
ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ରାଜ୍ୟ ସଭାରେ ଦେଇଥିବା ଏକ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ରେ ସଞ୍ଜୟ ସିଂଙ୍କୁ ‘ହରାମରେ ମଧ୍ୟ ରାମ ଅଛି’ ବୋଲି କହୁହିବା ଶୁଣିବାକୁ ମିଳିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ଅସମ୍ପୁର୍ଣ୍ଣ ଭିଡିଓ। ପ୍ରକୃତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ୍ ବିହାରୀ ଭାଜପାୟୀଙ୍କ ଉଦ୍ଧୃତି ଦେଉଥିଲେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ରାମଙ୍କ ନାମ ସହ “ହରାମ” ର ତୁଳନା – ଯାହାକି ବିରୋଧୀଙ୍କର ଘୃଣ୍ୟ ଏବଂ ବିକୃତ ମାନସିକତାର ପରିଚୟ ଦେଉଛି ! ଏହା କେବଳ ଆପ ନେତା ସଞ୍ଜୟ ସିଂଙ୍କ ବିବାଦୀୟ ବୟାନ ନୁହେଁ, ବରଂ ଏହା ଅଗଣିତ ହିନ୍ଦୁଙ୍କ ଆସ୍ଥା, ମର୍ଯ୍ୟାଦା ଏବଂ ବିଶ୍ୱାସକୁ ଟାର୍ଗେଟ କରି ଜାଣିଶୁଣି କରାଯାଇଥିବା ଏକ ପ୍ରକାର ଆକ୍ରମଣ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲ ରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଭାଇରାଲ କ୍ଲିପ୍ ର ମୂଳ ଭିଡିଓ ୧୮ ଡିସେମ୍ବର ୨୦୨୫ ରେ ସଂସଦ ଟିଭି ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର ବର୍ଣ୍ଣନାରେ କୁହା ଯାଇଛି, “ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) ପାଇଁ ବୀକ୍ଷିତ ଭାରତ ଗ୍ୟାରେଣ୍ଟି ଉପରେ ଆଲୋଚନା: VB-G RAM G ବିଲ୍, 2025 ରାଜ୍ୟସଭାରେ। ଏହି ବିଲ୍ ବୀକ୍ଷିତ ଭାରତ @2047 ର ଜାତୀୟ ଦୃଷ୍ଟିକୋଣ ସହିତ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ, ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ଏକ ଶହ ପଚିଶ ଦିନର ମଜୁରୀ ନିଯୁକ୍ତିର ଏକ ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରଦାନ କରି, ଯେଉଁମାନଙ୍କର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାସେବୀ ଭାବରେ ଅଣକୁଶଳୀ ହସ୍ତଗତ କାର୍ଯ୍ୟ କରିବାକୁ ଆଗ୍ରହୀ; ଏକ ସମୃଦ୍ଧ ଏବଂ ସ୍ଥିର ଗ୍ରାମୀଣ ଭାରତ ପାଇଁ ସଶକ୍ତିକରଣ, ଅଭିବୃଦ୍ଧି, ଅଭିବୃଦ୍ଧି ଏବଂ ସଂତୃପ୍ତିକୁ ପ୍ରୋତ୍ସାହିତ କରିବା ପାଇଁ; ଏବଂ ଏହା ସହିତ ଜଡିତ କିମ୍ବା ଏହା ସହିତ ଜଡିତ ବିଷୟଗୁଡ଼ିକ ପାଇଁ”
ଟାଇମଷ୍ଟାମ୍ପ ୪:୪୪ ରୁ ସଂଜୟ ସିଂ କହୁଛନ୍ତି, “ମୁଁ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଅଟଳ ଜୀଙ୍କ ସହିତ ଜଡିତ ଏକ ଘଟଣା ମନେ ପକାଇବାକୁ ଚାହୁଁଛି, ଯାହାଦ୍ୱାରା ସେ ରାମଙ୍କ ନାମର ମହତ୍ତ୍ୱ ବୁଝାଇପାରିବେ। ଜଣେ ପ୍ରତିଦ୍ୱନ୍ଦ୍ୱୀ ଥରେ ଏକ ବୟାନ ଦେଇଥିଲେ.. ଜଣେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କହିଥିଲେ, ‘ଯଦି ଅଟଳ ଜୀଙ୍କୁ ପୂଜା କରିବାକୁ ପଡ଼େ, ତେବେ ସେ ମୋତେ କାହିଁକି ପୂଜା କରନ୍ତି ନାହିଁ? ମୋ ନାମରେ ମଧ୍ୟ ରାମ ଅଛି।’ ଅଟଳ ଜୀ ଉତ୍ତରରେ କହିଥିଲେ ଯେ ରାମ ଆମ ପାଇଁ ମର୍ଯ୍ୟାଦାର ପ୍ରତୀକ; ରାମ ଆମର ଆଦର୍ଶ; ରାମ ଆମ ପାଇଁ ଆରାଧ୍ୟ; ରାମ ଆମ ପାଇଁ ପରମେଶ୍ୱର; ରାମ ହେଉଛନ୍ତି ସେହି ଯିଏ ତାଙ୍କ ପିତାଙ୍କ କଥାକୁ ସମ୍ମାନ ଦେବା ପାଇଁ ୧୪ ବର୍ଷ ପାଇଁ ବନବାସ ଯାଇଥିଲେ; ରାମ ହେଉଛନ୍ତି ସେହି ଯିଏ ଲଙ୍କାକୁ ଧ୍ୱଂସ କରିଥିଲେ। ରାମ ଚରିତ୍ରର ଅର୍ଥ, ରାମ ମୂଲ୍ୟବୋଧର ଅର୍ଥ, ରାମ ଆଦର୍ଶର ଅର୍ଥ। ରାମଙ୍କ ନାମରେ ଚରିତ୍ର ରହିବା ଆବଶ୍ୟକ; ନଚେତ୍, ହରାମରେ ମଧ୍ୟ ରାମ ଶବ୍ଦ ଅଛି।“
ଏହା ସ୍ପଷ୍ଟ କରେ ଯେ ସଞ୍ଜୟ ସିଂ ତାଙ୍କ ଭାଷଣରେ ଅଟଳ ବିହାରୀ ବାଜପେୟୀଙ୍କ କଥା ଉଦ୍ଧୃତି ଦେଉଥିଲେ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ସଞ୍ଜୟ ସିଂଙ୍କର ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା। ଟ୍ୱିଟ୍ରେ ଏକ ରିପୋର୍ଟର ସ୍କ୍ରିନସଟ୍ ଅଛି ଯେଉଁଥିରେ ଲେଖାଯାଇଛି ଯେ ଅଟଳ ବିହାରୀ ବାଜପେୟୀ, ରାମବିଳାସ ପାସୱାନଙ୍କ ମନ୍ତବ୍ୟର ଜବାବରେ କହିଥିଲେ ଯେ “ପାସୱାନ ଜୀ, ହରାମ ମେଁ ଭି ରାମ ହୋତା ହୈ (ପାସୱାନ ଜୀ, ହରାମରେ ମଧ୍ୟ ରାମ ବୋଲି ଅଛି)।” ଟ୍ୱିଟ୍ର ଅନୁବାଦରେ ଲେଖାଯାଇଥିଲା, “ଜଣେ କେନ୍ଦ୍ରୀୟ ମନ୍ତ୍ରୀ ଏତେ ବଡ଼ ମିଛ କିପରି କହିପାରିବେ? ଯେଉଁ କଥା ଅଟଲ ଜି କହିଥିଲେ ସେହି କଥା ମୁଁ ସଂସଦରେ ଜଣାଇ ଥିଲି। ଯଦି ଆପଣଙ୍କର କୌଣସି ଆପତ୍ତି ଅଛି, ତେବେ ଅଟଳ ଜୀଙ୍କ ବକ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ।
ଆମେ ANI ର ଅଫିସିଆଲ୍ X ହ୍ୟାଣ୍ଡେଲରେ ସଞ୍ଜୟ ସିଂ ଙ୍କ ଏକ ଭିଡିଓ ପାଇଲୁ, ଯେଉଁଠାରେ ସେ କହିଥିଲେ, “ମୁଁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଉଦ୍ଧୃତ କରିଥିଲି। ଅଟଳଜୀ ଏହି ବକ୍ତବ୍ୟ ଦେଇଥିଲେ। ଯେତେବେଳେ ରାମବିଳାସ ପାସୱାନ କହିଥିଲେ, “ମୋ ନାମରେ ମଧ୍ୟ ‘ରାମ’ ଅଛି। ଜବାବରେ, ସେ ଏହି ଉତ୍ତର ଦେଇଥିଲେ। ମୁଁ ତାହା ଉଲ୍ଲେଖ କରିଥିଲି। ଯଦି ଏହା ବିଜେପି ଲୋକଙ୍କୁ କଷ୍ଟ ଦେଉଛି, ତେବେ ଏକ ସାମ୍ବାଦିକ ସମ୍ମିଳନୀ କରନ୍ତୁ, ସମସ୍ତେ ଏକାଠି ବସି ସମଗ୍ର ଦେଶକୁ କହିବା ଉଚିତ ଯେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହା କହି ଏକ ମହାପାପ କରିଛନ୍ତି, ଏବଂ ସେମାନେ ଏଥିପାଇଁ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ମୂଳ ଭିଡିଓର ଏକ ଛୋଟ କ୍ଲିପ୍ ସେୟାର କରି ଏପରି ଦର୍ଶାଯାଇଛି ଯେ ସଞ୍ଜୟ ସିଂ ଭଗବାନ ରାମଙ୍କ ନାମ ବିରୁଦ୍ଧରେ କହୁଛନ୍ତି।
Title:ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କର ଅସମ୍ପୂର୍ଣ୍ଣ ଭିଡିଓ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ ହେଉଛି।
Fact Check By: Siddharth SahuResult: Misleading


