ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ  କରାଯାଉଛି।

Communal False

ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ହେଉଥିବା ଯନ୍ତ୍ରଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ରାସ୍ତା ମଝିରେ ସ୍କ୍ରିନରେ ବାବରୀ ମସଜିଦର ଇତିହାସ ପ୍ରଦର୍ଶନ ହେଉଛି। 

ଦାବି କରା ଯାଉଛି ଯେ ଏହି ଭିଡିଓ ବାଂଲାଦେଶର ଏକ ସହରରେ ପ୍ରଦର୍ଶନ କରା ଯାଇଛି ଏବଂ ସେଠିକାର ମୁସ୍ଲିମ ମାନଙ୍କୁ ହିନ୍ଦୁ ବାସିନ୍ଦାଙ୍କ ବିରୁଦ୍ଧରେ ଉତ୍ତେଜିତ କରା ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ବାଂଲାଦେଶରେ ନୁହେଁ, ବରଂ ମହାରାଷ୍ଟ୍ରର ଥାନେର ମୁମ୍ବରା ଆଞ୍ଚଲର ଘଟଣା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବଡ ବଡ ସ୍କ୍ରିନରେ ଦେଖା ଯାଉଛି ହିନ୍ଦୁ ମାନଙ୍କ ପ୍ରତି କେମିତି ଜିହ୍ୱାଦ ଆକ୍ରୋଶ ହିଂସା କରାଯିବ ବାଙ୍ଗଲାଦେଶ ରେ ଦେଖ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଅସାଦୁଦ୍ଦିନ ଓୱାଇସିଙ୍କର ଫେସବୁକ ଏକାଉଣ୍ଟରେ ୭ ଡିସେମ୍ବର ୨୦୨୪ ରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟରେ ଲେଖା ଯାଇଛି, “ବାବରୀ ମସଜିଦର ଇତିହାସ ଏସଡ଼ିପିଆଇ (SDPI) ମୁଖରୁ”

https://www.facebook.com/reel/451950217672824

ଅଧିକ ସର୍ଚ୍ଚ କରିବା ପରେ ଆମକୁ SDPI ମୁମ୍ବରା-କଲୱାର ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ମଧ୍ୟ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ବାବରୀ ମସଜିଦର ଇତିହାସର ଏହି ଭିଡିଓ ମୁମ୍ବରାର ଦାରୁଲ ଫାଲାହ ମସଜିଦ ନିକଟରେ ଆୟୋଜିତ ହୋଇଥିଲା। 

ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଅନେକ ସ୍ଥାନରେ ଲାଲ-ସବୁଜ ରଙ୍ଗ ପତାକା ଲାଗିଛି। ଉପରୋକ୍ତ ତଥ୍ୟକୁ ନଜରରେ ରଖି ସର୍ଚ୍ଚ କରିବା ପରେ ଜଣା ପଡ଼ିଲା ଯେ ଏହି ପତାକା SDPI ପାର୍ଟିର ଅଟେ। 

ଏହା ବାବଦ ଭିଡିଓରେ ବାବରୀ ମସଜିଦ ଇତିହାସ ପ୍ରଦର୍ଶନୀ ହେଉଥିବା ସ୍କ୍ରିନରେ ମଧ୍ୟ ଆମକୁ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ଉଲ୍ଲେଖ ହୋଇଥିବା ଦେଖିବାକୁ ମିଳିଲା। ନିମ୍ନରେ ଆପଣ ମାନେ ସେଇ ଫୋଟୋ ଦେଖି ପାରିବେ। 

ଉପରୋକ୍ତ ତଥ୍ୟ ଗୁଡ଼ିକ ନିଶ୍ଚିତ କରିବା ପାଇଁ ଆମେ କଲୱା-ମୁମ୍ବରା ର SDPI କାର୍ଯ୍ୟଳୟ ସହିତ ଯୋଗାଯୋଗ କରିଲୁ। ସେମାନେ କହିଛନ୍ତି ଯେ ଏହି ଭିଡିଓର ପ୍ରଦର୍ଶନୀ ତାଙ୍କ ପାର୍ଟି ଦ୍ଵାରା କରା ଯାଇଥିଲା। ଭିଡିଓଟି ମୁମ୍ବରା ର ଦାରୁଲ ଫାଲାହ ମସ୍ଜିଦ ନିକଟରେ ଏକ ବିଶାଳ ସ୍କ୍ରିନରେ ପ୍ରଦର୍ଶନୀ କରା ଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ବାଂଲାଦେଶରେ ନୁହେଁ, ବରଂ ମହାରାଷ୍ଟ୍ରର ଥାନେର ମୁମ୍ବରା ଆଞ୍ଚଲରେ ଥିବା ଦାରୁଲ ଫାଲାହ ମସଜିଦ ନିକଟର ଘଟଣା ଅଟେ। ଏହି ଭିଡିଓର ପ୍ରଦର୍ଶନୀ SDPI ପାର୍ଟି ଦ୍ଵାରା କରା ଯାଇଥିଲା।

Avatar

Title:ମହାରାଷ୍ଟ୍ରର ବାବ୍ରି ମସଜିଦ ପ୍ରଦର୍ଶନୀ ଭିଡିଓ କୁ ବାଂଲାଦେଶର କହି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *