ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

False Social

ଡିସେମ୍ବର ୨୦୨୫ ରେ, ଇରାନରେ ବଡ଼ ଧରଣର ସରକାର ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଲୋକମାନେ ସରକାର ଏବଂ ସର୍ବୋଚ୍ଚ ନେତା ଖାମେନିଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ, ତାଙ୍କୁ ମୁଦ୍ରାସ୍ଫୀତି, ବେକାରୀ ଏବଂ ହ୍ରାସ ପାଉଥିବା ଅର୍ଥନୀତି ପାଇଁ ଦାୟୀ କରିଥିଲେ। ପ୍ରତିବାଦକାରୀମାନଙ୍କ ମଧ୍ୟରେ ଛାତ୍ର, ବ୍ୟବସାୟୀ, ଯୁବକ ଏବଂ ସାଧାରଣ ନାଗରିକ ଥିଲେ, ଯେଉଁମାନେ ରାଜନୈତିକ ସଂସ୍କାର ଏବଂ ବର୍ତ୍ତମାନର ରାଷ୍ଟ୍ର ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରିଥିଲେ। 

ଏହି ସମୟରେ, ଜଣେ ମହିଳା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଫଟୋରେ ସିଗାରେଟ୍ ଜାଳି ନିଆଁ ଲଗାଇବାର ଏକ ଘଟଣା ଭାଇରାଲ ହେଉଛି। ଦାବି କର ଯାଉଛି ଯେ ଏହି ଘଟଣା ଇରାନରେ ଘଟିଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା କାନାଡାର ଘଟଣା ଯାହାକୁ ଇରାନର ଦାବି ସହିତ ସେୟାର କରା ଯାଉଛି। 

ଭାଇରାଲ ଫଟୋରେ ଲେଖା ଯାଇଛି, “ମୁସଲମାନ ମାନେ ମୁସଲିମ ଧର୍ମକୁ ବିରୋଧ କରୁଛନ୍ତି ଇରାନରେ। ଖାମେନିଙ୍କ ଫଟୋ ଜାଳିବା ପରେ ଇରାନୀ ଝିଅ ସିଗାରେଟ୍ ଜାଳିଲା! ଇରାନରେ ଏକ ନୂତନ ଧାରା ଆରମ୍ଭ ହୋଇଛି। ମୁସଲମାନ ମାନେ ବିଶ୍ବ ପାଇଁ ବିପଦ” 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ, ଆମେ ୧୧ ଜାନୁଆରୀରେ ଟୁଇଟରରେ ପୋଷ୍ଟ ହେଇଥିବା ଏକ ଭିଡିଓ ପାଇଲୁ ଯେଉଁଥିରେ ସମାନ ମହିଳାଙ୍କୁ ସିଗାରେଟ୍ ଜାଳୁଥିବା ଦେଖିବାକୁ ମିଳିଛି। ଟୁଇଟରେ କୁହା ଯାଇଛି ଯେ ଭାଇରାଲ ଭିଡିଓ ଇରାନର ନୁହେଁ, ବରଂ କାନାଡାର। 

ଅଧିକ ସର୍ଚ୍ଚ କରିବା ପରେ, ଆମେ ୧୩ ଜାନୁଆରୀ ୨୦୨୬ ରେ Estadao.com ନାମକ ଏକ ୱେବସାଇଟରେ ପର୍ତ୍ତୁଗୀଜ୍ ଭାଷାରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ପର୍ତ୍ତୁଗୀଜ୍ ଖବରକାଗଜ ଲୁସା ରିପୋର୍ଟ କରିଛି ଯେ ଭାଇରାଲ୍ ଭିଡିଓଟି ଇରାନର ନୁହେଁ, ବରଂ କାନାଡାର। ୯ ଜାନୁଆରୀ ୨୦୨୬ ରେ ଲୁସାର ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା ଯେ “ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଜଳୁଥିବା ଫଟୋରୁ ସିଗାରେଟ୍ ଜାଳୁଥିବା ଜଣେ ମହିଳାର ଭିଡିଓ ଇରାନରେ ନୁହେଁ, ବରଂ କାନାଡାର ଏକ ସହରରେ ସୁଟ୍ କରାଯାଇଥିଲା।” ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ମାଲିକା ବାରାହିମି, ଯିଏ ଇରାନୀ। ତଥାପି, ସେ କାନାଡାରେ ଶରଣାର୍ଥୀ ଭାବରେ ରୁହନ୍ତି, ଏବଂ ସେ ସେଠାରେ ଭିଡିଓ ସୁଟ୍ କରିଥିଲେ।

ସମ୍ବାଦ ଏଜେନ୍ସି “ଦି ଅବଜେକ୍ଟିଭ୍” ର ସାମ୍ବାଦିକ ଜାଭିୟର ରୁବିଓ ଡୋଞ୍ଜେଙ୍କ ସହିତ ଏକ ସାକ୍ଷାତକାରରେ, ୨୩ ବର୍ଷୀୟ ମେଲିକା ବାରାହିମି ତାଙ୍କ ସଂଘର୍ଷ ଏବଂ ଭାଇରାଲ୍ ଭିଡିଓ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ସେ କିଶୋରୀ ହେବା ଦିନଠାରୁ ଧମକର ସମ୍ମୁଖୀନ ହୋଇଥିଲେ ଏବଂ ୨୦୧୯ ପ୍ରତିବାଦ ସମୟରେ ୧୭ ବର୍ଷ ବୟସରେ ପ୍ରଥମେ ତାଙ୍କୁ ଗିରଫ କରାଯାଇଥିଲା।

ଆମର ତଦନ୍ତ ସମୟରେ, ଆମେ ମେଲିକା ବାରାହିମିଙ୍କ ଏକ ଟ୍ୱିଟର ଆକାଉଣ୍ଟ ପାଇଲୁ। ଭାଇରାଲ ଭିଡିଓଟି ଏହି ଆକାଉଣ୍ଟରେ ୮ ଏବଂ ୯ ଜାନୁଆରୀ ୨୦୨୬ ରେ ପୋଷ୍ଟ କରାଯାଇଥିଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

Avatar

Title:ଖାମେନିଇଙ୍କ ଜଳୁଥିବା ଫଟୋରୁ ଜଣେ ମହିଳା ସିଗାରେଟ୍ ଜାଳୁଥିବା ଘଟଣା କାନାଡାର, ଇରାନ ର ନୁହେଁ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *