
ସୋସିଆଲ ମିଡିଆ ରେ ଜୋତାରେ ତିଆରି ମାଳା ପିନ୍ଧିଥିବା ଜଣେ ବ୍ୟକ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସେ ବାଂଲାଦେଶରେ ଜଣେ ହିନ୍ଦୁ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅପମାନିତ କରାଯାଉଛି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଙ୍ଗାଦେଶରେ ଜଣେ ହିନ୍ଦୁ ଶିକ୍ଷକ କୁ ଚାକିରି ର ଶେଷ ଦିନ ଏମିତି ବ୍ୟବହାର”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଥିବା ବ୍ୟକ୍ତି ବାଂଲାଦେଶର ଜଣେ ଅବସରପ୍ରାପ୍ତ ଚିକିତ୍ସା ଅଧିକାରୀ ଅହମ୍ମଦ ଅଲି। ଇସଲାମର ଭବିଷ୍ଯଦ୍ବକ୍ତାଙ୍କୁ ଅପମାନିତ କରିଥିବାରୁ ସେଠିକାର ଲୋକ ତାଙ୍କ ସହିତ ଏପରି ବ୍ୟବହାର କରିଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୯ ଜୁନ୍ ୨୦୨୫ ରେ ଫେସବୁକ ରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ଲେଖା ଯାଇଛି ଯେ ଏହି ବ୍ୟକ୍ତିଙ୍କ ନାମ ଅହମ୍ମଦ ଅଲି ଯିଏ ନିଜ ଜୀବନ ଲୋକଙ୍କ ସେବା ରେ ବଟାଇ ଦେଲେ କିନ୍ତୁ ଏହି ବୟସରେ ତାଙ୍କୁ ଏପରି ଅପମାନିତ କରା ଯାଉଛି।
ଅଧିକ ସର୍ଚ୍ଚ କରିବା ପରେ ଆମେ ବାଂଲାଦେଶର ଏକ ଡିଜିଟାଲ୍ ନ୍ୟୁଜ୍ ୱେବସାଇଟ୍ ଢାକା ଟାଇମ୍ସ 24 ଦ୍ୱାରା ଏକ ରିପୋର୍ଟ ପାଇଲୁ। ଖବର ଅନୁସାରେ, ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଡାକ୍ତର ଅହମ୍ମଦ ଅଲ୍ଲୀ ନାମକ ଜଣେ ଅବସରପ୍ରାପ୍ତ ଚିକିତ୍ସା ଅଧିକାରୀ। ରାଜବାରୀ ଜିଲ୍ଲାର ବାଲିଆକାଣ୍ଡିରେ ଡାକ୍ତର ଅଲ୍ଲୀ ଇସଲାମର ପୟଗମ୍ବରଙ୍କୁ ଅପମାନ କରିଥିବା ନେଇ ଏକ ଗୁଜବ ବ୍ୟାପିଥିଲା। ଗୁଜବ ପ୍ରଚାରିତ ହେବା ମାତ୍ରେ ଏକ ଭିଡ଼ ଜମା ହୋଇ ଡାକ୍ତର ଅଲ୍ଲୀଙ୍କୁ ଘେରିଥିଲା। ଉତ୍ତ୍ୟକ୍ତ ଜନତା ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ତାଙ୍କୁ ମାଡ଼ ମାରିବା ପରେ, ସେମାନେ ତାଙ୍କ ବେକରେ ଜୋତାର ମାଳ ପିନ୍ଧାଇ ଏବଂ ପରେ ଏକ ଗଛରେ ବାନ୍ଧି ଥିଲେ। ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର ଅଲ୍ଲୀଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ହେପାଜତକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଆଘାତ ପାଇଁ ଚିକିତ୍ସା କରାଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଏହି ଭିଡିଓରେ ଥିବା ବ୍ୟକ୍ତି ବାଂଲାଦେଶର ଜଣେ ଅବସରପ୍ରାପ୍ତ ଚିକିତ୍ସା ଅଧିକାରୀ ଅହମ୍ମଦ ଅଲି। ଇସଲାମର ଭବିଷ୍ଯଦ୍ବକ୍ତାଙ୍କୁ ଅପମାନିତ କରିଥିବାରୁ ସେଠିକାର ଲୋକ ତାଙ୍କ ସହିତ ଏପରି ବ୍ୟବହାର କରିଥିଲେ।

Title:ଜଣେ ମେଡିକାଲ୍ ଅଫିସରର ଭିଡିଓକୁ ବାଂଲାଦେଶରେ ହିନ୍ଦୁ ଶିକ୍ଷକଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
