
କିଛି ଉଚ୍ଚ କୋଠାରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଇରାନର ଆକ୍ରମଣ ପରେ ଇସ୍ରାଏଲର ତେଲ ଅଭିଭ ସହର ଦୃଶ୍ୟ। ୟୁଜର ମାନେ ଏହି ଭିଡିଓକୁ ସମ୍ପ୍ରତି ଯୁଧ୍ୟ ସହିତ ଯୋଡ଼ି ସେୟାର କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହଙ୍ଗକଂ ର ଏକ ଉଚ୍ଚ ବିଲଡିଙ୍ଗରେ ନିଆଁ ଲାଗିଥିବା ଭିଡିଓକୁ ଇରାନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇସ୍ରାଏଲ ର ତେଲ ଅଭିଭ ସହର… ଇରାନ ର ନୂଆ କ୍ଷେପଣାସ୍ତ୍ର ପର ର ଦୃଶ୍ୟ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୬ ନଭେମ୍ବର ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଭିଡିଓ ହଙ୍ଗକଂ ର ଏକ ଉଚ୍ଚ କୋଟାରେ ଲାଗିଥିବା ନିଆଁର ଘଟଣା। ସେହି କୋଠାରେ ପ୍ରାୟତ ୪,୬୦୦ ଲୋକ ବାସ କରୁଥିଲେ। ଘଟଣା ରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।
ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ହଙ୍ଗକଂର ଏକ କୋଠାରେ ଅଗ୍ନିକାଣ୍ଡ ଘଇଥିଲା ଯାହା ଦ୍ରୁତ ଗତିରେ ବ୍ୟାପିଗଲା। ଏଥିରେ ଅନେକ ଲୋକ ମୃତ୍ୟୁ ଏବଂ ଆହତ ହୋଇଥିଲେ। କୋଠାର ନିର୍ମାଣରେ ଜ୍ୱଳନଶୀଳ ସାମଗ୍ରୀର ବ୍ୟବହାର କରା ଯାଇଥିଲା, ଯାହା ହେତୁ ପରିସ୍ଥିତି ଆହୁରି ଖରାପ ହୋଇଥିଲା। କାର୍ଯ୍ୟକାରିତାରେ ତ୍ରୁଟି ଏବଂ ସୁରକ୍ଷା ନିୟମ ପାଳନ କରିବାରେ ବିଫଳତା ଏହି ଦୁଃଖଦ ପରିସ୍ଥିତିକୁ ବୃଦ୍ଧି କରିଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହା ଡିସେମ୍ବର ୨୦୨୫ ରେ ହଙ୍ଗକଂ ର ଏକ ବିଲଡିଙ୍ଗରେ ନିଆଁ ଲାଗିଥିବାର ଦୃଶ୍ୟ। ଏହାର ଇସ୍ରାଏଲ-ଇରାନ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ।

