ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

False Political

ଭାରତୀୟ ସେନା ବିଷୟରେ କଥିତ ମନ୍ତବ୍ୟ ପାଇଁ ଲକ୍ଷ୍ନୌର ସାଂସଦ-ବିଧାୟକ କୋର୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ଏକ ସେଲଫି ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫଟୋରେ ଦେଖାଯାଉଥିବା କଳା କୋଟ ପିନ୍ଧିଥିବା ବ୍ୟକ୍ତି ଜଣକ ଜଣେ ବିଚାରପତି। ଜଣେ ବିଚାରପତିଙ୍କୁ ଏପରି ସେଲଫି ନେବା ଦେଖି ଲୋକମାନେ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋରେ ରାହୁଲ ଗାନ୍ଧୀଙ୍କ ସହିତ ଥିବା ବ୍ୟକ୍ତି ଜଣେ ଓକିଲ। ସେ ବିଚାରପତି ହୋଇଥିବା ଦାବି ମିଥ୍ୟା।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “କେତେ ଜଘନ୍ୟ , ସାଧାରଣ ଲୋକ ନ୍ୟାୟ ପାଇ ପାରିବେ ନାହିଁ, ଏମାନେ ବିକ୍ରି ଖରଦି ହୁଅନ୍ତି, ପ୍ରମାଣ ରାହୁଲ ଗାନ୍ଧୀ ପରି ଏକ୍ Bail out lootera ହଜାର ହଜାର କୋଟି ଟଙ୍କା ର୍ ତୋଷାରପାତ କରିଥିବା ଚୋର ସହ ସେଲଫି _ ଆଇଏଏସ IPS exam ରେ ଯେପରି selection Huye ସେହିପରି Judge ମାନଙ୍କର selection କରାଯାଉ ନଚେତ ଏମାନେ ସବୁ ଖାଇଯିବେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମକୁ ସମାନ ଫୋଟୋ ନ୍ୟୁଜ୍ ୨୪ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଫୋଟୋ ରେ କଳା ପୋଷାକ ପିନ୍ଧିବା ବ୍ୟକ୍ତି ହେଉଛନ୍ତି ସୟଦ ମହମ୍ମୁଦ ହସନ। ସେ ୨୦୦୬ ରୁ ଲକ୍ଷ୍ନୋ କୋର୍ଟରେ ଓକିଲ ଅଛନ୍ତି। 

ଯେତେବେଳେ News24 ସୟଦ ମହମୁଦ ହାସନଙ୍କ ସହ ଯୋଗାଯୋଗ କରିଲା, ସେ ବ୍ୟାଖ୍ୟା କଲେ: “ମୁଁ ମୋ ନିଜ ମାମଲା ପାଇଁ କୋର୍ଟରେ ଥିଲି। ପ୍ରାୟ ସେହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ପହଞ୍ଚିଲେ। ଅନେକ ଲୋକ ତାଙ୍କ ସହିତ ସେଲଫି ନେଉଥିଲେ, ଏବଂ ମୋର ଜଣେ ବନ୍ଧୁ ସେଠାରେ ମୋର ଏକ ଫଟୋ କ୍ଲିକ୍ କରିଥିଲେ। ସେ ଏହାକୁ ମୋତେ ପଠାଇଥିଲେ, ଏବଂ ମୁଁ ଏହାକୁ ଫେସବୁକରେ ପୋଷ୍ଟ କରିଥିଲି। ମୁଁ ନା ରାହୁଲ ଗାନ୍ଧୀଙ୍କ ଓକିଲ ନା ବିଚାରପତି। ହଁ, ମୁଁ ଆଇନ ଅଭ୍ୟାସ କରେ, ଏବଂ ସେଥିପାଇଁ ମୁଁ କୋର୍ଟରେ ଥିଲି।”

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ଶୁଣାଣି ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଆଲୋକ ବର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଆପଣ ଏଠାରେ ଏବଂ ଏଠାରେ ଅଧିକ ବିବରଣୀ ପଢ଼ିପାରିବେ।

ଆମେ ଆହ୍ଲାବାଦ ହାଇକୋର୍ଟର ସରକାରୀ ୱେବସାଇଟରେ ବିଚାରପତି ଆଲୋକ ବର୍ମାଙ୍କ ପ୍ରକୃତ ଫଟୋ ମଧ୍ୟ ପାଇଲୁ। ଏହା ନିଶ୍ଚିତ କରେ ଯେ ସେ ଭାଇରାଲ ଫଟୋରେ ଦେଖାଯାଉଥିବା ବ୍ୟକ୍ତି ନୁହଁନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ରାହୁଲ ଗାନ୍ଧୀଙ୍କ ସହିତ ଥିବା ବ୍ୟକ୍ତି ଜଣେ ଓକିଲ। ସେ ବିଚାରପତି ହୋଇଥିବା ଦାବି ମିଥ୍ୟା।

Avatar

Title:ଲକ୍ଷ୍ନୌ କୋର୍ଟରେ ରାହୁଲ ଗାନ୍ଧୀଙ୍କ ସହ ସେଲଫି ନେଉଥିବା ବ୍ୟକ୍ତି ବିଚାରପତି ନୁହଁନ୍ତି। ମିଥ୍ୟା ଦାବି ଭାଇରାଲ

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *