
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଏକ ଶିଶୁର ମମି ଦେଖିବାକୁ ମିଳିଛି। ଏହା ସହିତ ଭିଡିଓରେ କିଛି ଅନ୍ୟ ଶିଶୁ ମାନଙ୍କ ଫୋଟୋ ଦିଆଯାଇଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ଶିଶୁ ମାନେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ନିଜ ପ୍ରାଣ ହରାଇଛନ୍ତି ଏବଂ ଭିଡିଓରେ ଥିବା ଶରୀର ଟି ତାଙ୍କ ମଧ୍ୟ ଜଣଙ୍କର।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ଯ୍ବହାରକାରୀ ଲେଖିଛନ୍ତି, “ଯେଉଁମାନେ ସକାଳେ ହସି ହସି ଘରୁ ବାହାରିଥିଲେ, ସେମାନେ ଜାଣି ନ ଥିଲେ ଯେ ସେମାନଙ୍କୁ ଫେରିବାର ସୁଯୋଗ ଆଉ ମିଳିବ ନାହିଁ। ଏହି ଯାତ୍ରା ସେମାନଙ୍କ ଜୀବନର ଶେଷ ଯାତ୍ରା। ମୃତ୍ୟୁ ବୟସ, ସ୍ଥାନ, ସମୟ ଏସବୁ କିଛି ଦେଖି ନଥାଏ। ତୁମେ ଯାହା କରିବାକୁ ଚାହୁଁଛ, ଯାହା ବି ଭଲ କାମ କରିବାକୁ ଭାବୁଛ, ତାହା ଆଜି କରିଦିଅ… କାରଣ କାଲି କେବଳ ଜୀବନର ଏକ ଆଶା – ବାସ୍ତବତା ନୁହେଁ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏକ ଇଂଷ୍ଟାଗ୍ରାମ୍ ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ବର୍ଣ୍ଣନା ଅନୁସାରେ, ୟୁଜରଙ୍କ ନାମ ଟମ୍ ଏବଂ ସେ ଜଣେ କଳାକାର। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଦେଖି ଆମେ ଜାଣିବାକୁ ପାଇଲୁ ଯେ ଏହା ପ୍ରାଚୀନ ମିଶ୍ରକୁ ଦର୍ଶାଉଥିବା ଏକ ପ୍ରୋଫାଇଲ୍।
ଏହି ଏକାଉଣ୍ଟରେ ଭାଇରାଲ ଭିଡିଓ ଟି ୧୧ ମାର୍ଚ୍ଚ ୨୦୨୫ ରେ ପୋଷ୍ଟ କରା ଯାଇଥିଲା। ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ପ୍ରାଚୀନ ମିଶ୍ରର ଏକ ଶିଶୁର ମମି – ରୋମାନ ଯୁଗ। ଅତ୍ୟନ୍ତ ଯତ୍ନ ଏବଂ ପ୍ରେମ ସହିତ ଶୟନ କରାଯାଇଛି। ବାସେଲ, ସ୍ୱିଜରଲ୍ୟାଣ୍ଡ, ପ୍ରାଚୀନ ସଂଗ୍ରହାଳୟ।”
ସମାନ ଭିଡିଓ ୧୩ ଜୁନ୍ ୨୦୨୪ ରେ ସେହି ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିଲା ଯାହାର କ୍ୟାପ୍ସନ୍ ରେ ଲେଖା ଯାଇଛି, “ଏକ ଶିଶୁର ମମି।” ଉଲ୍ଲେଖ କରା ଯାଇଛି ଯେ ଏହା ଏଣ୍ଟିକେନମୁଜିୟମ ବାସେଲ୍ ସ୍ବୀଜରଲ୍ୟାଣ୍ଡରୁ ଆସିଛି।
ଅଧିକ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଆଣ୍ଟିକେନମ୍ୟୁଜିୟମ୍ ବାସେଲ ସ୍ୱିଜରଲ୍ୟାଣ୍ଡରେ ପ୍ରାଚୀନ ସାଂସ୍କୃତିକ କଳାକୃତିର ସର୍ବବୃହତ ସଂଗ୍ରହ ରହିଛି, ଯାହା ୫୦୦୦ ବର୍ଷରୁ ଅଧିକ ସଂସ୍କୃତିକୁ ବ୍ୟାପିଛି ଏବଂ ସମସ୍ତ ପ୍ରାରମ୍ଭିକ ସଭ୍ୟତାକୁ ପ୍ରତିନିଧିତ୍ୱ କରେ, ଗ୍ରୀସ୍ ଠାରୁ ରୋମ୍ ଏବଂ ଏଟ୍ରୁରିଆ, ମିଶରରୁ ଲେଭାଣ୍ଟ ଦେଇ, ମେସୋପୋଟାମିଆ ଏବଂ ଇରାକ ପର୍ଯ୍ୟନ୍ତ।
ଏହା ବାବଦ ଆମେ ଦେଖିଲୁ ଯେ ଭାଇରାଲ ଭିଡିଓ ଏବଂ ଉପରୋକ୍ତ ଭିଡିଓ ରେ ଥିବା ପ୍ରତୀକ ଗୁଡ଼ିକ ସମାନ।
ରିଭର୍ସ ଇମେଜ୍ ସର୍ଚ୍ଚ ଏବଂ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ପାଇଲୁ ଯେ ଶବଧାର ଉପରେ ଲେଖା ଯାଇଥିବା ଅକ୍ଷର ହେଉଛି ପ୍ରଥମ ମଧ୍ୟବର୍ତ୍ତୀ କାଳରୁ ଆରମ୍ଭ ହୋଇଥିବା ଶବଧାର ଉପରେ ଲିଖିତ ପ୍ରାଚୀନ ମିଶରୀୟ ଅନ୍ତିମ ସଂସ୍କାର ମନ୍ତ୍ରର ଏକ ସଂଗ୍ରହ। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭିଡିଓ ଟି ଏକ ମିଶ୍ର ଦେଶର ମମି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର ହେଉଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।

Title:ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।
Fact Check By: Siddharth SahuResult: Missing Context
