
ଜଣେ ବ୍ୟକ୍ତି ଏକ ପିଲା ଉପରେ ଫୁଟୁଥିବା ଚା ଫିଙ୍ଗି ଦେଉଥିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖାଯାଉଛି ଯେ ଏକ ପିଲା ଏକ ଚା ଦୋକାନ ସାମ୍ନାରେ ଠିଆ ହୋଇଛି ଏବଂ ଦୋକାନୀ ହଠାତ୍ ଏକ ପାତ୍ର ଉଠାଇ ସେ ପିଲା ଉପରେ ସମ୍ପୂର୍ଣ୍ଣ ଚା ଢାଳି ଦେଉଛନ୍ତି। ଭିଡିଓଟିକୁ ଏକ ସତ୍ୟ ଘଟଣା ଭାବରେ ସେୟାର କରାଯାଉଛି।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପିଲାଟି କିଛି ମାଗିଲା ବୋଲି ଦୋକାନୀ ଗରମ୍ ଚା ଉପରେ ଢାଳିଦେଲା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ କ୍ଲିପ୍ ର ଏକ ଲମ୍ବା ଭିଡିଓ ୩୧ ଡିସେମ୍ବର ୨୦୨୫ ରେ booster_bhai ନାମକ ଇଂଷ୍ଟାଗ୍ରାମ୍ ରେ ଅପ୍ଲୋଡ ହେଇଥିବା ମିଳିଲା।
ଆମେ ଇଂଷ୍ଟାଗ୍ରାମ୍ ପେଜ୍ ସର୍ଚ୍ଚ କରିଲୁ ଏବଂ ଜାଣିଲୁ ଯେ ଏହା ଜଣେ ଡିଜିଟାଲ୍ କ୍ରିଏଟରଙ୍କର। ସମ୍ପୃକ୍ତ YouTube ଚ୍ୟାନେଲ booster bhai ରେ ଅନେକ ସମାନ ଭିଡିଓ ଅଛି ଯେଉଁଥିରେ ଦୋକାନୀମାନେ ଛୋଟ ପିଲାମାନଙ୍କ ଉପରେ ପାଣି ଏବଂ ଚା ଢାଳୁଥିବାର ଦେଖାଯାଉଛି।
ଏହି ଚ୍ୟାନେଲରେ ୭୬୭ ଟି ଭିଡିଓ ଅଛି ଏବଂ ଏହାର ୧ ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।

ଏହି ଭିଡିଓଗୁଡ଼ିକ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସେଗୁଡ଼ିକ ସ୍କ୍ରିପ୍ଟ କରାଯାଇଛି। ଆମେ ଏହା ମଧ୍ୟ ପାଇଲୁ ଯେ ଭାଇରାଲ ଭିଡିଓରେ ଥିବା ସେହି ପୁଅଟି ସମାନ ଆକାଉଣ୍ଟର ଅନ୍ୟ ଅନେକ ଭିଡିଓରେ ଦେଖାଯାଉଛି, ଯେଉଁଠାରେ ତାକୁ ସମାନ “ଚା-ଢାଳିବା” ସ୍କିଟ୍ କରୁଥିବାର ଚିତ୍ରଣ କରାଯାଇଛି। ଏହା ଆହୁରି ନିଶ୍ଚିତ କରେ ଯେ ଭାଇରାଲ ଭିଡିଓଟି ପ୍ରକୃତ ଘଟଣା ନୁହେଁ।
ଆମେ ଆଉ ଏକ ପୋଷ୍ଟ ପାଇଲୁ ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରା ଯାଇଛି ଯେ ଏହି ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରା ଯାଇଛି।

ସିଦ୍ଧାନ୍ତ:
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଜଣେ ଚା ବିକ୍ରେତା ଏକ ପିଲା ଉପରେ ଫୁଟୁଥିବା ଚା ଢାଳିବାର ଏହି ଭିଡିଓଟି ମନୋରଞ୍ଜନ ଉଦ୍ଦେଶ୍ୟ ରେ ତିଆରି କରା ଯାଇଛି, ଏହା ପ୍ରକୃତ ଘଟଣା ନୁହେଁ।
Title:ଜଣେ ବ୍ୟକ୍ତି ଗୋଟିଏ ଉପରେ ଗରମ ଚା ଢାଳିବାର ସ୍କ୍ରିପ୍ଟେଡ୍ ଭିଡିଓକୁ ପ୍ରକୃତ ଘଟଣା ବୋଲି ଭାଇରାଲ୍ କରାଯାଇଛି
Fact Check By: Siddharth SahuResult: Misleading


