କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Missing Context Political

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।”

ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି।

ଇନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗରେ ସେୟାର କରା ଯାଉଛି। ମୂଳ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଇଭିଏମ୍ ହଟାଇ ବାଲଟ୍ ପେପର ବ୍ୟବହାର ଆରମ୍ଭ କରିବା ବିଷୟରେ କହୁନାହାଁନ୍ତି।

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବର୍ତମାନ ଭାରତକୁ ଏହି ଭଳି ଜଣେ ଜ୍ଞାନୀ ପ୍ରଧାନମନ୍ତ୍ରୀ ଦରକାର।

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ୩ ଡିସେମ୍ବର ୨୦୧୬ ରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ, ପରିବର୍ତ୍ତନ ରାଲି ସମୟରେ ମୋଦି ନ୍ୟୁ ମୋରାଦାବାଦରେ ଏକ ଜନସମାବେଶକୁ ସମ୍ବୋଧିତ କରୁଥିଲେ। ଏହି ୧ ଘଣ୍ଟାର ଭିଡିଓରେ, ସମାନ ଭାଇରାଲ କ୍ଲିପ୍ 36.17 ମିନିଟ ପରେ ଉପଯୁକ୍ତ ପ୍ରସଙ୍ଗ ସହିତ ଦେଖିହେବ।

ଡିଜିଟାଲାଇଜେସନର ଲାଭ ବିଷୟରେ ମୋଦିଙ୍କୁ କହୁଥିବାର ଶୁଣିବାକୁ ମିଳିଛି। ସେ କହିଥିଲେ, “ଆପଣଙ୍କର ମୋବାଇଲ ଫୋନ୍ ଆପଣଙ୍କର ୱାଲେଟ୍। ଯଦିଓ ଆପଣଙ୍କର ଟଙ୍କା ଆପଣଙ୍କର ବ୍ୟାଙ୍କରେ ଅଛି, ତଥାପି ଆପଣ ମୋବାଇଲ୍ ଫୋନ୍ ବ୍ୟବହାର କରି ନିଜର ଟଙ୍କା ଖର୍ଚ୍ଚ କରିପାରିବ। ସମସ୍ତ ବ୍ୟବସ୍ଥା ଉପଲବ୍ଧ ଅଛି। ଏବେ ଆପଣଙ୍କୁ ଏଟିଏମ୍ ଯାଇ ଟଙ୍କା ଉଠାଇବାକୁ ପଡିବ ନାହିଁ। ଲୋକମାନେ କହୁଛନ୍ତି ଯେ ଆମର ଦେଶ ଏକ ଗରିବ ଏବଂ ନାଗରିକମାନେ ନିରକ୍ଷର ଏବଂ କିଛି ଜାଣନ୍ତି ନାହିଁ। କିନ୍ତୁ ଭାଇ ଓ ଭଉଣୀମାନେ, ନିର୍ବାଚନ ସମୟରେ ଏହି ବିଶ୍ୱର ଶିକ୍ଷିତ ଦେଶମାନେ ମଧ୍ୟ ବାଲଟ୍ ପେପର୍‌ରେ ଲେଖାଯାଇଥିବା ନାମ ପଢ଼ି ଭୋଟ୍ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ। କିନ୍ତୁ ଏହି ଭାରତ ଯାହାକୁ ସେମାନେ ଗରିବ ଏବଂ ନିରକ୍ଷର ବୋଲି ସମ୍ବୋଧନ କରନ୍ତି, ବଟନ୍ ଦବାଇ ଭୋଟ୍ ଦେବା ଜାଣନ୍ତି।

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୂଳ ଭିଡିଓକୁ କ୍ଲିପ୍ କରାଯାଇଛି ଏବଂ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରାଯାଇଛି। ମୂଳ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଡିଜିଟାଲାଇଜେସନ୍ ବିଷୟରେ କହୁଥିଲେ ଯେଉଁଠାରେ ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଭାରତ ନିର୍ବାଚନ ପାଇଁ ଇଭିଏମ୍ ବ୍ୟବହାର କରୁଛି ସେତେବେଳେ ବିକଶିତ ଏବଂ ଶିକ୍ଷିତ ଦେଶମାନେ ଏବେ ବି ବାଲଟ୍ ପେପରରେ ଭୋଟ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓରେ ଇଭିଏମ୍ ବିରୋଧରେ କହୁ ନଥିଲେ।

Avatar

Title:କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

Written By: Siddharth Sahu  

Result: Missing Context

Leave a Reply

Your email address will not be published. Required fields are marked *