ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

False Social

କୋଲକାତାର ଆର.ଜି କର କଲେଜ୍ ଏବଂ ହସ୍ପିଟାଲ ରେ ଜଣେ ଯୁବତୀ ଡାକ୍ତରଙ୍କର ସହିତ ଦୁଷ୍କର୍ମ ହେବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଯନ୍ତ୍ରଣାରେ ଥିବା ଦେଖିବାକୁ ମିଳିଛି। ଭିଡିଓରେ ଥିବା ମହିଳାଙ୍କ ମୁହଁ ଏବଂ ଗଳାରେ ଆଘାତ ଚିହ୍ନ ରହିଛି। ଦାବି କରା ଯାଉଛି ଯେ ଏହା କୋଲକାତା ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ପୂର୍ବର ଭିଡିଓ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଆଘାତ ଚିହ୍ନ ଥିବା ମହିଳା ବଳାତ୍କାରର ଶିକାର ନୁହଁନ୍ତି ବରଂ ଏକ ମେକଅପ୍ କଳାକାର ଯିଏ ସଚେତନତା ଉଦ୍ଦେଶ୍ୟରେ ଭିଡିଓ ତିଆରି କରିଛନ୍ତି।

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “last breath before de*th of doctor moumita. ହେ ଭଗବାନ ଏମିତି ମଣିଷ ରୁପି ନୃଶଂସ, ରାକ୍ଷସ ପ୍ରକୃତି ଲୋକ ଗୁଡ଼ାକ ଅଛନ୍ତି। ଏଭଳି ହିଂସ୍ରକ ପଶୁ ପରି କେମିତି ହେଇପାରିଲେ ଗୋଟେ ନିରୀହ ଝିଅ ପ୍ରତି ଛି। ମୌମିତାର ଆତ୍ମା ସେହି ଦିନ ଶାନ୍ତି ପାଇବ ଯେଉଁଦିନ ସେହି ପାପି ମାନେ ଫାଶୀ ଖୁଣ୍ଟରେ ଝୁଲିବେ।ନହେଲେ ଯେଉଁମାନେ ଆଜି ନ୍ୟାୟ ମାଗୁଛନ୍ତି ସମସ୍ତେ ମିଶି ସେ ହାରାମିକୁ ପିସ୍ ପିସ୍ କରି କାଟିକି ଖଣ୍ଡେଖଣ୍ଡେ ମାଂସକୁ ତାର ଏସିଡ଼ି ପକେଇକି ପୋଡିବେ ରାଜରାସ୍ତାରେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅଣ ଉସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୮ ଅଗଷ୍ଟ ୨୦୨୪ ରେ ଫେସବୁକରେ ପୋସ୍ତ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ହୋଇଛି, ‘ଜିନତ ରେହମାନ ଦ୍ଵାରା ନିର୍ମିତ’

ଏହା ପରେ ଆମେ ଜିନତ ରେହମାନଙ୍କର ସୋସିଆଲ ମିଡିଆ ଏକାଉଣ୍ଟ ସର୍ଚ୍ଚ କରିଲୁ, କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ ସେ ତାଙ୍କର ଫେସବୁକ ଏବଂ ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ଲକ୍ କରିଛନ୍ତି। କିନ୍ତୁ ଅନ୍ୟ କିଛି ଫେସବୁକ ପେଜରେ ତାଙ୍କର କିଛି ପୋଷ୍ଟ ଦେଖିବାକୁ ମିଳିଛି। ତାହା ମଧ୍ୟରୁ ଗୋଟିଏ ପୋଷ୍ଟ ଆପଣ ମାନେ ଏଠାରେ ଦେଖି ପାରିବେ। 

ପୋଲିସର ତଦନ୍ତ: 

ଏକ ରିପୋର୍ଟ ଅନୁଯାୟୀ, ଡାକ୍ତରଖାନା ପରିସରରେ ପୀଡ଼ିତା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି କୋଲକାତା ପୋଲିସ କହିଛି। ପୀଡିତାଙ୍କ ଆଘାତର ଗମ୍ଭୀରତା ଏବଂ ମୃତ୍ୟୁର ପରିସ୍ଥିତିକୁ ଦେଖି ସେ ଆକ୍ରମଣ ସମୟରେ କିମ୍ବା ପରେ ନିଜେ ଭିଡିଓ ରେକର୍ଡ କରିଥିବାର ସମ୍ଭାବନା ନାହିଁ।

କୋଲକାତା ପୋଲିସ ବିପର୍ଯ୍ୟୟ ପରିଚାଳନା ଫୋର୍ସର ନାଗରିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟ ନାମକ ଏହି ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜ ଏବଂ ଏହି ଅପରାଧ ସହ ଜଡିତ ଥିବା ଅନ୍ୟ ପ୍ରମାଣ ପରେ ଗିରଫ କରାଯାଇଛି। ଘଟଣାର ରାତିରେ ପୀଡିତା ବିଶ୍ରାମ ନେଉଥିବା ସେମିନାର ହଲରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ରୋଗୀର ସମ୍ପର୍କୀୟଙ୍କ ସହ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅପରାଧ କରିବା ପରେ ସେ ସକାଳ ପ୍ରାୟ ୪.୩୦ ରେ ସେ ସ୍ଥାନ ଛାଡିଥିବାର ନଜର ଆସିଥିଲେ। ଗିରଫ ପରେ ସେ ଏହି ଅପରାଧ ସ୍ୱୀକାର କରିଛନ୍ତି।

ସିଦ୍ଧାନ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ସେ ଜଣେ ମେକପ୍ କଳାକାର ଏବଂ ସଚେତନା ଉଦ୍ଦେଶ୍ୟରେ ସେ ଏହି ଭିଡିଓ ନିର୍ମିତ କରିଥିଲେ।

Avatar

Title:ଭିଡିଓରେ ଥିବା ମହିଳା କୋଲକାତା ଦୁଷ୍କର୍ମ ପୀଡ଼ିତା ନୁହଁନ୍ତି। ଜଣେ ମେକପ୍ ଆର୍ଟିଷ୍ଟଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *