ଉଜ୍ଜେନର ମସଜିଦ ଯେଉଁଠାରେ ରାମଙ୍କ ଭକ୍ତଙ୍କ ଉପରେ ପଥର ମାଡ଼ ହୋଇଥିଲା, ସେଠାରେ ହିନ୍ଦୁମାନେ ବଡ଼ ରାଲି କରିଛନ୍ତି ?

False Social

ଗତ କିଛି ଦିନ ତଳେ ଉଜେନର ମସଜିଦ ପାଖରେ ହିନ୍ଦୁ ଲୋକମାନଙ୍କୁ ଫରଥ ଫିଙ୍ଗା ଯାଇଥିବାରଲ ଖବର ଚାର୍ଚ୍ଚାରେଥିଲା ବେଳେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲିଗିଛି। 0.24 ସେକେଣ୍ଟର ଏହି ଭାଇରାଲ ଭିଡିଓରେ ଅନେକ ରାମ ଭକ୍ତ ରାଲି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଉଜ୍ଜେନର ଯେଉଁଠାରେ ଗତ କିଛି ଦିନ ତଳେ ରାମ ଭକ୍ତମାନଙ୍କୁ ଫଥରମରାଯାଇଥିଲା। ସେଠାରେ କାଲି ହିନ୍ଦୁ ଭାଇମାନେ ଏକ ବିସାଳ ରାଲି କରି ହିନ୍ଦୁତ୍ୱ ଦେଖାଇଦେଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣିସ ସମ୍ପର୍କନାହିଁ। ଭିଡିଓ 2019ର ଅଟେ। 

30 ଡିସେମ୍ବରରେ Krishna Nanda Dhal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜେନର ଯେଉଁଠାରେ ଗତ କିଛି ଦିନ ତଳେ ରାମ ଭକ୍ତମାନଙ୍କୁ ଫଥରମରାଯାଇଥିଲା। ସେଠାରେ କାଲି ହିନ୍ଦୁ ଭାଇମାନେ ଏକ ବିସାଳ ରାଲି କରି ହିନ୍ଦୁତ୍ୱ ଦେଖାଇଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଆମେ ସେମାନଙ୍କୁ ଏକ ଦେଶ ଦେଲୁ,ଆଉ କିଛି ରହିଗଲେ ଭାଇ ଚାରା ଦେଖାଇ ବିଗତ 70 ବର୍ଷ ହେଲା, ସେକୁଲର ରହିଲୁ, କେବଳ ସେମାନଙ୍କ ପାଇଁ ଆମେ ଆମ ଧର୍ମ ଛାଡି ସଂବିଧାନ ମାନିଲୁ, ହେଲେ ଆମେ ଯେବେ ଆମ ଆରାଧ୍ଧା ଦେବ ଶ୍ରୀ ରାମ ମନ୍ଦିର ନିମନ୍ତେ, ରାଲି କରି ଜନ ସରମଥ କରି ରାଜ ରାସ୍ତା ରେ ଗଲୁ,ସେମାନେ ଆମକୁ ପଥର ମାଇଲେ, ଆମେ ସବୁ ହିନ୍ଦୁ ଭାଇ ତା ଘରେ ପସି, ଦେଖାଇ ଦେଲୁ, ହିନ୍ଦୁ ଜାଗେଗା ତୋ—– यही है उज्जैन का वो मस्जिद जहां पिछले दिनों ,श्री राम के भक्तों पर पथर बरसाए गए थे।

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 200ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook  । Archive

ତେବେ କଣ  ଉଜ୍ଜେନର ମସଜିଦ ଯେଉଁଠାରେ ପୂର୍ବ ଦିନ ରାମଙ୍କ ଭକ୍ତଙ୍କ ଉପରେ ପଥର ମାଡ଼ ହୋଇଥିଲା, ଆଜି ହିନ୍ଦୁମାନେ ବଡ଼ ରାଲି କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Hiremath Varun ନାମକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓପରି ଏକ ଭିଡିଓ ପାଇଲୁ। ଯେଉଁଥିରେ Ram Navami shobha yatra in kalaburagi. By. Rss and. Bjp supports ଲେଖାଯାଇଛି। ଏବଂ ଏହୈ 13 ଏପ୍ରିଲ 2019ରେ ପୋଷ୍ଟ କରାଯାଇଛି। ଭାଇରାଲ ଭିଡିଓରେଥିବା ମସଜିଦ୍ ଆମକୁ ମିଳିଥିବା ଭଡିଓରେ ମଧ୍ୟ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି Youtube ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ଦେଖନ୍ତୁ। 

ଏହା ପରେ ଆମେ ମିଳିଥିବା ସୂଚନା ଅନୁସାରେ ଗୁଗୁଲର Ram Navami shobha yatra Gulbarg. ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Google ରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଖବର ମିଳଲା। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ ବରଂ 2019ର ଅଟେ। ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ଭିଡିଓକୁ ବିଶ୍ଲେଷଣ କରିଲୁ। ତଳେ ଭିଡିଓର ବିଶ୍ଳେଷଣ ଦେଖନ୍ତୁ। 

ଏହା ପରେ ଆମେ ଗୁଗୁଲରେ ଭାଇରାଲ ଭିଡିଓରେଥିବା ସ୍ଥାନ Gulbarga ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ, ଭିଡିଓରେଥିବା ସ୍ଥାନ ଉଜ୍ଜେନ ନୁହେଁ ବରଂ କର୍ଣ୍ଣାଟକର ଅଟେ। ଅଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ Google ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କର୍ମଣ୍ଣାଟକର 2019 ଭିଡିଏକୁ   ଉଜ୍ଜେନର ଯେଉଁଠାରେ ଗତ କିଛି ଦିନ ତଳେ ରାମ ଭକ୍ତମାନଙ୍କୁ ଫଥରମରାଯାଇଥିଲା। ସେଠାରେ କାଲି ହିନ୍ଦୁ ଭାଇମାନେ ଏକ ବିସାଳ ରାଲି କରି ହିନ୍ଦୁତ୍ୱ ଦେଖାଇଥିବା ଦାବିରେ ଭାଇରାଲ ହେଉଛି। 

Avatar

Title:ଉଜ୍ଜେନର ମସଜିଦ ଯେଉଁଠାରେ ରାମଙ୍କ ଭକ୍ତଙ୍କ ଉପରେ ପଥର ମାଡ଼ ହୋଇଥିଲା, ସେଠାରେ ହିନ୍ଦୁମାନେ ବଡ଼ ରାଲି କରିଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *