ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି। 

False International

ସରକାରୀ ଚାକିରି ପାଇଁ କୋଟା ବ୍ୟବସ୍ଥା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଥିଲେ। ଏହି ପ୍ରସଙ୍ଗରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ବଡ଼ ଆକ୍ରମଣ ହୋଇଛି ବୋଲି ଅଭିଯୋଗ କରୁଥିବା ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ପ୍ରସଙ୍ଗରେ ଏକ ଶିଶୁ ଧୁଳିରେ ଆବୃତ ହୋଇ ବସିଥିବା ଏକ ଭିଡିଓ ଦେଖିବାକୁ ପାଇଲୁ। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ଗାଜା ଏବଂ ଇଜ୍ରାଏଲ୍ ମଧ୍ୟରେ ହେଉଥିବା ଯୁଧ୍ୟର ଏକ ଦୃଶ୍ୟ ଅଟେ। ଏହାର ହିନ୍ଦୁ କିମ୍ବା ବାଂଲାଦେଶ ସହିତ କୌଣସି ସମ୍ପର୍କ ନାହିଁ। 

ଜଣେ ଉପଭୋକ୍ତା ଲେଖିଛନ୍ତି, “ମନକୁ ବିଚଳିତ କରି ଦେବା ଭଳି ଦୃଶ୍ୟ । ବାଂଲାଦେଶ ଆଜି ହିନ୍ଦୁମୁକ୍ତ ହେବାକୁ ଯାଉଛି ।

ଏହି ବର୍ଷକ ତଳେ ସିନେମା ପରଦା ରେ କାଶ୍ମୀରଫାଇଲ ଦେଖିକି ମିଛ କହୁଥିଲୁ ଏବେ ପୁରା Live ଆସିଛି ଦେଖନ୍ତୁ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଵ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ଭିଡିଓର ବାମ ପାର୍ଶ୍ଵରେ ଅଲ୍-ଯଜିରା ନ୍ଯୁଜ ଚ୍ୟାନାଲର ଲୋଗୋ ରହିଛି। ଡାହାଣ ପାର୍ଶ୍ଵରେ ଆରବୀୟ ଭାଷାରେ ମଧ୍ୟ କିଛି ଲେଖା ହେଇଛି। ଏହାର ଅନୁବାଦ କରିବା ପରେ ଆମେ ଜାଣିଲୁ ଯେ ଏଥିରେ “ନୁସିରାଟ କ୍ୟାମ୍ପ – ଗାଜା” ଲେଖା ଯାଇଛି। 

ଏହା ପରେ ଆମକୁ ସମାନ ଭିଡିଓ ୧୪ ଜୁଲାଇ ୨୦୨୪ ରେ ଅଲ୍-ଯଜିରାର ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ରେ ଲେଖା ଯାଇଛି, “ଆଶ୍ଚର୍ଯ୍ୟ ଏବଂ ଭୟରେ ଆଖି ଭରି ଏକ ଝିଅ ବୋମା ବିସ୍ଫୋରଣରୁ ବଞ୍ଚି ଯାଇଛି।” ଏହି ବିସ୍ଫୋରଣ ଗାଜାର ଅଲ୍-ନୁସିରାଟ ରେ ଘଟିଥିଲା। 

ପାଲେଷ୍ଟାଇନ ଫଟୋଗ୍ରାଫର ସଲାମା ନାବିଲ ୟୁନିସ୍ ମଧ୍ୟ ଏହି ଭିଡିଓକୁ ୧୪ ଜୁଲାଇରେ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ଏହି ଶିଶୁ କେନ୍ଦ୍ରୀୟ ଗାଜାର ନୁସିରାଟ କ୍ୟାମ୍ପରେ ଏକ ବିଦ୍ୟାଳୟ ଉପରେ ଇଜରାଏଲି ଆକ୍ରମଣରୁ ବଞ୍ଚି ଉଦ୍ଧାର କରା ଯାଇଛି। 

ଖବର ଅନୁଯାୟୀ, ୧୪ ଜୁଲାଇରେ ଇସ୍ରାଏଲ୍ କେନ୍ଦ୍ରୀୟ ଗାଜାର ଆବୁ ଓରାଇବାନ୍ ସ୍କୁଲ ଉପରେ ଆକ୍ରମଣ କରିଥିଲା ​​ଯେଉଁଠାରେ ଅନେକ ବିସ୍ଥାପିତ ବ୍ୟକ୍ତି ଆଶ୍ରୟ ନେଇଥିଲେ। ଏହି ଧର୍ମଘଟରେ ୧୦୦ ପାଲେଷ୍ଟାଇନୀୟ ଆହତ ହୋଇଥିଲେ ଏବଂ ୨୨ ଜଣ ମୃତ୍ୟୁବରଣ କରିଥିଲେ।

ଆମକୁ CBS ନ୍ୟୁଜ୍  ମଧ୍ୟ ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏଥିରେ ମଧ୍ୟ କୁହା ଯାଇଛି ଯେ ଏହି ଭିଡିଓ ଗାଜାରେ ଇଜ୍ରାଏଲ୍ ଆକ୍ରମଣ ପର ଦୃଶ୍ୟ ଅଟେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦର୍ଶାଉ ନାହିଁ। ଏହି ଭିଡିଓ ଇଜ୍ରାଏଲ୍ ଏବଂ ଗାଜା ମଧ୍ୟରେ ହେଇଥିବା ଯୁଧ୍ୟର ଏକ ଦୃଶ୍ୟର ଅଟେ। 

Avatar

Title:ଗାଜା ଯୁଧ୍ୟ ସମୟର ଏକ ଶିଶୁର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *