
ରାସ୍ତାରେ ଲୋକଙ୍କ ଏକ ବିଶାଳ ଭିଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ବିହାର ବିଧାନସଭା ନିର୍ବାଚନ ପରେ, ସେଠାରେ ଲୋକମାନେ ଭୋଟ ହେରଫେର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିହାର ର ନୁହେଁ ବରଂ ଗୁଜୁରାଟରେ ବିର୍ଷା ମୁଣ୍ଡା ଜୟନ୍ତୀ ଉତ୍ସବର ଏକ ଭିଡିଓ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “Vote ଚୋର ଙ୍କ ପାଇଁ ରାସ୍ତାକୁ ଓଲାଇଲେ ବିହାର ର ଜନତା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଚୈତରବାସବ ଆର୍ମି ନାମକ ଏକ ଇନଷ୍ଟାଗ୍ରାମ୍ ପେଜ୍ ରେ ୧୫ ନଭେମ୍ବର ରେ ସମାନ ଭିଡିଓ ସେୟାର କରା ଯାଇଥିଲା। ଭିଡିଓର କ୍ୟାପସନରେ କୁହା ଯାଇଛି ଯେ, “ଚୈତରବାସବର ଏକ ଭିନ୍ନ ଜଳବା ଅଛି।”
କ୍ୟାପସନରେ ‘ନେତ୍ରଙ୍ଗ’ ହ୍ୟାସଟ୍ୟାଗ୍ ବ୍ୟବହାର ହୋଇଥିବା ମଧ୍ୟ ଜଣାପଡ଼ିଛି।
ଅଧିକ ସର୍ଚ୍ଚ କରିବାରୁ ଜଣାପଡ଼ିଲା ଯେ ଚୈତର ଭାସାଭା ଗୁଜରାଟର ଡେଡିଆପଡ଼ା ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟିର ବିଧାୟକ।
ଏହା ସହିତ, ନେତ୍ରଙ୍ଗ ହେଉଛି ଗୁଜରାଟର ଭରୁଚ ଜିଲ୍ଲାର ଏକ ଛୋଟ ସହର, ଯାହା ଡେଡିଆପଡ଼ା ନିର୍ବାଚନମଣ୍ଡଳୀକୁ ଲାଗି ରହିଛି।
ଆଦିବାସୀ ସମ୍ପ୍ରଦାୟ ପାଇଁ ପ୍ରେରଣା ସ୍ୱରୂପ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଚୈତର ଭାସାଭା ୧୫ ନଭେମ୍ବର ତାରିଖରେ ନେତ୍ରଙ୍ଗରେ ଏକ ବିଶାଳ ରାଲିର ନେତୃତ୍ୱ କରିଥିଲେ। ଏହି ବିଷୟରେ ଆପଣ ଏଠାରେ ଏବଂ ଏଠାରେ ଅଧିକ ପଢ଼ିପାରିବେ।
ଚୈତର ଭାସାଭା ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ରାଲିର ଫୁଟେଜ୍ ସେୟାର କରିଛନ୍ତି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ଗୁଗୁଲ ମ୍ଯାପ୍ସରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ର ଦୃଶ୍ୟ ଗୁଡ଼ିକ ଆଙ୍କଲେଶ୍ୱର-ବୁରହାନପୁର ରାଜପଥରେ ଅଛି।
ନିମ୍ନରେ ଥିବା ତୁଳନାତ୍ମକ ଫଟୋଗୁଡ଼ିକୁ ଦେଖିଲେ, ଆପଣ ଜାଣିବେ ଯେ ଭାଇରାଲ ଭିଡିଓରେ ଥିବା ତିନି ମହଲା କୋଠା ଏବଂ ନିକଟରେ ଥିବା ପୋଷାକ ଦୋକାନ ଗୋଟିଏ ସ୍ଥାନର।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
Title:ଗୁଜୁରାଟର ବିର୍ଷା ମୁଣ୍ଡା ଜୟନ୍ତୀ ଭିଡିଓକୁ ବିହାରରେ ଭୋଟ୍ ଚୋରି ବିରୁଦ୍ଧରେ ପ୍ରତିବାଦର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False

