ଦିଲ୍ଲୀର ପାଣି ଜମି ରହିଥିବା ରାସ୍ତାର ଭିଡିଓ ଭୁବନେଶ୍ୱର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି। 

Misleading Social

ରାଜ୍ୟର ଅନେକ ସ୍ଥାନରେ କିଛି ଦିନ ହେବ ବର୍ଷା ଲାଗିରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ବର ମଧ୍ୟ ବର୍ଷା ପାଗର ସାମନା କରିଛି। ବର୍ତ୍ତମାନ ପାଣି ଜମି ରହିଥିବା ରାସ୍ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାହିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରବଳ ବର୍ଷା ପରେ ରାଜଧାନୀ ଭୁବନେଶ୍ବରର ବୋମିଖାଲ ଅଞ୍ଚଳରେ ଏପରି ପାଣି ଜମିରହିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦିଲ୍ଲୀର ରାସ୍ତାରେ ପାଣି ଜମି ରହିଥିବା ଭିଡିଓଟିକୁ ଭୁବନେଶ୍ବର ର ଘଟଣା ଦାବି ସହିତ ସେୟାର କରା ଯାଉଛି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ନବୀନ ବାବୁଙ୍କ ୨୪ ବର୍ଷ ବିକାଶର ଚିତ୍ର”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏକ ଫେସବୁକ ପୋଷ୍ଟ ରେ ମଧ୍ୟ ଦ୍ଖିବାକୁ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଏହା ଦିଲ୍ଲୀର ଦୃଶ୍ୟ ଅଟେ। ଭିଡିଓ ସହିତ ୟୁଜର ପରିହାସ କରି ଲେଖିଛନ୍ତି, “ଏହା ଦିଲ୍ଲୀ ନୁହେଁ। ଏହା ଇଟାଲୀର ଭେନିସ୍ ସହର ଅଟେ।”

https://www.facebook.com/reel/1784874665790925

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ଭାଇରାଲ ଭିଡିଓରୁ ନିଆ ଯାଇଥିବା ଏକ ଫୋଟୋ ଭାସ୍କର ଇଂଲିଶ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ୧୨ ଘଣ୍ଟା ଧରି ଲଗାତାର ବର୍ଷା ହେବା ପରେ, ଅନେକ ଅଞ୍ଚଳରେ ପାଣି ଜମି ରହିଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶାସ୍ତ୍ରୀ ପାର୍କରେ, ମାତ୍ର ଦୁଇ ଘଣ୍ଟା ବର୍ଷାରେ ଦୁଇ ଫୁଟ ପର୍ଯ୍ୟନ୍ତ ପାଣି ଉଠିଥିଲା, ଯାହା ଫଳରେ ଯାତାୟାତ ପ୍ରାୟ ଅସମ୍ଭବ ହୋଇଯାଇଥିଲା। ଗୁରୁଦ୍ୱାର ରକାବ ଗଞ୍ଜ ରୋଡ୍ ଭଳି ଉଚ୍ଚମାନର ଅଞ୍ଚଳର ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ବନ୍ୟା ଏନସିଆରକୁ ମଧ୍ୟ ବ୍ୟାପିଥିଲା, ଗୁରୁଗ୍ରାମର ଶୀତଳା ମାତା ରୋଡ୍‌ରେ ପ୍ରାୟ ତିନି ଫୁଟ ପାଣି ସ୍ତର ଦେଖାଯାଇଥିଲା ଏବଂ ସୋସିଆଲ ମିଡିଆରେ ଭିଡିଓଗୁଡ଼ିକରେ ଗାଡ଼ି ଭାସୁଥିବାର ଦେଖାଯାଇଥିଲା। ବର୍ଷା ଯୋଗୁଁ ଦିଲ୍ଲୀର ନେହେରୁ ପ୍ଲେସ୍, ଲାଜପତ ନଗର, ଗ୍ରେଟର କୈଳାସ, ଆଇଟିଓ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଯାତାୟାତ ମଧ୍ୟ ଅଚଳ ହୋଇଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ଭାଇରାଲ ଦାବି ମିଥ୍ୟା ବୋଲି ଜଣା ପଡ଼ିଛି। ଦିଲ୍ଲୀର ରାସ୍ତାରେ ପାଣି ଜମି ରହିଥିବା ଭିଡିଓଟିକୁ ଭୁବନେଶ୍ବର ର ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଦିଲ୍ଲୀର ପାଣି ଜମି ରହିଥିବା ରାସ୍ତାର ଭିଡିଓ ଭୁବନେଶ୍ୱର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *