
ପାଇକ ବିଦ୍ରୋହ ମେ ୧୮୧୭ ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୧୮୧୮ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ଗଜପତି ରାଜବଂଶର ଅଧୀନରେ ଖୋର୍ଦ୍ଧାର ପୂର୍ବତନ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକ ସଶସ୍ତ୍ର ବିଦ୍ରୋହ ଥିଲା, ଯାହା ଓଡ଼ିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଥିଲା।
ତେବେ, ଅଷ୍ଟମ ଶ୍ରେଣୀର ନୂତନ ଏନସିଇଆରଟି ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ପାଇ ନ ଥିବା ଦେଖି ଲୋକେ ଦାବି କରୁଛନ୍ତି ଯେ ପାଇକ ବିଦ୍ରୋହ, ଯାହାକୁ ପ୍ରଥମ ସ୍ବାଦୀନତା ଯୁଧ୍ୟ ମାନ୍ୟତା ଦେବା କଥା, ତାହା କୁ ଏନସିଇଆରଟି ପୁସ୍ତକରୁ ବାଦ୍ ଦେଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏନସିଇଆରଟି ସ୍ପଷ୍ଟ କରିଛି ଯେ ପୁସ୍ତକର ଦ୍ଵିତୀୟ ଖଣ୍ଡରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ/ସଶସ୍ତ୍ର ବିଦ୍ରୋହ ଯେପରିକି ପାଇକା ବିଦ୍ରୋହ/ଓଡ଼ିଶାର ଖୁର୍ଦ୍ଦା ବିଦ୍ରୋହ, କୁକା ଆନ୍ଦୋଳନ/ପଞ୍ଜାବରେ ଶିଖଙ୍କ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ରହିବ।
ଆମ ଅନୁସନ୍ଧାନ:
ଆମ ନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ଉକ୍ଷଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୧ ଜୁଲାଇ ୨୦୨୫ ର ଦି ଟାଅମ୍ସ ଅଫ୍ ଇଣ୍ଡିଆ ୱେବସାଇଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ନୂତନ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ପାଇକା ବିଦ୍ରୋହକୁ ବାଦ ଦିଆଯିବା ନେଇ ସମାଲୋଚନାର ଜବାବ NCERT ଦେଇଛି। ଏହା ସ୍ପଷ୍ଟ କରିଛି ଯେ ବର୍ତ୍ତମାନର ପୁସ୍ତକ କେବଳ ପ୍ରଥମ ଖଣ୍ଡ ପ୍ରକାଶନ ହୋଇଛି। ପାଇକା ବିଦ୍ରୋହ, କୁକା ଆନ୍ଦୋଳନ ଭଳି ଅନ୍ୟାନ୍ୟ ଆଞ୍ଚଳିକ ବିଦ୍ରୋହ ଦ୍ୱିତୀୟ ଖଣ୍ଡରେ ଅନ୍ତର୍ଭୁକ୍ତ କରାଯିବ, ଯାହା ସେପ୍ଟେମ୍ବର ଏବଂ ଅକ୍ଟୋବର ୨୦୨୫ ମଧ୍ୟରେ ପ୍ରକାଶିତ ହେବାର ଆଶା କରାଯାଉଛି।
ଏହା ବାବଦ ଆମକୁ ଏନସିଇଆରଟି ର ଏକ ଟୁଇଟ ମିଳିଲା। ନିଜ ଅଫିସିଆଲ୍ ଏକାଉଣ୍ଟରୁ ଟୁଇଟ କରି ଏନସିଇଆରଟି କହିଛି, “”ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ” ସମ୍ପର୍କରେ ସ୍ପଷ୍ଟୀକରଣ। ଏହା କିଛି ଖବରର ସନ୍ଦର୍ଭରେ ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ “ଅନ୍ୱେଷଣ ସମାଜ: ଭାରତ ଏବଂ ବିୟଣ୍ଡ” ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନର ସନ୍ଦର୍ଭକୁ ହଟାଇ ଦିଆଯାଇଛି।
ଏହା ସ୍ପଷ୍ଟ କରାଯାଇଛି ଯେ ଉକ୍ତ ପାଠ୍ୟପୁସ୍ତକଟି ଏହି ପାଠ୍ୟପୁସ୍ତକର ପ୍ରଥମ ଖଣ୍ଡ। ଦ୍ୱିତୀୟ ଖଣ୍ଡଟି ବିକାଶର ଅନ୍ତିମ ପର୍ଯ୍ୟାୟରେ ଅଛି ଏବଂ ସେପ୍ଟେମ୍ବର-ଅକ୍ଟୋବର ୨୦୨୫ ରେ ପ୍ରକାଶିତ ହେବାର ଆଶା କରାଯାଉଛି।
ଏହି ଖଣ୍ଡରେ ପାଇକା ବିଦ୍ରୋହ/ଖୋର୍ଦ୍ଦା ବିଦ୍ରୋହ, ପଞ୍ଜାବରେ ଶିଖଙ୍କ କୁକା ଆନ୍ଦୋଳନ/ବିଦ୍ରୋହ ଇତ୍ୟାଦି ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ/ସଶସ୍ତ୍ର ବିଦ୍ରୋହ ସହିତ ଜଡିତ ବିଷୟଗୁଡ଼ିକ ସମ୍ବନ୍ଧିତ ହେବ।”
ନିମ୍ନରେ ଆପଣ ମାନେ ପ୍ରେସ ବିଜ୍ଞପ୍ତି ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏନସିଇଆରଟି ସ୍ପଷ୍ଟ କରିଛି ଯେ ପୁସ୍ତକର ଦ୍ଵିତୀୟ ଖଣ୍ଡରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ/ସଶସ୍ତ୍ର ବିଦ୍ରୋହ ଯେପରିକି ପାଇକା ବିଦ୍ରୋହ/ଓଡ଼ିଶାର ଖୁର୍ଦ୍ଦା ବିଦ୍ରୋହ, କୁକା ଆନ୍ଦୋଳନ/ପଞ୍ଜାବରେ ଶିଖଙ୍କ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ରହିବ।

Title:ପାଇକ ବିଦ୍ରୋହକୁ ଏନସିଇଆରଟି ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ବାଦ୍ ଦେଇଥିବା ଦାବି ମିଥ୍ୟା।
Fact Check By: Siddharth SahuResult: Misleading
