ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା

False Social

ବନ୍ୟା ପାଣି ମଧ୍ୟରେ ଜଣେ ପିଲା ଗୋଟିଏ ମହିଳାଙ୍କୁ ଟାଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ହିମାଚଳ ପ୍ରଦେଶର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ସ୍କ୍ରୀପଟେଡ୍ ଭିଡିଓ ଯାହାକୁ ଏକ ଅସଲି ଘଟଣା ଦାବି ସହିତ ସେୟାର କରା ଯାଉଛି। 

ଜଣେ ସୋସିଆଲ ମିଡିଆ ୟୁଜର ଭିଡିଓଟିକୁ ରାଜନୈତିକ ରୂପ ଦେଇ ଲେଖିଛନ୍ତି, “ରାହୁଲ ମିକ୍ସୀ ଆଇଟମ୍ ବିଦେଶରେ ଯାଇ ସ୍କୁଟିରେ ବୁଲିବା,ବିହାର ନିର୍ବାଚନ ରାଲି ଛାଡ଼ି ଯଦି ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରତି ଧ୍ୟାନ ଦେଇଥାନ୍ତେ।ତେବେ  ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏକ ଟୁଇଟର ହେଣ୍ଡେଲରେ ଭାଇରାଲ ଭିଡିଓର ସ୍କ୍ରିନସଟ୍ ସହିତ ସମାନ ଏକ ଭିଡିଓ ଏବଂ ଏକ ଚିତ୍ର ୫ ସେପ୍ଟେମ୍ବର ୨୦୨୫ ରେ ଅପଲୋଡ୍ ହେଇଥିବା ମିଳିଲା।

ଟ୍ୱିଟ୍ ଅନୁଯାୟୀ, ଭିଡିଓଟି ମୂଳତଃ ଉତ୍ତର ପ୍ରଦେଶର ପିଲିଭୀତର ଜଣେ କଣ୍ଟେଣ୍ଟ କ୍ରିଏଟର ଆରତୀ ଗଙ୍ଗୱାରଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିଲା। ଭିଡିଓରେ ଦେଖାଯାଉଥିବା ମହିଳା ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ପିଲିଭୀତର ଆରତୀ ଗଙ୍ଗୱାର।

ଆମେ ଆରତୀ ଗଙ୍ଗୱାରଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ଖୋଜିଲୁ। ଆମେ ତାଙ୍କ ଫେସବୁକ୍ ପ୍ରୋଫାଇଲ୍‌ରେ ଅନେକ ସମାନ ଭିଡିଓ ପାଇଲୁ। ଏହି ଭିଡିଓଗୁଡ଼ିକରେ ଥିବା ମହିଳା ଭାଇରାଲ ଭିଡିଓରେ ଥିବା ମହିଳା ସହିତ ସମାନ ଦେଖାଯାଉଥିଲେ।

ଆମେ ଆରତୀ ଗଙ୍ଗୱାରଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ପାଇଲୁ, ଯେଉଁଠାରେ ସେ ସମାନ ଭିଡିଓରେ ଉଲ୍ଲେଖ କରିଥିଲେ ଯେ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି।

ଆମେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ପାଇଲୁ ଯେଉଁଠାରେ ଆରତୀ ଗଙ୍ଗୱାର ସ୍ପଷ୍ଟ କରିଥିଲେ ଯେ ଭାଇରାଲ ଭିଡିଓଟି ସେ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ କରିଛନ୍ତି। ଲୋକମାନେ ଏହାକୁ ଭୁଲ ବୁଝି ଏବଂ ଏହାକୁ ହିମାଚଳ ପ୍ରଦେଶର ବର୍ତ୍ତମାନର ବନ୍ୟା ପରିସ୍ଥିତି ସହିତ ଯୋଡି ସେୟାର କରା ଯାଉଛି। 

Archive

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏକ ସ୍କ୍ରୀପଟେଡ୍ (ନାଟକୀୟ) ଭିଡିଓ ଯାହା ମନୋରଞ୍ଜନ ଉଦ୍ଦେଶ୍ୟରେ ସୃଷ୍ଟି କରା ଯାଇଛି ତାହାକୁ ହିମାଚଳ ପ୍ରଦେଶ ବନ୍ୟାର ବାସ୍ତବିକ ଘଟଣା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ହିମାଚଳ ପ୍ରଦେଶରେ ବନ୍ୟା ପାଣିରେ ଜଣେ ପିଲା ନିଜ ମାଁର ମୃତଦେହକୁ ଟାଣି ନେଉଛି? ଜାଣନ୍ତୁ ସତ୍ୟତା

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *