ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ଅଛନ୍ତି ?

ସୋସିଆଲ ମିଡିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇର୍ମାନ ଖାନଙ୍କ ସ୍ତ୍ରୀକୁ କୋରୋନା ହୋଇଥିବା ଦାବିରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଇମରାନ ଖାନଙ୍କ ପତ୍ନୀ କୋରୋନା ପୋଜିଟିଭ ହୋଇଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି  ମିଥ୍ୟା ପ୍ରମାଣିତ ହେଲା।  18 ମାର୍ଚ୍ଚରେ Kaliash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଇମରାନ ଖାଁ ବିବିକୁ କରୋନା […]

Continue Reading

କ’ଣ ୨୧ ନିୟମ ସହିତ ଆଇସିଏମଆର କରୋନାକୁ ନେଇ ଗୋଟିଏ ନିର୍ଦେଶାବଳି ପ୍ରକାଶ କରିଛି? ଜାଣନ୍ତୁ ସତ୍ୟ।

କରୋନା ନିଜ କାୟା ପୁଣି ବିସ୍ତାର କରିବା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଭାଇରାଲ ହେଉଥିବା ପୋଷ୍ଟ ମଧ୍ୟରୁ ଆମକୁ ଇଣ୍ଡିଆନ କାଉନ୍ସିଲ୍ ଅଫ ମେଡ଼ିକାଲ୍ ରିସର୍ଚ (ଆଇସିଏମଆର) ଗୋଟିଏ ନୋଟିସ ସାମନାକୁ ଆସିଛି। ଏହି ୨୧ ନିୟମର ନୋଟିସରେ ଆଇସିଏମଆର କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ୨୧ ଟି ପରାମର୍ଶ ଦେଇଛି। ଏହି ପରାମର୍ଶରେ ୨୧ ଟି ପଦକ୍ଷେପ ତାଲିକାଭୁକ୍ତ ହୋଇଛି ଯାହାକିକୋଭିଡ ୧୯ ରୁ ମୁକ୍ତି […]

Continue Reading

କ’ଣ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ? ଜାଣନ୍ତୁ ସତ୍ୟ।

ଗତ ବର୍ଷ ଦୁନିୟାରେ କରୋନା ନିଜ କାୟା ବିସ୍ତାର କରି ଥିଲା। ବର୍ତ୍ତମାନ ସୁଧା ଅନେକ ଦେଶ ଏହି ଭାଇରସର ଶିକାର ହେଉଛନ୍ତି। ଯଦିଓ ଏହି ଭାଇରସ ବିରୁଦ୍ଧରେ ଟୀକା ଆବିଷ୍କାର ହେଇସାରିଛି କିନ୍ତୁ ବର୍ତ୍ତମାନ କରୋନାର ଗୋଟିଏ ନୂଆ ଷ୍ଟ୍ରାଣ୍ଡ ଭାଇରସ ସାମନାକୁ ଆସିଛି। ଏହି ସବୁ ମଧ୍ୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ କରୋନା ୩୦ ଡିଗ୍ରୀ ତାପମାନରେ ମରି ଯାଇଥାଏ। ଭାରତରେ ଶୀତର […]

Continue Reading

ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଗ୍ରାଜୁଏସନ ଦିନରେ ବ୍ରିଟିସ ଏରାର କଳା କୋଟକୁ ନ ପିନ୍ଧି କୁର୍ତା ଏବଂ କମଳା ସ୍କାର୍ଫ ପିନ୍ଧିଥିଲେ ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଏବଂ ଅନେକ ରାଜନୈତିକ ଖବରକୁ ନେଇ ଅନେକ ଫଟୋ ଏବଂ ଭିଡିଓ  ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ଫଟୋ ଉଠାଉଛି ଏବଂ ପଛରେ ଅନ୍ୟ ଛାତ୍ରମାନେ କମଳାଙ୍କର ସ୍କାର୍ଫ ପକାଇ କୁର୍ତା ପିନ୍ଧିଥିବାର ଦେଖାଯାଉଛିନ୍ତି। ଫଟୋରେ ଦାବି କରାଯାଇଛି ଯେ, ଉତ୍ତରାଂଚଳ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତାଙ୍କ ଗ୍ରାଜୁଏସନ ଦିନରେ ବ୍ରିଟିସ ଇରାରେ ପିନ୍ଧୁଥିବା କଳା କୋଟକୁ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଡିଟ୍ ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୀରେ ଏକ ବିବୃତ୍ତି ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋଦି କହୁଛନ୍ତି ‘ଗରିବ ଲୋକଙ୍କୁ ସ୍ୱପ୍ନ ଦେଖାଅ, ସେମାନଙ୍କୁ ମିଛ କୁହ, ପରସ୍ପର ମଧ୍ୟରେ ଲଢ଼ାଅ ଏବଂ ଶାସନ କର। ପୋଷ୍ଟ ସହ ଦାବି କରାଯାଇଛି ଯେ, ନରେନ୍ଦ୍ର ମୋଦି ତାଙ୍କ ସଫଳତାର ରହସ୍ୟ ଲୋକଙ୍କୁ କହୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 22 ମାର୍ଚ୍ଚରେ Haraprasad Behera ନାମକ […]

Continue Reading

କ’ଣ ନିତା ଅମ୍ବାନୀଙ୍କୁ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି?

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବନାରସ ହୁନ୍ଦୁ ବିଶ୍ଵବିଦ୍ୟାଳୟରେ ନିଟା ଆମ୍ବାନୀଙ୍କୁ ଅତିଥି ପ୍ରୋଫେସର ପଦବୀରେ ନିଯୁକ୍ତି କରା ଯାଇଅଛି। ଏହା କୁ ନିନ୍ଦା କରି ଏହା ମଧ୍ୟ କୁହା ଯାଇଅଛି ଯେ ବର୍ତ୍ତମାନ ପିଲା ମାନେ ଦେଶକୁ କେଉଁ ପରି ଲୁଟନ୍ତି ଶିଖି ପାରିବେ।  ଫେକଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ […]

Continue Reading

କ’ଣ ମମତା ବାନେର୍ଜି ବାମ ଗୋଡ଼ରେ ଆହତ ହେଇଥିବା ନାଟକ କରୁଛନ୍ତି? ଜାଣନ୍ତୁ ସତ୍ୟ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମମତା ବାନେର୍ଜିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହା ପରେ ଡାକ୍ତରଖାନାରେ ଗୋଡ଼ରେ ପ୍ଲାଷ୍ଟର ଲାଗୁଥିବା ଫୋଟୋ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେଉଛି। ଏହା ସହିତ ମମତା ବାନେର୍ଜିଙ୍କର ୱ୍ହିଳ ଚେୟାରରେ ବସିଥିବା ଗୋଟିଏ ଫୋଟୋ ଶେୟାର କରା ଯାଉଛି ଯେଉଁଥିରେ ତାଙ୍କର ଡାହାଣ ଗୋଡ଼ ପ୍ଲାଷ୍ଟର ହେଇଛି। ଏହି ଦୁଇଟି ଫୋଟୋ ସହିତ ଦାବି କରା ଯାଇଅଛି ଯେ ମମତା ବାନେର୍ଜି ଗୋଡ଼ ଆଘାତ ହେଇଥିବା ଅଭିନୟ […]

Continue Reading

କ’ଣ ପ୍ରିୟଙ୍କା ଗାନ୍ଧୀ ଭାରତ ମୂର୍ଖ ମାନଙ୍କ ଦେଶ ବୋଲି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଏପରି ଅନେକ ନେତାଙ୍କ ଟୁଇଟ ଭାଇରାଲ ହେଇଥିଲା ଯାହାକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ବୋଲି ପ୍ରମାଣ କରିଛି। ଏହି ପୋଷ୍ଟରେ ଭାଇରାଲ ହେଉଥିବା ଦାବିରେ କୁହା ଯାଇଅଛି ଯେ ପ୍ରିୟଙ୍କା ଗାନ୍ଧୀ ଭାରତକୁ ମୂର୍ଖ ମାନଙ୍କ ଦେଶ ବୋଲି କହିଛନ୍ତି।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଏହି ଟୁଇଟକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

ଅରବିନ୍ଦ କେଜ୍ରିୱାଲ କହୁଛନ୍ତି ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହୁଥିବାର ଶୁଣିବାକୁ ମିଳୁଛି ଯେ,ସେ ଏବଂ ତାଙ୍କ ପରିବାର ରାଷ୍ଟ୍ରୀୟ ସୌୟମସେବାକ ସଂଗଠନର ସଦସ୍ୟ (ଆରଏସଏସ) ଥିଲେ। ଦାବି କରାଯାଉଛି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭିଡିଓ ଏଡିଟିଙ୍ଗ ହୋଇଛି।   18 ମାର୍ଚ୍ଚ Haraprasad Behera ନାମକ […]

Continue Reading

ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ମାରୁଥିବାର ଭିଡିଓ ଦକ୍ଷିଣ ଭାରତର ?

ସୋସିଆଲ ମିଡିଆରେ ମୁସ୍ଲିମ ଏବଂ ହିନ୍ଦୁ ମାନଙ୍କୁ ନେଇ ଅନେକ ସାମ୍ପପ୍ରଦାୟକ ଭିଡିଓ ଏବଂ ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ 1.30 ମିନିଟ୍ ଭିଡିଓ ଭାଇରାଲ ହେବାରେ ଲେଗିଛି, ଯେଉଁଥିରେ ଜଣେ ମୁସ୍ଲିମ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତି କୁ ବାଡ଼ିରେ ମାରୁଥିବାର ଦେଖାଯାଉଛି। ବ୍ୟକ୍ତି ଜଣକ ଗାଡ଼ି ପାଖରେ ପଡ଼ିବା ପରେ ଆଖ ପାଖରେଥିବା ଲୋକମାନେ କ୍ଷତାକ୍ତ ବ୍ୟକ୍ତି କୁ ଉଠାଇ ନେଉଥିବାର ଦେଖାଯାଉଛନ୍ତି। ଭିଡିଓରେ ଦାବି କରାଯାଉଛି ଯେ, […]

Continue Reading

ମୁସ୍ଲିମ ଯୁବକ ମନ୍ଦିର ଭିତରେ ପଶି ଭଗବାନ ଶିବଙ୍କ ଉପରେ ପରିସ୍ରା କରୁଛି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ଭାଇଚାରାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବକ ମନ୍ଦିର ଭିତରେ ଭଗବାନ ଶିବଙ୍କ ଉପରେ ପରିଶ୍ରା କରୁଛି। ଭିଡିଓରେ ଦାବି କରାଯାଉଛି ଯେ, ଭିଡିଓରେଥିବା ପିଲା ମୁସ୍ଲିମ ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।  16 ମାର୍ଚ୍ଚରେ Jeevan Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓପୋଷ୍ଟ […]

Continue Reading

ରୋହିଙ୍ଗ୍ୟା ବ୍ୟକ୍ତି ଜଣକ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଖୁଲମ ଖୁଲା ଧମକ ଦେଉଛି ?

ସୋସିଆଲ ମିଡ଼ିଆରେ ରୋହିଙ୍ଗ୍ୟା ମାନଙ୍କ ନାମରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଖୁଲମ ଖୁଲା ହିନ୍ଦୁମାନଙ୍କୁ ଧମକ ଦେଉଥିବାର ଦେଖାଯାଉଛି। ଭିଡିଓରେ ଦେବି କରାଯାଉଛି ଯେ, ରୋହିଙ୍ଗ୍ୟାମାନେ ଦେଖ କେତେ ଶାନ୍ତି ପୂର୍ଣ୍ଣ ଭାବରେ ହିନ୍ଦୁମାନଙ୍କୁ ଏବଂ ଦେଶକୁ ଧମକ ଦେଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛି, “ଆମେ ଶାନ୍ତି ପୂର୍ଣ୍ଣ ଭାବରେ ରହି ଆସିଛୁ , ଆମକୁ ବଦନାମ ନ କରାଯାଉ, ଆମେ ଅମନ ଏବଂ ଶାନ୍ତି ଦେଶରେ ରହୁ। […]

Continue Reading

ୟମନ ଦେଶର ଫଟୋକୁ ଭାରତର କହି ସାମ୍ପ୍ରଦାୟିକ ରୂପ ଦିଆଯାଉଛି।

ଉତ୍ତର ପ୍ରଦେଶର ଗାଜିୟାବାଦରେ ହିନ୍ଦୁ ଯୁବକ ଏକ ମୁସ୍ଲିମ ପିଲାକୁ ମାରୁଥିବାର ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଯୁବକର ମୁସ୍ଲିମ ପିଲାକୁ ଏପରି ପିଟିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। ଭାଇରାଲ ଭିଡିଓ ସହ ଦୁଇଟି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ଭିଡିଓରେ ମଡ଼ ଖାଇଥିବା ପିଲାର ଫଟୋ , ଯାହାର ଦେହରେ ଏତେ ଖତ ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ […]

Continue Reading

ମମତା ବାନର୍ଜିଙ୍କ ଫଟୋକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜିର ଗୋଡ଼ ଭାଙ୍ଗିଲା ପରେ ,ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ମମତା ବାନର୍ଜି ଭଲହୋଇ ହୋସ୍ପିଟାଲରୁ ଫେରିବା ପରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ସେ ୱିଲ ଚେୟାରରୁ ଉଠି ଚାଲୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ନିର୍ବାଚନ ପ୍ରଚାର ସରିଲା ପରେ ମମତା ଦିଦି ହ୍ୱିଲ ଚେୟାରୁ ଉଠିଗଲେ। ଅଭିନୟ କରି ଭୋଟ ନେଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା […]

Continue Reading

ଦୁବାଇର ମୁସ୍ଲିମ ମହିଳାମାନେ ମସଜିଦରେ ରାମ ଭଜନ ଗାଉଛନ୍ତି ?

ସୋସିଆଲ ମିଡିଆରେ ହିନ୍ଦୁ ମୁସ୍ଲିମ ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁସ୍ଲିମ ମହିଳାମାନେ ବୁର୍ଖା ପିନ୍ଧି ମସଜିଦରେ ରାମ ଭଜନ ଗାଉଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଭିଡିଓ ଭାରତର ନୁହେଁ ବରଂ ଦୁବାଇର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି […]

Continue Reading

ମୁଁ କ୍ଷମତାକୁ ଆସିଲେ ଭାରତକୁ ଏକ ଇସଲାମ ଦେଶରେ ପରିଣତ କରିଦେବି ଏବଂ ଏଠାରେ କୌଣସି ହିନ୍ଦୁ ରହିବେ ନାହିଁ- ବଦରୁଦ୍ଦିନ ଅଜମଲ?

ଦେଶରେ ବର୍ତ୍ତମାନ ଅଲଗା ଅଲଗା ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ଆସାମ ମଧ୍ୟ ସାମିଲ ଅଛି। ଆସାମରେ AIUDF କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମିଳିତ ମଞ୍ଚରେ ଯୋଗ ଦେଇ ନିର୍ବାଚନ ଲଢ଼ିବାକୁ ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଆସାମର ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ନେତା ବଦରୁଦ୍ଦିନ ଅଜମଲଙ୍କ ଏକ ଛୋଟ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅଜମଲ କହିଛନ୍ତି ଯେ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଭାରତକୁ […]

Continue Reading

କ’ଣ କୁୱେତି ଅରବପତି ନାସୀର ଅଲ-ଖରାଫୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତିର ଏହି ସବୁ ଫଟୋ?

କୁୱେତ ଅରବପତି ନାସୀର ଅଲ-ଖରାଫୀ ମୃତ୍ୟୁ ପରେ ତାଙ୍କ  ସମ୍ପତିର ଲାଷ୍ଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୁୱେତି ଆରବପତି ନାସୀର ଅଲ-ଖରାଫୀ ଏତେ ବଡ଼ ଅରବପତୀ ହେଲେ ମଧ୍ୟ ଶେଷରେ ତାଙ୍କୁ 3 ଫୁଟ ଗାତରେ ସମାପନ କରି ଦିଆଗଲା। ତାଙ୍କ ସମ୍ପତୀର ଶେଷ ଫଟୋ ଦେଖନ୍ତୁ। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  9 ମାର୍ଚ୍ଚରେ Amitabh Patra ନାମକ […]

Continue Reading

ଭାଇରାଲ ଫଟୋର ବର୍ତ୍ତମାନ ଶିମିଳିପାଳରେ ଲାଗିଥିବା ନିଆଁ ସହ କୌଣସି ସମ୍ପର୍କ ନାହିଁ।

ଗତ 10 ଦିନ ହେଲା ଶିମିଳିପାଳରେ ନିଆଁ ଲାଗିଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପରି ଅନେକ ଫଟୋ ଶିମିପାଳରେ ନିଆଁ ଲାଗିଥିବା ଦାବିରେ ଭାଇରାଲ କରାଯାଉଛି। ଆମ ଅନୁସନ୍ଧାନରେ ଭାଇରାଲ କରାଯାଉଥିବା ଫଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହୋଇଛି। 6 ମାର୍ଚ୍ଚରେ Banoj Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଶିମିଳିପାଳ ଜଙ୍ଗଲ ଜଳୁଛି। […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ବର୍ତ୍ତମାନ ସମୟରେ ସୀମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୀମିଳିପାଳ ଅଗ୍ନିକାଣ୍ଡ ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଏହି ପରି ଗୋଟିଏ ପୋଷ୍ଟକୁ ଫେକ୍ଟ କୃସେଣ୍ଡୋ ମିଥ୍ୟା ପ୍ରମାଣ କରି ସାରିଛି। ୪ ମାର୍ଚରେ ଏହି ପୋଷ୍ଟରେ ୪ଟି ଫୋଟୋ ଭାଇରାଲ କରି ଦାବି କରା ଯାଇଅଛି ଯେ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ। ଗତ ୧୦ ଦିନରୁ ଅଧିକ ହେଲାଣି ଏହି ଅଗ୍ନିକାଣ୍ଡ ଲାଗି ରହିଛି।  ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ସିମିଳିପାଳର ହେଇଥିବା ଦାବିକୁ […]

Continue Reading

ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି।  2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି […]

Continue Reading

କ’ଣ ଯଶୱନ୍ତ ସିହ୍ନା ବିଜେପି ବିରୁଦ୍ଧରେ ଟୁଇଟ କରି କହିଛନ୍ତି ଯେ ଭାଜପାକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଯଶୱନ୍ତ ସିହ୍ନା ଟୁଇଟ ମାଧ୍ୟମରେ କହିଛନ୍ତି ଯେ ବିଜେପିକୁ ଭୋଟ୍ ଦେଲେ ଦେଶ ବିଗିଡ଼ି ଜୀବ।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ କୁହା ଯାଇଅଛି ଏହି ପୋଷ୍ଟରେ? ୨ ମାର୍ଚରେ ଜଣେ ଫେସବୁକ ୟୁଜର ବିକଳ୍ପ ସ୍ଵର ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଟୁଇଟର ସ୍କ୍ରିନଶଟ ଶେୟାର କରିଛନ୍ତି। ଏହି ଟୁଇଟରେ ଲେଖା […]

Continue Reading

କ’ଣ ହେଲିକପ୍ଟର ଦ୍ଵାରା ନିଆ ଲିଭେଇବାର ଏହି ଫୋଟୋ ବର୍ତ୍ତମାନ ସିମିଳିପାଳରେ ଘଟି ଥିବା ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ତଳେ ଓଡିଶା ରାଜ୍ୟର ସିମିଳିପାଳ ଜଙ୍ଗଲରେ ଭୀଷଣ ନିଆ ଲାଗିଅଛି। ସରକାର ଏହି ନିଆକୁ ଲିଭାଇବାର ଚେଷ୍ଟା କରୁଛି। ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଆଜି 6 ମାର୍ଚରେ ଜଣେ ଫେସବୁକ ୟୁଜର ତିନିଟା ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ହେଲିକପ୍ଟରରେ ନିଆ ଲିଭେଇବାର ଅଭିଯାନ ହେଉଛି। ଦାବି ଅନୁଯାୟୀ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା […]

Continue Reading

ରାଜନାଥ ସିଂ କୃଷିକଙ୍କ ବିରୋଧ ପ୍ରଦର୍ଶନକୁ ସମର୍ଥନ କରି ନିଜ ସରକାର ବିରୋଧି ହେଉଛନ୍ତି କି ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। କିଛି ମିଥ୍ୟା ଖବର ଏବଂ ପୁରୁଣା ଫଟୋକୁ କୃଷକ ଆନ୍ଦୋଳନ ସହିତ ଯୋଡି ଭାଇରାଲ କରାଯାଉଛି।  ଏଥିମଧ୍ୟରେ ରାଜନାଥ ସିଂଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀର କୃଷକମାନଙ୍କୁ ସମ୍ବୋଧିତ କରି ନୂଆ  କୃଷି ବିଲକୁ  ବିରୋଧ କରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ରାଜନାଥ ସିଂ କହୁଛନ୍ତି ଯେ,  ସେ ଆନ୍ଦୋଳନ […]

Continue Reading

କ’ଣ ସାବରକର ୨ଟା ଆଜୀବନ କାରାବାସ ପୁରା ଭୋଗ କରିଥିଲେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଶେୟାର କରା ଯାଇଅଛି ଯେଉଁଥିରେ କୁହା ଯାଇଅଛି ଯେ ବୀର ସାବରକର ଦୁନିଆର ଏକମାତ୍ର ସ୍ଵତନ୍ତ୍ରତା ସେନାନୀ ଯାହାକୁ ୨-୨ ଆଜୀବନ କାରାବାସ ଦଣ୍ଡ ମିଳିଥିଲା ଏବଂ ସେ ତାଙ୍କର ଦଣ୍ଡ ସମ୍ପୂର୍ଣ ଭାବରେ ଭୋଗ କରିଥିଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive ଆମ ଅନୁସନ୍ଧାନ:  ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

ଦୁଇ ବର୍ଷ ପୁରୁଣା ଫଟୋକୁ କୋଲକାତାରେ କଂଗ୍ରେସ ଏବଂ ବାମପନ୍ଥି ଗଠବନ୍ଧନ ରାହିରେ ପ୍ରବଳ ଜନସମାବେଶ ହୋଇଥିବା ଦାବିରେ ଭାଇରାଲ କରାଯାଉଛି।

ପଞ୍ଚିମବଙ୍ଗରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ କିଛି ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଏହି ପରି ଦୁଇଟି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ଭିଡ଼ ହୋଇଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ୱେସ୍ଟବେଙ୍ଗାଲରେ କଂଗ୍ରେସ ଗଠବନ୍ଧନର ନିର୍ବାଚନରେ ପ୍ରବଳ ଜନସମାବେଶ କିନ୍ତୁ ଗୋଦୀ ମିଡିଆ ଏହାକୁ ଦେଖାଉ ନାହିଁ। ଆମ ଅନୁସନ୍ଧାନରେ […]

Continue Reading

କ’ଣ କୋଏମ୍ବାଟୁର ଗୋଟିଏ ହୋଟେଲରେ ଗର୍ଭ ନିରୋଧ ବଟିକା ମିଶେଇ ବିରିଆନୀ ତିଆରି କରା ଯାଉଅଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋସ୍ତ କରି ଦାବି କରା ଯାଇଅଛି ଯେ କୋଏମ୍ବାଟୁରର ଗୋଟିଏ ହୋଟେଲରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ଗର୍ଭ ନିରୋଧ ବଟିକାର ବ୍ୟବହାର କରା ଯାଉଛି। ଏହ ହୋଟେଲର ନାମ ମାଶାହ ଆଲ୍ଲାହ ଅଫ ରେହମାନ ବିସ୍ମିଲ୍ଲାହ […]

Continue Reading