ରାହୁଲ ଗାନ୍ଧୀ ଜଗନ୍ନାଥ ରଥଯାତ୍ରାକୁ ନାଟକ ବୋଲି କହି ନାହାଁନ୍ତି, ଭୁଲ ଦାବି ସହିତ ଅସମ୍ପୂର୍ଣ୍ଣ ଭିଡିଓ ଭାଇରାଲ…

Misleading Political

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହେଉଛି। ଭିଡିଓରେ ରାହୁଲ କହୁଥିବାର ଦେଖାଯାଉଛି, “ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଯାତ୍ରା ହୁଏ, କଳ୍ପନା କରନ୍ତୁ, ରଥ ବାହାରକୁ ଆସେ, ଜଗନ୍ନାଥ ଯାତ୍ରାର ରଥ ବାହାରକୁ ଆସେ। ଲକ୍ଷ ଲକ୍ଷ ଲୋକ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖନ୍ତି, ଅନୁସରଣ କରନ୍ତି, ଏବଂ ତା’ପରେ ଏକ ନାଟକ ହୁଏ।”

ଲୋକମାନେ ଭିଡିଓଟିକୁ ସେୟାର କରୁଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଛନ୍ତି। ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାକୁ ‘ନାଟକ’ ବୋଲି କହିଛନ୍ତି।

ଭିଡିଓ ସେୟାର କୃ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଡ୍ରାମା କହିଲେ ରାହୁଲ। ଓଡ଼ିଆ ମାଟିରେ ଓଡ଼ିଆ ଙ୍କ ମଉଡମଣୀ ଙ୍କୁ ଅପମାନ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲ ରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ୧୧ ଜୁଲାଇ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଲାଇଭ୍ ଷ୍ଟ୍ରିମ୍ ଭିଡିଓ ପାଇଲୁ। ଭିଡିଓ ସହିତ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଭିଡିଓଟି ଓଡ଼ିଶାର ଭୁବନେଶ୍ୱରରେ ଆୟୋଜିତ ‘ସମ୍ବିଧାନ ବଚାଓ ସମାବେଶ’ କାର୍ଯ୍ୟକ୍ରମର।

ଭିଡିଓର ୨୫ ମିନିଟରେ, ରାହୁଲ ଗାନ୍ଧୀ ଶିଳ୍ପପତି ଆଦାନୀଙ୍କୁ ଟାର୍ଗେଟ କରୁଥିବାର ଦେଖାଯାଉଛି। ସେ କହୁଛନ୍ତି, “.. ଆମେ ଯେଉଁଠାକୁ ଚାହିଁ, ତାହା ଓଡ଼ିଶା ହେଉ, ଛତିଶଗଡ଼ ହେଉ, ଯେଉଁଠାକୁ ଆମେ ଦେଖୁ, ଆମେ କେବଳ ଗୋଟିଏ ନାମ ଦେଖୁ – ଆଦାନୀ, ଆଦାନୀ, ଆଦାନୀ। ଏହାର ଅର୍ଥ ହେଉଛି ଆଦାନୀ ଓଡ଼ିଶାର ସରକାର ଚଲାନ୍ତି, ଆଦାନୀ ନରେନ୍ଦ୍ର ମୋଦିଙ୍କୁ ଚଲାନ୍ତି।”

ରାହୁଲ ଗାନ୍ଧୀ କହିଥିଲେ, “ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଯାତ୍ରା ହୁଏ, କଳ୍ପନା କରନ୍ତୁ, ରଥ ବାହାରିଥାଏ, ଜଗନ୍ନାଥ ଯାତ୍ରାର ରଥ ବାହାରକୁ ଆସିଥାଏ। ଲକ୍ଷ ଲକ୍ଷ ଲୋକ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖନ୍ତି, ଅନୁସରଣ କରନ୍ତି। ଏବଂ ତା’ପରେ ଏକ ନାଟକ ଘଟେ। ଆଦାନୀ ଜୀ ଏବଂ ତାଙ୍କ ପରିବାର ପାଇଁ ରଥ ଅଟକିଯାଏ। ଏହା ଆପଣଙ୍କୁ ଓଡ଼ିଶା ସରକାରଙ୍କ ବିଷୟରେ ସବୁକିଛି ବୁଝାଇବ। ଏହା ଓଡ଼ିଶା ସରକାର ନୁହେଁ, ଏହା ଆପଣଙ୍କ ସରକାର ନୁହେଁ, ଏହା ଆଦାନୀ ପରି ୫-୬ ଜଣ କୋଟିପତିଙ୍କ ସରକାର”

ଏହା ସ୍ପଷ୍ଟ ଯେ ଭିଡିଓରେ ରାହୁଲ ଗାନ୍ଧୀ ଆଦାନୀ ଏବଂ ତାଙ୍କ ପରିବାର ପାଇଁ ଜଗନ୍ନାଥ ରଥଯାତ୍ରା ଅଟକାଇବାକୁ ଏକ ନାଟକ ବୋଲି କହୁଛନ୍ତି। କିନ୍ତୁ ଭାଇରାଲ ଭିଡିଓରେ, ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଆଦାନୀ ବିଷୟରେ ଥିବା ଅଂଶକୁ କାଟି ଏଡିଟ୍ କୃ ଦିଆଯାଇଛି। 

ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ଆପଣ ମାନେ ନିମ୍ନରେ ଦେଖି ପାରିବେ।

କଂଗ୍ରେସ ମଧ୍ୟ ଭାଇରାଲ ଭିଡିଓ ସମ୍ପର୍କରେ ଏକ ସ୍ପଷ୍ଟୀକରଣ ଜାରି କରିଛି, ଯାହା ଆପଣ ମାନେ ତଳେ ଦେଖିପାରିବେ।

ସିଦ୍ଧାନ୍ତ: 

ତଥ୍ୟ ଯାଞ୍ଚ ପରେ, ଆମେ ଜାଣିବାକୁ ପାଇଲୁ ଯେ ଭ୍ରମ ସୃଷ୍ଟି କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଏକ ଅସମ୍ପୂର୍ଣ୍ଣ ଭିଡିଓ ସେୟାର କରାଯାଉଛି। ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଜଗନ୍ନାଥ ରଥଯାତ୍ରାକୁ ‘ନାଟକ’ କହି ନଥିଲେ। ସେ ଶିଳ୍ପପତି ଆଦାନୀ ଏବଂ ତାଙ୍କ ପରିବାର ପାଇଁ ରଥ ଯାତ୍ରା ଅଟକାଇବା ଘଟଣା ‘ନାଟକ’ ବୋଲି କହିଥିଲେ।

Avatar

Title:ରାହୁଲ ଗାନ୍ଧୀ ଜଗନ୍ନାଥ ରଥଯାତ୍ରାକୁ ନାଟକ ବୋଲି କହି ନାହାଁନ୍ତି, ଭୁଲ ଦାବି ସହିତ ଅସମ୍ପୂର୍ଣ୍ଣ ଭିଡିଓ ଭାଇରାଲ…

Fact Check By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *