ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

False Social

ଫେଙ୍ଗାଲ ବାତ୍ୟାର ପ୍ରଭାବ ତାମିଲନାଡୁ, କର୍ଣ୍ଣାଟକ ଏବଂ ପୁଡୁଚେରୀରେ ଦେଖିବାକୁ ମିଳିଥିଲା। ଲଗାତାର ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଜଳମଗ୍ନ ରାସ୍ତାର ଭିଡିଓ ସେୟାର କରି ଦାବି କରା ଯାଉଛି ଯେ ଏହା ଚେନ୍ନାଇର ଦୃଶ୍ୟ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି। 

ନିମ୍ନରେ ଆପଣ ମାନେ ଭିଡିଓ ଦେଖି ପାରିବେ। 

https://archive.org/details/screencast-www_facebook_com-2024_12_07-15_46_36

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୩ ସେପ୍ଟେମ୍ବର ରେ ଫେସବୁକରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଭିଡିଓ ସାଉଦି ଆରବିଆର ଜେଦ୍ଦାହ ସହରର ଦୃଶ୍ୟ। 

ସମାନ ଭିଡିଓ ଆମକୁ ଅନ୍ଲାଇନ୍ ନ୍ୟୁଜ୍ ୱେବସାଇଟ ନ୍ୟୁଜଫ୍ଲେୟାର ରେ ପ୍ରକାଶିତ ହେଇଥିବା ମିଳିଲା। 

୨ ସେପ୍ଟେମ୍ବର ୨୦୨୪ ରେ ଜେଦ୍ଦାହ ସହରରେ ପ୍ରବଳ ବର୍ଷା ବିଷୟରେ ଆମେ ଖବର ହେଡଲାଇନ ପାଇଲୁ। ବନ୍ୟା ଯୋଗୁଁ ସ୍କୁଲ ଓ ରାସ୍ତା ବନ୍ଦ ରହିଥିଲା। ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଇ ଏହି ବନ୍ୟା ସମୟରେ ଅତି କମରେ ୫ ଜଣ ପ୍ରାଣ ହରାଇଥିଲେ। ସାଉଦି ପ୍ରେସ ଏଜେନ୍ସିର ୱେବସାଇଟରୁ ଏକ ବିଜ୍ଞପ୍ତି ନିଶ୍ଚିତ ହୋଇଛି ଯେ ସେପ୍ଟେମ୍ବରରେ ଜେଦ୍ଦାହରେ ପ୍ରବଳ ବର୍ଷା ହୋଇଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି।

Avatar

Title:ସାଉଦି ଆରବିଆରେ ରାସ୍ତା ଜଳମଗ୍ନ ହେଇଥିବା ଭିଡିଓକୁ ଚେନ୍ନାଇର ବନ୍ୟା ପରିସ୍ଥିତି ଦାବି ସହିତ ସେୟାର କରା ଯାଉଛି।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *