ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ। 

Communal False

ପ୍ରାୟ ୭୨ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ସେ ୧୨ ବର୍ଷର ଝିଅକୁ ବିବାହ କରିଛନ୍ତି କାରଣ ତାଙ୍କର କୌଣସି ପିତାମାତା କିମ୍ବା କୌଣସି ସମ୍ପର୍କୀୟ ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପୁଅ ଏବଂ ବୋହୁ ତାଙ୍କର ଆବଶ୍ୟକତାର ଯତ୍ନ ନେଉନାହାଁନ୍ତି ଏବଂ ସେ ଦାବି କରିଛନ୍ତି ଯେ ତାଙ୍କର ପୂର୍ବ ପତ୍ନୀ ୫ ବର୍ଷ ପୂର୍ବେ ଦେହାନ୍ତ କରିଛନ୍ତି।

ଭାଇରାଲ ଭିଡିଓ ସହିତ ଦାବି କରା ଯାଉଛି ଯେ ବାଂଲାଦେଶ ରେ ୧୨ ବର୍ଷର ହିନ୍ଦୁ ଝିଅ କୁ ଜବରଦସ୍ତ ବାହାଘର କରିଛି ଜଣେ ୭୬ ବର୍ଷର ମୁସଲମାନ ବୃଦ୍ଧ। ଏହାକୁ ଏକ ପ୍ରକୃତ ଘଟଣା ଭାବରେ ସୋସିଆଲ ମିଡିଆରେ ସେୟାର କରାଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “୭୬ ବର୍ଷୀୟ ମହମ୍ମଦ ରୋଜୋବ ଅଲି ୧୨ ବର୍ଷୀୟ ହିନ୍ଦୁ ଝିଅକୁ ଚତୁର୍ଥ ବିବାହ କରିଥିଲେ। ମହମ୍ମଦ ରୋଜୋବ କହିଛନ୍ତି, ତାଙ୍କର କେହି ନାହାନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ‘MB TV’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଭାଇରାଲ୍ ଭିଡିଓ ପ୍ରକାଶିତ ହେଇଥିବା ପାଇଲୁ। ଏଠାରେ ଭିଡିଓ ଦୁଇ ମାସ ପୂର୍ବରୁ ଅପଲୋଡ୍ ହୋଇଥିଲା।

ଏହି ଚ୍ୟାନାଲ ବିଷୟରେ ଅଧିକ ଅନୁସନ୍ଧାନ କରିବା ପରେ ଆମେ ଜାଣିଲୁ ଯେ ଏହା ଏକ ମନୋରଞ୍ଜନ ଚ୍ୟାନାଲ ଅଟେ। 

ଭାଇରାଲ୍ ଭିଡିଓ ପରି ଅନ୍ୟ ଭିଡିଓଗୁଡିକ ମଧ୍ୟ ଏହି ଚ୍ୟାନେଲରେ ଉପଲବ୍ଧ ଅଛି ଯାହା ଆପଣ ମାନେ ଏଠାରେ ଦେଖି ପାରିବେ। ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଲୋକମାନେ ଅନ୍ୟ ଭିଡିଓରେ ମଧ୍ୟ ଉପସ୍ଥିତ ଅଛନ୍ତି | ଯାହାର ଅର୍ଥ ହେଉଛି ଏହି ଭିଡିଓ ସ୍କ୍ରିପ୍ଟ ହୋଇଛି ଏବଂ ବାସ୍ତବ ନୁହେଁ। 

ଏହା ବ୍ଯତୀତ ଭାଇରାଲ ଭିଡିଓରେ ଥିବା ଝିଅକୁ ଆମେ MB TV ଚ୍ୟାନାଲର ଅନ୍ୟ ଏକ ଭିଡିଓରେ ମଧ୍ୟ ଦେଖିବାକୁ ପାଇଲୁ। 

ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଝିଅର ଫୋଟୋ ଏବଂ MB TV ରେ ଅପଲୋଡ୍ ହୋଇଥିବା ଅନ୍ୟ ଭିଡିଓଗୁଡିକ ଆମେ ବିଶ୍ଳେଷଣ କରିଥିଲୁ, ଯେଉଁଥିରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇ ଯାଇଛି ଯେ ସମାନ ଝିଅଟି ଅନ୍ୟ ଭିଡିଓରେ ଅନେକ ଲୋକଙ୍କ ସହିତ ବିଭିନ୍ନ ଭୂମିକାରେ ନଜର ଆସିଛି।

ଅନୁସନ୍ଧାନ ସମୟରେ ଆମେ ‘Mkd Cd TV’ ନାମକ ଅନ୍ୟ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଲୁ ଯେଉଁଥିରେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ଦମ୍ପତିଙ୍କର ଏକ ଭିଡିଓ ଅପଲୋଡ୍ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ସମାନ ଅଭିନେତ୍ରୀ ଏହି ଚ୍ୟାନେଲର ଅନ୍ୟ କିଛି ଭିଡିଓରେ ମଧ୍ୟ ଅଭିନୟ କରିଛନ୍ତି। ନିମ୍ନରେ ଭିଡିଓ ଦେଖନ୍ତୁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ବାସ୍ତବିକ ଘଟଣା ନୁହେଁ ବରଂ ମନୋରଞ୍ଜନ ଉଦ୍ଦେଶ୍ୟରେ ନିର୍ମାଣ କରା ଯାଇଥିବା ଭିଡିଓ ଯାହାକୁ ସାମ୍ପ୍ରଦାୟିକ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ବାଂଲାଦେଶର ଜଣେ ବୃଦ୍ଧ ମୁସ୍ଲିମ ବ୍ୟକ୍ତି ୧୨ ବର୍ଷ ହିନ୍ଦୁ ଝିଅକୁ ବିବାହ କରିଥିବା ଭାଇରାଲ ଭିଡିଓ ଏକ ନାଟକୀୟ ଭିଡିଓ ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *