କ’ଣ ଭାଇରାଲ ଫୋଟୋ ଜଣେ ପୁରୁଷଙ୍କର ଅଟେ ଯିଏ ଝିଅ ଭେଷରେ କେରଳରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗ ଦେଇଛନ୍ତି ଏବଂ ସର୍ବୋତ୍ତମ ମେକ୍ ଅପ୍ ପ୍ରତିଯୋଗୀତା ଜିତିଛନ୍ତି? ଜାଣନ୍ତୁ ସତ୍ୟ

ଶାଢୀ ପିନ୍ଧିଥିବା ଜଣଙ୍କର ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଜଣେ ପୁରୁଷ ବ୍ୟକ୍ତିର ଅଟେ ଯିଏ ଶାଢୀ ପିନ୍ଧି ମହିଳାଙ୍କ ରୂପରେ ଚମୟାଭେଳାକ୍କୁ ଉତ୍ସବରେ ଯୋଗଦାନ ଦେଇଥିଲେ ଏବଂ ତାଙ୍କର ଏହି ବେଶକୁ ସର୍ବଶ୍ରେଷ୍ଟ ଘୋଷଣା କରା ଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଶାଢୀ ପିନ୍ଧି ଥିବା ବ୍ୟକ୍ତି କେରଳର ଜଣେ କିନ୍ନର ମଡେଲ୍ ଅଟନ୍ତି।  […]

Continue Reading

କ’ଣ ଭାଇରାଲ ଫୋଟୋରେ ଥିବା ସମ୍ପତ୍ତି ଗୁଡିକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଲାଲୁଆ ପ୍ରସାଦ ଯାଦବଙ୍କ ଘରୁ ଜବତ କରା ଯାଇଛି? ଜାଣନ୍ତୁ ସତ୍ୟ।

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଲାଲୁଆ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଘରେ ଏକ ରେଡ୍ ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଜମି-ଚାକିରି ମାମଲାରେ ୧ କୋଟି ନଗଦ ଟଙ୍କା ଜବତ କରିଛି। ଏହା ବାବଦ କ୍ରାଇମବ୍ରାଞ୍ଚର ଅନ୍ୟ ୬୦୦ କୋଟି ଟଙ୍କା ମଧ୍ୟ ଚିହ୍ନଟ କରିଛି। ଘର, ଜମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଲାଲୁ ପ୍ରସାଦଙ୍କ ପରିବାର ପକ୍ଷରୁ କରା ଯାଇଥବା ନିବେଶର ମଧ୍ୟ ଯାଞ୍ଚ ଚାଲିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ […]

Continue Reading

କ’ଣ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମେଗୀ ଉତ୍ପାଦନ କରୁଛି? ଜାଣନ୍ତୁ ସତ୍ୟ।

ଭାରତରେ ଗୋମାଂସ କିମ୍ବା ଗୋମାତାଙ୍କର କୌଣସି ଅଂଶକୁ ଖାଇବା ଜିନିଷର ଉତ୍ପାଦନରେ ବ୍ୟବହାର କରିବା କିମ୍ବା ତାହାର ବିକ୍ରୟ କରିବା ନିଷେଧ ଅଟେ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ ଏକ ମ୍ୟାଗୀ ପେକେଟରେ ବିଫ୍ ଫ୍ଲେଭର (ଗୋମାଂସ ସ୍ଵାଦ) ବୋଲି ଲେଖା ଯାଇଛି।  ଦାବି କର ଯାଉଛି ଯେ ନେସଲେ କମ୍ପାନୀ ଭାରତରେ ଗୋମାଂସ ସ୍ଵାଦର ମ୍ୟାଗୀ ଉତ୍ପାଦନ କରି ବିକ୍ରୟ କରୁଛି। କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

ବୁର୍ଖା ପିନ୍ଧି ଶିଶୁକୁ ଅପହରଣ କରୁଥିବାର ଏକ ନାଟକୀୟ ଭିଡିଓକୁ ଅସଲି ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚ୍ଗି ଯେଉଁଥିରେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ ଧରିଛି ଏବଂ ଅନ୍ୟ ଜଣେ ବ୍ୟକ୍ତି ତାହା ଉପରେ ଆକ୍ରମଣ କରୁଛି। ଦାବି କରା ଯାଉଛି ଯେ ବୁର୍ଖା ପିନ୍ଧି ଜଣେ ବ୍ୟକ୍ତି ପିଲା ଚୋରୀ କରୁଥିବା ସମୟରେ ଧାରା ପଡିଥିଲା।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ମୋଦୀଙ୍କୁ କହିବାର […]

Continue Reading

ଉତ୍ତରପ୍ରଦେଶର ଏକ କୋର୍ଟରେ ଦୁଇ ଓକିଲଙ୍କ ମଧ୍ୟରେ ସଂଘର୍ଷର ଭାଇରାଲ ଭିଡିଓକୁ ମହାରାଷ୍ଟ୍ରର ଏକ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ଦୁଇ ମହିଳାଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୁଇ ମହିଳା ଏବଂ ତାଙ୍କ ଆଖ-ପାଖରେ ଥିବା ଲୋକେ ଓକିଲଙ୍କର ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଲିଛନ୍ତି।  ଦାବି କରାଯାଇଛି ଯେ ଏହି ସଂଗ୍ରାମ ମହାରାଷ୍ଟ୍ରର ଜଣେ ଓକିଲ ଏବଂ ବିଚାରପତିଙ୍କ ମଧ୍ୟରେ ହୋଇଥିଲା। କିନ୍ତୁ, ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଛି। ଏହା ଉତ୍ତରପ୍ରଦେଶର ଏକ ଘଟଣା ଯେଉଁଠାରେ ଦୁଇ ମହିଳା ଓକିଲଙ୍କ ମଧ୍ୟରେ ଝଗଡା ହୋଇଥିଲା। କ’ଣ […]

Continue Reading

କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ […]

Continue Reading

ବାଂଲାଦେଶର ରାସ୍ତାରେ ମୁସଲମାନ ମାନେ ନମାଜ ପଢୁଥିବା ଏକ ଫୋଟୋକୁ ଭାରତର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାସ୍ତା ଉପରେ ଲୋକଙ୍କ ଏକ ବିଶାଳ ସମୂହ ନମାଜ ପଢୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭାରତରେ ଏକ ସହରରେ ମୁସ୍ଲିମ ମାନେ ଏପରି ନମାଜ ପାଢୀ ଟ୍ରାଫିକ୍ ଅବରୋଧ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ବାଂଲାଦେଶର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି […]

Continue Reading

କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା।  କ’ଣ ଦାବି […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।  ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା […]

Continue Reading

କ’ଣ ଏହା ତାମିଲ ନାଡୁରେ ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ଅତ୍ୟାଚାର ଏକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ଦାଦନ ଶ୍ରମିକଙ୍କ ଉପରେ ସ୍ଥାନୀୟ ଲୋକଙ୍କର ଅତ୍ୟାଚାରର ବିଭିନ୍ନ ଘଟଣା ସାମନାକୁ ଆସିଛି। ଏହା ନେଇ ସୋସିଆ ମିଡିଆରେ ମଧ୍ୟ ଭିନ୍ନ-ଭିନ୍ନ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ରହି ପ୍ରସଙ୍ଗରେ ଏକ ଭିଡିଓରେ ଦୁଇଟି ଭିନ୍ନ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ ଭିଡିଓରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ଆକ୍ରମଣ କରୁଛନ୍ତି ଏବଂ ଦ୍ଵିତୀୟ ଭିଡିଓରେ ଏକ ଟ୍ରେନରେ କିଛି […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ସମ୍ବିତ ପାତ୍ରଙ୍କର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟ ମାଧ୍ୟମରେ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦୀଜିଙ୍କର ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ଥିଲେ।  ଟୁଇଟରେ ରେ କୁହା ଯାଇଛି ଯେ ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଦେଶର ହିତ ପାଇଁ ଅବିବାହିତ ରହିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ […]

Continue Reading

କ’ଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ଶହିଦ ଯବାନଙ୍କ ଚିତାକୁ ନମନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ମାନେ ତାଙ୍କୁ ଭୂମିରେ ପଡ଼ିଥିବା ପାଉଁଶକୁ ତାଙ୍କ ମୁଣ୍ଡରେ ଲଗେଇ ନମନ କରୁଥିବା ଦେଖିପାରିବେ। ଏହି ଭିଡିଓ ସହିତ ଦାବି କରା ଯାଇଛି ଯେ ଯୋଗୀ ଆଦିତ୍ୟନାଥ ଜଣେ ଶହୀଦ ସୈନିକଙ୍କ ଶବଦାହ ପରେ କପାଳରେ ପାଉଁଶ ଲଗାଇ ସମ୍ମାନ ଦେଉଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ହୋଲିକା ଦାହାନଙ୍କ […]

Continue Reading

କ’ଣ ଅଦାନୀଙ୍କୁ ରୁଣ ଅନୁମୋଦନକୁ ବିରୋଧ କରି ଗ୍ରାହକ ମାନେ ଆରବ ଦେଶରେ ବ୍ୟାଙ୍କ୍ ଅଫ୍ ବରୋଦା ରୁ ନିଜ ଟଙ୍କା ଉଠାଇ ନେଇ ଯିବାକୁ ପ୍ରୟାସ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ମାନ୍ୟତା ପାଇଥିବା ଆଦାନୀ ହିଣ୍ଡେନବର୍ଗ ରିପୋର୍ଟ ପରେ କିଛି ପଦବୀ ଖସି ଆସିଛନ୍ତି। ଏହି ରିପୋର୍ଟ ଆଦାନୀଙ୍କୁ ଶେଲ୍ କମ୍ପାନୀଗୁଡିକ ସାହାଯ୍ୟରେ ନିଜ ଷ୍ଟକ୍କୁ ନିୟନ୍ତ୍ରଣ କରିବାକୁ ଅଭିଯୋଗ କରିଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଆଦାନୀ ଗ୍ରୁପକୁ ଟଙ୍କା ରୁଣ ଦେବା ଜାରି ରଖିବାକୁ ରାଜି ହୋଇଛି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଠାରେ ବ୍ୟାଙ୍କ୍ ଅଫ୍ ବରୋଦା ବାହାରେ […]

Continue Reading