କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟତା। 

Partly False Political

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ସମାଜର ଅନ୍ତିମ ଶ୍ରେଣୀରେ ଜୀବନ ଜିଇଁ ଥିବା ଲୋକଟି ଯେତେବେଳେ ଶାସନର ସର୍ବୋଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଥାଏ ସେତେବେଳେ ପ୍ରଜା ଉଚିତ୍ ନ୍ୟାୟ ପାଇଥାଏ । କିନ୍ତୁ ସୁନା ଚାମଚ ମୁହଁରେ ଲଗେଇ ଜନ୍ମ ହୋଇ ଥିବା ବ୍ୟକ୍ତି ସଂସାରକୁ ସେଇ ନଜରରେ ଦେଖୁଥାଏ ଫଳରେ ସବୁ ବର୍ଗର ଲୋକ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହୁଅନ୍ତି। ପଣ୍ଡିତ ଦୀନଦୟାଲ ଙ୍କ ଏକାତ୍ମମାନବବାଦ ଦର୍ଶନ ଓ ଅନ୍ତୋଦୟ କୁ ପାଥେୟ କରି ଗଠିତ ପାର୍ଟି ବିଜେପି ତାର ଅନ୍ତିମ ଧାଡ଼ିର କାର୍ଯ୍ୟ କର୍ତ୍ତାଟିଏ କେତେବେଳେ କାର୍ଯ୍ୟ ଧାରାରେ ସମାଜର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଥାଏ ସେ ନିଜେ ମଧ୍ୟ କଳନା କରି ନ ଥାଏ । ଏ ଚିତ୍ର ଏହାକୁ ପ୍ରମାଣ କରେ । ଏହାର ଅନେକ ପ୍ରମାଣ ମଧ୍ୟ ଆପଣଂକ ସମ୍ମୁଖରେ।

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମ ଫୋଟୋ: ପ୍ରଥମ ଫୋଟରେ ପ୍ରଧାନମନ୍ତ୍ରୀଙ୍କୁ ଝାଡୁ ମାରୁଥିବା ଦେଖିବାକୁ ମିଳିଛି। କ’ଣ ସତ୍ୟତା ଏହି ଫୋଟୋର? 

ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ଏସଆରସିସିଏଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋକୁ ଏଡିଟ୍ କରା ଯାଇଛି। ଅସଲି ଫୋଟୋରେ ଝାଡୁ ମାରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି। ଅସଲି ଫୋଟୋ ଆମକୁ ଏପି ଇମେଜେସ୍ ୱେବସାଇଟରେ ମିଳିଲା। 

ସୂଚନା ଅନୁଯାୟୀ ଏହି ଫୋଟୋ ଭାରତ ସ୍ଵାଧୀନ ହେବା ପୂର୍ବର ଅଟେ। ଏହି ଫୋଟୋ ୧୯୪୬ ମସିହାରେ ଜଣେ ହରିଜନଙ୍କର ଝାଡୁ ମାରୁଥିବା ସମୟର ଅଟେ।

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଉପରୋକ୍ତ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଫୋଟୋ ୨: ଦାବି ଅନୁଯାୟୀ ଫୋଟୋରେ ଥିବା ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଟନ୍ତି। କ’ଣ ଏହା ସତ୍ୟ?

ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୩ ଜୁଲାଇ ୨୦୨୨ ରେ ନ୍ୟୁଜ୍ ୧୮ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ରିପୋର୍ଟରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ଜଡିତ ଲୋକଙ୍କ ଅନେକ ସାକ୍ଷାତକାର ରହିଛି। ସାକ୍ଷାତକାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡିଶାର ଉପରବେଡାସ୍ଥିତ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଫାଇ କରାମଚାରି ସୁକୁମାର ଟୁଡୁ। ତାଙ୍କ ପ୍ରତିଛବି ଯୁବକ ଦ୍ରୌପଦୀ ମୁର୍ମୁ ଭାବରେ ସେୟାର କରାଯାଉଛି।

ତୃତୀୟ ଫୋଟୋ: ଏହି ଫୋଟୋ ପ୍ରକୃତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଅଟେ।

ଯୋଗୀ ଆଦିତ୍ୟନାଥଙ୍କ ପ୍ରକୃତ ନାମ ଅଜୟ ସିଂ ବିଷ୍ଟ ଥିଲା। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ୧୯୯୪ ମସିହାରେ ଦିକ୍ଷା ନେବା ପରେ ତାଙ୍କ ନାମକରଣ କରା ଯାଇ ଯୋଗୀ ଆଦିତ୍ୟନାଥ ରଖା ଯାଇଥିଲା। ଭାଇରାଲ ଫୋଟୋ ୧୯୯୪ ମସିହାରେ ତାଙ୍କ ଦିକ୍ଷା ନେବା ସମୟର ଅଟେ।

ଚତୁର୍ଥ ଫୋଟୋ: ଭାଇରାଲ ହେଉଥିବା ଶେଷ ଫୋଟୋ ବର୍ତ୍ତମାନର ମହାରାଷ୍ଟ୍ରର ସିଏମ୍ ଏକନାଥ ସିନ୍ଦେଙ୍କର ଯୌବନ ସମୟର ନୁହେଁ। ଏକନାଥ ସିନ୍ଦେ ଛୋଟବେଳୁ ରୋଜଗାର କରିବା ପାଇଁ ଥାନାରେ ଏକ ଅଟୋ-ରିକ୍ସା ଚଳାଉଥିଲେ | ତେବେ ଫଟୋରେ ଦେଖାଯାଇଥିବା ବ୍ୟକ୍ତି ଏକନାଥ ସିନ୍ଦେ ନୁହଁନ୍ତି ବରଂ ପୁଣେର ବାବା କାମ୍ବଲେ ନାମକ ଜଣେ ରିକ୍ସା ଡ୍ରାଇଭର ଅଟନ୍ତି।

ମୁମ୍ବଇ ତକ୍ କୁ ଦେଇଥିବା ସାକ୍ଷାତକାରରେ କାମ୍ବଲେ ନିସ୍ଜ୍ଚିତ କରିଛନ୍ତି ଯେ ଭାଇରାଲ ଫୋଟୋରେ ଅଟୋ ରିକ୍ସା ସହିତ ଛିଡା ହୋଇଥିବା ବ୍ୟକ୍ତି ସେ ନିଜେ ଅଟନ୍ତି। ସେ ଅଟୋ-ରିକ୍ସା କିଣି ପୂଜା କରିବା ପରେ 1997 ରେ ଏହି ଫଟୋ ଉଠାଯାଇଥିଲା। ଆପଣ ଦିଆଯାଇଥିବା ଭିଡିଓରେ ସାକ୍ଷାତକାର ଦେଖିପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ମଧ୍ୟରୁ ତିନୋଟି ଫୋଟୋ ନାମିତ ରାଜନେତାଙ୍କ ସହିତ ଜଡ଼ିତ ନୁହେଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋଟି ଏଡିଟ୍ କରା ଯାଇଛି ଏବଂ ଅନ୍ୟ ଲୋକଙ୍କ ଫୋଟୋକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଏକନାଥ ସିନ୍ଧେ ବୋଲି ଦାବି କରା ଯାଇଛି।

Avatar

Title:କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result:Partly False

Leave a Reply

Your email address will not be published. Required fields are marked *