ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

Missing Context Social

ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପ ଆସିବା ଫଳରେ ତାହାର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଏବଂ ଚୀନରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଘଟଣା ସହିତ ଜଡିତ ବିଭିନ୍ନ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ, ଏକ ହସ୍ପିଟାଲ ୱାର୍ଡରେ ଦୁଇଜଣ ନର୍ସଙ୍କ ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ନର୍ସ ଏକ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି ଯେତେବେଳେ ଅନ୍ୟ ଜଣେ ନର୍ସ ଭୂମିକମ୍ପ ସମୟରେ ଅନ୍ୟ ଶିଶୁଙ୍କୁ ଧରି ରହିଛନ୍ତି। ଏହି ଭିଡିଓଟି କୁ ଏପରି ସେୟାର କରା ଯାଉଛି ଯେପରିକି ଘଟଣାଟି ମିଆଁମାର ଦେଶର ଅଟେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜାଣିବାକୁ ପାଇଲା। ଏହି ଭିଡିଓ ମିଆଁମାରର ଏକ ହସ୍ପିଟାଲ୍ ର ଘଟଣା ନୁହେଁ, ଏହା ଭୂମିକମ୍ପ ସମୟରେ ଚୀନର ଏକ ଦୃଶ୍ୟ।

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରିକି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଭୂକମ୍ପର ଭୟଙ୍କର ଦୃଶ୍ୟ ଦେଖିଲେ ଛାତି ଦୋହଲି ଯିବ କିନ୍ତୁ ନର୍ସମାନେ ନିଜ ଜୀବନକୁ ପଛରେ ପକାଇ କର୍ତଵ୍ୟକୁ ଆଗରେ ରଖିଛନ୍ତି ଏଥିପାଇଁ ଯେତେ ପ୍ରଶଂସା କଲେ ବି କମ ହେବ… ଏମାନଙ୍କୁ କୋଟି କୋଟି #kabulitelecast #earthquake #earthquakesafety #Myanmar

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେଥିରେ ଉପର ଡାହାଣ ପାର୍ଶ୍ଵରେ ଘଟଣା ଟି ୨୮ ମାର୍ଚ୍ଚ ୨୦୨୫ ରେ ଚୀନର ରୁଇଲି ସହରର ବୋଲି ଉଲ୍ଲେଖ ହୋଇଛି। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲା ପରେ ଆମକୁ ୩୧ ମାର୍ଚ୍ଚ ୨୦୨୫ ରେ ବିବିସି ୱେବସାଇଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପଡୋଶୀ ଦେଶ ମିଆଁମାରରେ ଭୂମିକମ୍ପ ଆସିବା ପରେ ଚୀନର ଦୁଇଜଣ ନର୍ସ ନବଜାତ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଧାଇଁ ଆସିଥିଲେ। 

ସୀମା ନିକଟସ୍ଥ ଚୀନ୍ ସହର ରୁଇଲିରେ ଥିବା ଏକ ପ୍ରସବ ୟୁନିଟ୍‌ର ସିସିଟିଭିରେ ଦେଖାଯାଉଛି ଯେ ଜଣେ ମହିଳା ଜଣେ ଶିଶୁକୁ ସୁରକ୍ଷା ଦେବା ପାଇଁ ଆଣ୍ଠୁ ମାଡ଼ି ବସିଛନ୍ତି, ଯେତେବେଳେ ଅନ୍ୟ ଜଣେ ନର୍ସ ଅନ୍ୟ ଶିଶୁମାନଙ୍କୁ ଧରିଛନ୍ତି। ନର୍ସ ଏବଂ ନବଜାତ ଶିଶୁ ଉଭୟ ଅକ୍ଷତ ଅବସ୍ଥାରେ ରକ୍ଷା ପାଇଯାଇଛନ୍ତି।

ଏହି ଭିଡିଓଟି ୩୧ ମାର୍ଚ୍ଚ ୨୦୨୫ ରେ ବିବିସି ନ୍ୟୂଜ୍ ର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରାଯାଇଥିଲା ଏବଂ ରିପୋର୍ଟ ଅନୁଯାୟୀ, ଚୀନର ରୁଇଲିର ଏକ ହସ୍ପିଟାଲରେ ଦୁଇ ଜଣ ନର୍ସଙ୍କୁ ମିଆଁମାର ଭୂମିକମ୍ପ ସମୟରେ ନବଜାତ ଶିଶୁମାନଙ୍କୁ ସୁରକ୍ଷା ଦେଉଥିବାର ଦେଖାଯାଇଛି।

USA Today ର ୟୁଟ୍ୟୁବ ଚ୍ୟାନାଲରେ ଏହି ଭିଡିଓ ସହିତ ଜଣେ ନର୍ସଙ୍କର ସାକ୍ଷାତକାର ମଧ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ସେ କହିଛନ୍ତି ଯେ ଭୂମିକମ୍ପ ସମୟରେ ସେମାନଙ୍କ ଧ୍ୟାନ କେବଳ ଶିଶୁଙ୍କ ଉପରେ ଥିଲା ଏବଂ ସେମାନେ ଶିଶୁ ମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କାରଣ ଶିଶୁ ମାନେ ନିଜ ରକ୍ଷା କରିବାରେ ସକ୍ଷମ ନୁହଁନ୍ତି। 

ରିପୋର୍ଟ ଅନୁଯାୟୀ, ଭୂମିକମ୍ପରେ ନର୍ସ କିମ୍ବା ଶିଶୁଙ୍କୁ କୌଣସି ପ୍ରକାରର ଆଘାତ ହୋଇ ନାହିଁ। ଭୂମିକମ୍ପ ଝଟକା ସାରିଲା ପରେ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଥିବା ଜାଣିବାକୁ ପାଇଲା। ଏହି ଭିଡିଓ ମିଆଁମାରର ଏକ ହସ୍ପିଟାଲ୍ ର ଘଟଣା ନୁହେଁ, ଏହା ଭୂମିକମ୍ପ ସମୟରେ ଚୀନର ଏକ ଦୃଶ୍ୟ।

Avatar

Title:ଭୂମିକମ୍ପ ସମୟରେ ଚୀନର ଏକ ଚିକିତ୍ସାଳୟର ଭିଡିଓକୁ ମିଆଁମାର ଦେଶର ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *