ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ। 

Missing Context Political

ବର୍ତ୍ତମାନ ସୋସିଆଲ ମିଡିଆରେ ଚାଇନା ର କିଛି ପ୍ରତିନିଧିଙ୍କୁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂ ସ୍ଵାଗତ କରୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଯେତେବେଳେ ଚୀନର ପ୍ରତିନିଧି ପହଞ୍ଚିଥିଲେ ସେତେବେଳେ ସୋନିଆ ଗାନ୍ଧୀ ତାଙ୍କ ନିକଟରେ ଛିଡ଼ା ହୋଇ ଫୋଟୋ ନେଇଥିଲେ। 

ଭିଡିଓକୁ ଏପରି ସେୟାର କରା ଯାଇଛି ଯେପରି ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କରି ଚୀନର ପ୍ରତିନିଧିଙ୍କୁ ନିଜେ ସ୍ଵାଗତ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓଟି କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଭିଡିଓଟି 2015 ମସିହାର ଘଟଣା ଯେତେବେଳେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ।

କ’ଣ କୁହା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଚୀନ ପ୍ରତିନିଧି ମଣ୍ଡଳ ବୋଧହୁଏ ଜାଣି ପାରିଲେନି ଆମ ଦେଶର ସବୁଠୁ ବଡ ଡିଗ୍ରୀଧାରୀ ପ୍ରଧାନମନ୍ତ୍ରୀଙ୍କୁ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଅବସରର କିଛି ଫୋଟୋ ୧୬ ଜୁନ୍ ୨୦୧୫ ରେ କଂଗ୍ରେସର ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। 

କ୍ୟାପ୍ସନରେ ଲେଖା ଯାଇଛି, “କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ସାକ୍ଷାତ କଲେ ଚୀନର ଏକ ସଂସଦୀୟ ପ୍ରତିନିଧି ଦଳ

ସମାନ ଭିଡିଓ ଆମକୁ କଂଗ୍ରେସର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

ଚୀନ୍ ପ୍ରତିନିଧିମଣ୍ଡଳ ଏବଂ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିବା ରିପୋର୍ଟ ରହିଛି। ଚୀନ୍ ନ୍ୟାସନାଲ୍ ପିପୁଲ୍ସ କଂଗ୍ରେସ୍ସ କମିଟିର ଅଧ୍ୟକ୍ଷ ଝାଙ୍ଗ ଦେଜିଆଙ୍ଗ୍ ଜୁନ୍ ୧୬, ୨୦୧୫ ରେ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହଙ୍କୁ ସେମାନଙ୍କ ବାସଭବନରେ ସାକ୍ଷାତ କରିଥିଲେ। ତତ୍କାଳୀନ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଝାଙ୍ଗ ଦେଜିଆଙ୍ଗ୍ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

୧୬ ଜୁନ୍ ୨୦୧୫ରେ ଜୀ ନ୍ୟୁଜ୍ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ପ୍ରତିନିଧିମଣ୍ଡଳୀକୁ ସ୍ୱାଗତ କରାଯାଇଥିବାର ଏକ ଫୋଟୋ ନିମ୍ନରେ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ୨୦୧୫ ର ଘଟଣା ଯେତେବେଳେ ଡାଃ ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ନଥିଲେ।

Avatar

Title:ସୋନିଆ ଗାନ୍ଧୀ ଚୀନର ପ୍ରତିନିଧିଙ୍କୁ ସ୍ୱାଗତ କରିବା ସମୟରେ ଡାଃ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନଥିଲେ।

Fact Check By: Siddharth Sahu 

Result:Missing Context

Leave a Reply

Your email address will not be published. Required fields are marked *