
ବାଂଲାଦେଶରେ ଘଟିଥିବା ହିଂସାରେ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ପୃଷ୍ଠଭୂମିରେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁମାନଙ୍କୁ ଆକ୍ରମଣ କରୁଥିବା ବାଂଲାଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ, ତେବେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ।”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ କ୍ଲିପ୍ AI ବ୍ୟବହାର କରି ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସ୍ତଫା ଦେବା ବିଷୟରେ କୌଣସି ବକ୍ତବ୍ୟ ଦେଇ ନାହାଁନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ବାଂଲାଦେଶ ରେ ହିନ୍ଦୁ ଙ୍କୁ ଜାଳି ବା ନେଇକି ଯୋଗି ଆଦିତ୍ୟନାଥ ଗୃହ ରେ ବର୍ଷିଲେ- କହିଲେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁମାନଙ୍କୁ ଆକ୍ରମଣ କରୁଥିବା ବାଂଲାଦେଶ ଉପରେ ଆକ୍ରମଣ କରିପାରିବେ ନାହିଁ, ତେବେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଆରଇଏମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତର ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନରେ ଭାଷଣ ଦେଉଥିଲେ। ୨୫ ଡିସେମ୍ବର ୨୦୨୫ ରେ ANI ନିଜ YouTube ଚ୍ୟାନେଲରେ ଅଧିବେଶନର ସିଧା ପ୍ରସାରଣ କରିଥିଲା।
ଏହି ଅଧିବେଶନର ୫ ଘଣ୍ଟା ୨୬ ମିନିଟ୍ ୩୦ ସେକେଣ୍ଡରେ ଯୋଗୀ ଆଦିତ୍ୟନାଥ ନିଜ ଭାଷଣ ଆରମ୍ଭ କରିଥିଲେ। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଯନ୍ତ୍ରଣା ନେଇ ବିପକ୍ଷ ଦଳ ଚୁପ୍ ରହିଥିବା ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସେହି ସଭାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ତଫା ଦାବି କରିନଥିଲେ। ଆପଣ ଏହି ବିବୃତ୍ତି ଏଠାରେ ଦେଖିପାରିବେ।
ଆଜ୍ ତକ୍ ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେଶନର ଶେଷ ଦିନରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଂଲାଦେଶରେ ହୋଇଥିବା ହିଂସା ଏବଂ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଦୃଢ଼ ମତ ପ୍ରକାଶ କରିଥିଲେ। ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସ୍ତଫା ନେବା ବିଷୟରେ କିଛି ଉଲ୍ଲେଖ ନାହିଁ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମୂଳ ଭାଷଣରେ ବିରୋଧୀଙ୍କୁ ସମାଲୋଚନା କରିବା ସହିତ କହିଥିଲେ ଯେ ବାଂଲାଦେଶରେ ଜଣେ ଦଳିତ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି, କିନ୍ତୁ ବିପକ୍ଷ ଦଳ ଏହା ନେଇ କୌଣସି ପ୍ରତିକ୍ରିୟା ଦେଉ ନାହାଁନ୍ତି। ସେ କହିଥିଲେ ଯେ ଗାଜା ପାଇଁ ଲୁହ ଝରାଯାଉଛି, କିନ୍ତୁ ହିନ୍ଦୁଙ୍କ ହତ୍ୟା ପାଇଁ ନୁହେଁ। ଏହା ନ୍ୟାୟ ନୁହେଁ, ବରଂ ଭୋଟବ୍ୟାଙ୍କ ରାଜନୀତି। ଏହି ଅନ୍ୟାୟକୁ ଖୋଲାଖୋଲି ନିନ୍ଦା କରାଯିବା ଉଚିତ।
ତଳେ ଥିବା ତୁଳନାତ୍ମକ ଭିଡିଓ ଦେଖିବା ପରେ, ଆପଣ ଜାଣିପାରିବେ ଯେ ମୂଳ ଭିଡିଓଟି ଭ୍ରାମକ ବୟାନ ପ୍ରସାର କରିବା ପାଇଁ ଏଡିଟ୍ କରା ଯାଇଛି।
ବାଂଲାଦେଶରେ ଜଣେ ଯୁବକଙ୍କ ହତ୍ୟା
ଗୁରୁବାର ରାତିରେ ବାଂଲାଦେଶର ମୈମନସିଂ ଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ରାଜପଥରେ ଫିଙ୍ଗି ଦିଆଯାଇ ନିଆଁ ଲଗାଇ ଦିଆଯାଇଥିଲା। ଏହି ଅମାନବୀୟ ଘଟଣା ସାରା ବିଶ୍ୱରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମୃତ ଯୁବକଙ୍କୁ ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ଭାବରେ ଚିହ୍ନଟ କରାଯାଇଛି। ଢାକାର ରାପିଡ୍ ଆକ୍ସନ୍ ବାଟାଲିଅନ୍ ଏହି ହତ୍ୟାକାଣ୍ଡରେ ମୋଟ ସାତ ଜଣଙ୍କୁ ଗିରଫ କରିଛି। ଆପଣ ଏଠାରେ ଅଧିକ ସୂଚନା ପଢ଼ିପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ AI ବ୍ୟବହାର କରି ମୂଳ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇସ୍ତଫା ଦେବା ନେଇ କୌଣସି ବକ୍ତବ୍ୟ ଦେଇ ନାହାଁନ୍ତି।
Title:କ’ଣ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଉପରେ ଆକ୍ରମଣ କରିବେ ନାହିଁ ତେବେ ତାଙ୍କୁ ନିଜ ପଦରୁ ଇସ୍ତଫାଦେବା ଉଚିତ?
Fact Check By: Siddharth SahuResult: Altered


