
ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପ୍ରତିଯୋଗୀତାରେ ଭରତ ପାକିସ୍ତାନକୁ ପରାଜିତ କରି ସେମି-ଫାଇନାଲ୍ ରେ ନିଜ ସ୍ଥାନକୁ ଦୃଢ କରିଛି। ବିରାଟ କୋହଳୀଙ୍କର ଶତକୀୟ ଇନିଂସ ପ୍ରଶଂଶନୀୟ ଅଟେ। ତେବେ, ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଲୋକ ଟିଭି ତଳେ କଛାଡ଼ି ଭାଙ୍ଗୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନୀ ପ୍ରଶଂଶକ ମାନେ ଟିଭି ଭାଙ୍ଗୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜଣା ପଡ଼ିଛି। ଏହି ଭିଡିଓ ୨୦୧୯ ମସିହାର ଅଟେ। ଏହାର ଚାମ୍ପିୟନ୍ସ ଟ୍ରଫି ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପାକିସ୍ତାନ ଭାରତ ସହ କ୍ରିକେଟ ଖେଳରେ ହାରିଲା ପରେ ପାକିସ୍ତାନୀ ନାଗରିକଙ୍କ ରାଗଟିଭି ଭାଙ୍ଗି ଦେଖାଉଛନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ୨୦୨୨ ମସିହାରେ ମଧ୍ୟ ଭାଇରାଲ ହେଇଥିବା ନଜର ଆସିଲା। ସେହି ସମୟରେ ଜଣେ ଟୁଇଟର ୟୁଜର ଏହି ଭିଡିଓ ସେୟାର କରିଥିଲେ ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଫେସବୁକରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୧୭ ଜୁନ୍ ୨୦୧୯ ମସିହାରେ ଜଣେ ଉପଭୋକ୍ତାଙ୍କ ଦ୍ଵାରା ସେୟାର କରା ଯାଇଥିବା ମିଳିଲା।
ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଂ ଆମେ ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ଦିଲ୍ଲୀ ତକ୍ ନାମକ ଏକ ଭେରୀଫାଏଡ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ଗୋଟିଏ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓ ବିଷୟରେ ଆଲୋଚନା ହେଇଛି।
ରିପୋର୍ଟ ଅନୁଯାୟୀ ୨୦୧୯ ବିଶ୍ଵ କପରେ ଭାରତ ପାକିସ୍ତାନ ପରାସ୍ତ କରିଲା ପରେ ସେଠିକାର ଲୋକ ମାନେ କ୍ରୋଧିତ ହୋଇ ତାଙ୍କ ଟିଭି ଭାଙ୍ଗିଥିଲେ। ଭିଡିଓରେ ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ କେଉଁ ପରି ପାକିସ୍ତାନ ସମର୍ଥକ ମାନେ ନିରାଶ ହୋଇ ନିଜ ଦୁଖ ବର୍ଣ୍ଣନା କରୁଛନ୍ତି।
୧୭ ଜୁନ୍ ୨୦୧୯ ରେ ରିପବ୍ଲିକ ୱାର୍ଲ୍ଡ ରିପୋର୍ଟ ଅନୁଯାୟୀ ବିଶ୍ଵ କପରେ ବାରତ ୭ ତମ ଥର ପାକିସ୍ତାନକୁ ପରାସ୍ତ କରିଥିଲା ଯାହା ଫଳରେ ପାକିସ୍ତାନ ସମର୍ଥକ ମାନେ କ୍ରୋଧିତ ହୋଇଥିଲେ। ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ପାକିସ୍ତାନୀ ସମର୍ଥକ ମାନେ ନିଜ ଟିଭି ଭଙ୍ଗାରୁଜା କରିଥିଲେ। ସେମାନେ ପାକିସ୍ତାନୀ ଖେଳାଳିଙ୍କ ଫିଟନେସ୍ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭାଇରାଲ ଭିଡିଓ ପାକିସ୍ତାନୀ ସମର୍ଥକଙ୍କୁ ଟିଭି ଭଙ୍ଗାରୁଜା କରୁଥିବା ଦର୍ଶାଉଛି କିନ୍ତୁ ଏହା ଏକ ପୁରୁଣା ଭିଡିଓ ଯାହାର ଚଳିତ ଚାମ୍ପିୟନ୍ସ ଟ୍ରଫି ସହ କୌଣସି ସମ୍ପର୍କ ନାହିଁ। ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କର ଯାଉଛି।

Title:୨୦୧୯ ରେ ପାକିସ୍ତାନୀଙ୍କ ଦ୍ୱାରା ଟିଭି ଭାଙ୍ଗୁଥିବା ଭିଡିଓକୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଖରେ ପରାଜିତ ହେବା ପର ଦୃଶ୍ୟ ଦାବି ସହିତ ସେୟାର କରାଯାଉଛି।
Fact Check By: Siddharth SahuResult: Missing Context
