
ଗତ କିଛି ମାସ ହେବ ପଡୋଶୀ ଦେଶ ବାଂଲାଦେଶରେ ଅଶାନ୍ତି ଦେଖାଦେଇଛି। ହିଂସା ଏବଂ ଅରାଜକତାର ପରିବେଶ ଏପର୍ଯ୍ୟନ୍ତ ଜାରି ରହିଛି। ସାମ୍ପ୍ରତିକ ବିକାଶ ସମୟରେ ବାଂଲାଦେଶରେ ଅନ୍ତର୍ଭୁକ୍ତ ସନାତନ ମୁଖପାତ୍ର ଚିନ୍ମୟ ଦାସଙ୍କୁ ଗିରଫ କରାଯାଇଥିଲା। ଏଥି ସହିତ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଶୋଷଣର ବୃଦ୍ଧି ମାମଲା ମଧ୍ୟ ସାମ୍ନାକୁ ଆସୁଛି।
ଏହି ପ୍ରସଙ୍ଗ ମଧ୍ୟରେ, ଏକ ହୃଦୟ ବିଦାରକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ କିଛି ଲୋକ ଗାଇ କୁ ଅତି ନିର୍ମମ ଭାବରେ ହତ୍ୟା କରୁଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଏହି ଭିଡିଓ ବାଂଲାଦେଶର ବୋଲି ଦାବି କରୁଛନ୍ତି, ଯେଉଁଠାରେ ବାଂଲାଦେଶର ISKCON ର ଏକ ଗୋଶାଳରେ ମୂକ ଗାଇ ମାନଙ୍କୁ ନିର୍ଯାତନା ଦିଆଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ପଞ୍ଜାବର ଜଲନ୍ଧରର ଅଟେ ଯାହାକୁ ବାଂଲାଦେଶର ସାମ୍ପ୍ରଦାୟିକ ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଅଧର୍ମର ପ୍ରଭାବ ଯେତେବେଳେ ତୀବ୍ର ହୁଏ ଏପରି ଦୃଶ୍ୟ ଦେଖିବାକୁ ମିଳେ…! ଏଭଳି ହୀନ କାର୍ଯ୍ୟ କରୁଥିବା ମାନବ ରୂପୀ ଦାନବ ମାନଙ୍କ ଘୋର ନିନ୍ଦା କରୁଛି … ଯେଉଁଠାରେ ବି ହେଉ ଏପରି କୃରତା ପ୍ରଦର୍ଶନ କରିବା ନିନ୍ଦନୀୟ …!”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ କିଛି ରିପୋର୍ଟ ମିଳିଲା ଯେଉଁଥିରେ ଏହି ଘଟଣାକୁ ପଞ୍ଜାବର ଜଲନ୍ଧରର ବୋଲି କୁହା ଯାଇଛି। ଖବରୀସ୍ତାନ ପତ୍ରିକା ୱେବସାଇଟରେ ଭାଇରାଲ ଭିଡିଓର ରୁ ନିଆ ଯାଇଥିବା ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟରେ ଏହି ଘଟଣାକୁ ପଞ୍ଜାବର ଜଲନ୍ଧର ର ବୋଲି ବର୍ଣ୍ଣନା କରାଯାଇଛି, ଯେଉଁଠାରେ ତିନିଜଣ ଯୁବକ ଏକ ଷଣ୍ଢକୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ୨୭ ନଭେମ୍ବର ୨୦୨୪ ରେ ଏହି ରିପୋର୍ଟ ପ୍ରକାଶିତ ହୋଇଥିଲା।
ତା’ପରେ ଆମେ ପଞ୍ଜାବ କେସରୀ ୱେବସାଇଟରେ ପ୍ରକାଶିତ ଆଉ ଏକ ରିପୋର୍ଟ ପାଇଲୁ ଯାହା ୧୫ ନଭେମ୍ବର ୨୦୨୪ ତାରିଖରେ ପ୍ରକାଶିତ ହେଇଥିଲା। ଏଠାରେ ଭିଡିଓଟି କେବଳ ଜାମଶେର ଡେରିର ବୋଲି କୁହାଯାଉଛି। ଏଥିରେ ଏହା ମଧ୍ୟ କୁହା ଯାଇଛି ଯେ ପୋଲିସ ଅଭିଯୁକ୍ତଙ୍କୁ ଅଟକାଇ ରଖିଲା କିନ୍ତୁ ବିନା କୌଣସି କାର୍ଯ୍ୟନୁଷ୍ଠାନରେ ନେଇ ସେ ମାନଙ୍କୁ ଛାଡ଼ିଥିଲା।
ଦି ଟ୍ରାଇବ୍ୟୁନ ୱେବସାଇଟ ରିପୋର୍ଟ ଅନୁଯାୟୀ, ଭାଇରାଲ ଭିଡିଓରେ ଗାଈକୁ ନିର୍ମମ ଭାବରେ ପିଟି ପିଟି ମାରିବା ଏବଂ ତା’ର ମୃତ୍ୟୁ ଘଟାଇବା ପରେ ଏହା ତୀବ୍ର ଉତ୍ତେଜନା ସୃଷ୍ଟି କରିଛି। ପଶୁ ସୁରକ୍ଷା ଫାଉଣ୍ଡେସନର ଶ୍ରୀଷ୍ଟ ବକ୍ସିଙ୍କ ନେତୃତ୍ୱରେ, ବାସିନ୍ଦାମାନେ ଜାମଶେର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପୂର୍ବରୁ ପିପିଆର ମଲ ବାହାରେ ଏକ ପ୍ରଦର୍ଶନ କରିଥିଲେ। ଜଳନ୍ଧର ପୋଲିସ କମିଶନରଙ୍କୁ ସମ୍ବୋଧିତ ଏହି ଅଭିଯୋଗରେ ଭିଡିଓର ଉତ୍ସ ଖୋଜିବା ଏବଂ ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା।
ଆମେ ‘ପଶୁ ସୁରକ୍ଷା ଫାଉଣ୍ଡେସନ୍’ର ଫେସବୁକ୍ ଆକାଉଣ୍ଟ୍ ପାଇଲୁ, ଯାହାକି ଜଲନ୍ଧରରେ ପଶୁମାନଙ୍କ ପାଇଁ କାମ କରେ। ଏଥିରେ ଫାଉଣ୍ଡେସନ ସଭାପତି ୟୁଭି ସିଂଙ୍କ ଦ୍ଵାରା ୧୩ ନଭେମ୍ବର ୨୦୨୪ ରେ ସମାନ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ସେ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଭିଡିଓରେ ଦେଖାଯାଇଥିବା ନମ୍ବରରେ ଯୋଗାଯୋଗ କରିଲା ପରେ ୟୁଭି ସିଂ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଭାଇରାଲ ଭିଡିଓ ଜଲନ୍ଧରରୁ ଆସିଛି ଏବଂ ଏଥିରେ ଦେଖାଯାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।

Title:ପଞ୍ଜାବର ଜଲନ୍ଧରରେ ଗୋରୁ ଉପରେ ଆକ୍ରମଣର ଭିଡିଓକୁ ବାଂଲାଦେଶର ଘଟଣା କହି ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ସେୟାର ଯାଉଛି।
Fact Check By: Siddharth SahuResult: False
