ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

False Social

କିଛି ଦିନ ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଥିବା ସୂଚନା ସାମନାକୁ ଆସିଥିଲା। ଏହି ମଧ୍ୟରେ ସୋସିଆଲ ମିଡିଆର ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଏପରି ପ୍ରତୀତ ହେଉଛି ଯେଉପରି କି ଏକ ସହରରେ ବାଦଳଫଟା ବର୍ଷା ହେଉଛି। 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଆମ ରାଜ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

Instagram | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନଏ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଦି ଆସାମ ଟ୍ରାଇବ୍ଯୁନ୍ ନ୍ୟୁଜ୍ ଚ୍ୟାନାଲରେ ସମାନ ଭିଡିଓ ପ୍ରକାଶ ପାଇଥିବା ମିଳିଲା। ୨୦ ସେପ୍ଟେମ୍ବର ୨୦୨୫ ରେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ କୁହା ଯାଇଛି ଯେ ଗୌହାଟୀର ରାଜଗଡ଼-ଚାନ୍ଦମାରି ଲିଙ୍କ୍ ରୋଡର ଏକ ରେଳ କ୍ରସିଂରେ ପାଣି ପାଇପ୍ ଫାଟି ଯାଇଥିବା ଦେଖାଯାଇଛି, ଯାହା ଫଳରେ ଅଞ୍ଚଳରେ ପ୍ରବଳ ଜଳବନ୍ଦୀ ସୃଷ୍ଟି ହୋଇଛି।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଏକ ମିଡିଆ ରିପୋର୍ଟ ମିଳିଲା ଯାହା ଅନୁଯାୟୀ, ଏହି ଘଟଣା ଗୌହାଟୀରେ ଏକ ବଡ଼ ପାଇପ୍ ଫାଟିଥିବାର ଦୃଶ୍ୟ ଅଟେ। 

ହିନ୍ଦୁସ୍ତାନ ସମାଚାର ନ୍ୟୁଜ୍ ଏଜେନ୍ସି ର ଟୁଇଟର ହେଣ୍ଡେଲରେ ଭାଇରାଲ ଭିଡିଓ ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ, ଗୌହାଟିର ଚାନ୍ଦମାରି ଅଞ୍ଚଳରେ ପାଣି ପାଇପ୍ ଫାଟି ଯାଇଥିବାରୁ ୨୦ ଫୁଟରୁ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ପାଣି ପ୍ରବାହିତ ହେଉଥିବାର ଦୃଶ୍ୟ ଦେଖାଯାଇଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ଆସାମର ଗୌହାଟୀରେ ପାଣି ପାଇପ୍ ଫାଟିଥିବା ଭିଡିଓକୁ କୋରାପୁଟରେ ବାଦଳଫଟା ବର୍ଷା ହେଉଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *