର ପୁରୁଣା ଭିଡିଓକୁ ବାଂଲାଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଥିବା ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *