2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

Missing Context Social

16 ଡିସେମ୍ବର ଭାରତରେ ବିଜୟ ଦିବସ ଭାବରେ ପାଳନ କରାଯାଏ। 1971 ମସିହାରେ ଏହି ଦିନ, ଭାରତୀୟ ସୈନିକମାନେ ପାକିସ୍ତାନକୁ ପରାସ୍ତ କରି ବାଂଲାଦେଶକୁ ମୁକ୍ତ କରିଥିଲେ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଏବଂ ସାଧାରଣ ଜନତା ପର୍ଯ୍ୟନ୍ତ, ଆଜି ସହିଦ ହୋଇଥିବା ସୈନିକମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହ ଜଡିତ କଙ୍ଗନା ରାନାୱତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ କଙ୍ଗନା ବିଏସ୍ଏଫ୍ ଯବାନଙ୍କ ସହିତ ବସିଥିବାର ନଜର ଆସୁଛନ୍ତି।  ଫଟୋରେ ଦାବି କରାଯାଛି ଯେ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଛନ୍ତି।

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ 2017 ମସିହାର ଅଟେ। କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର ରେଙ୍ଗୁନର ପ୍ରମୋସନ ପାଇଁ ବିଏସ୍ଏଫ୍ କ୍ୟାମ୍ପରେ ପହଁଞ୍ଚିଥିଲେ।  ଏହି ବର୍ତ୍ତମାନ ଭୁଲ ଦାବି ସହିତ ଭାଇରାଲ କରାଯାଉଛି। 

16 ଡିସେମ୍ବରରେ ଆମ ଓଡ଼ିଶା ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କଙ୍ଗନା ରାନାୱଟ୍ ବିଏସ୍ଏଫ୍ ଯବାନଙ୍କ ସହ # ବିଜୟ ଦିବସ ପାଳନ କରନ୍ତି ଏବଂ # 1971 ଯୁଦ୍ଧର ବିଜୟ ଉତ୍ସବ ପାଳନ କରନ୍ତି ।  #BSFWithBangladesh1971। # ସ୍ୱରର୍ନିମ୍ ବିଜୟଭାର୍ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 43ଥର ସେୟାର କରାଯିବା ସହ ପୋଷ୍ଟକୁ ଅଧିକଥର ସେୟାର କରାଯାଇଛି। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଭାଇରାଲ ଫଟୋରେ କଙ୍ଗନା ରନାୱତ ଏହି ବର୍ଷ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। timesofindia ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 2017ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ କଙ୍ଗନା ରନାୱତ ତାଙ୍କ ଚଳଚ୍ଚିତ୍ର ‘ରେଙ୍ଗୁନ୍’ର ପ୍ରମୋସନ ପାଇଁ  ବିଏସ୍ଏଫ୍ ସୀମାନ୍ତ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ବିଏସ୍ଏଫ୍ ଯବାନମାନେ ଅଭିନେତ୍ରୀଙ୍କ ପାଇଁ ରେଡ୍ କାର୍ପେଟ୍କୁ ବାହାର କରିଥିଲେ। କଙ୍ଗନା ରନାୱତ ଯବାନମାନଙ୍କ ସହିତ କଥାବାର୍ତ୍ତା ଏବଂ ନୃତ୍ୟ କରିବା ସହ ସେମାନଙ୍କ ପତ୍ନୀଙ୍କୁ ଭେଟିଥିଲେ ଏବଂ କ୍ୟାମ୍ପର ସହିଦ ସ୍ମାରକ ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- timesofindia

ଏହାପରେ ଆମେ ଭାଇରାଲ ଫଟୋ ସମ୍ପର୍କରେ ଅଧିକ ସର୍ଚ୍ଚ କରିଲୁ। navodayatimes ପେଜରେ ମଧ୍ୟ ଭାଇରାଲ ଫଟୋର ସମ୍ପର୍ଣ୍ଣ ଖବର ପ୍ରକାଶିତ ହୋଇଛି। 2 ସେପ୍ଟେମ୍ବର 2017 ରେ ଏହି ଖବର ପ୍ରକାଶିତ କରାଯାଇଛି।  ଭାଇରାଲ୍ ଫଟୋ ସହିତ କଙ୍ଗନା ରାନାୱତର ଅନ୍ୟ ଫଟୋ ମଧ୍ୟ ପ୍ରକାଶିତ କରାଯାଇଛି।  ସୂଚନା ଅନୁଯାୟୀ, କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର ରେଙ୍ଗୁନର ପ୍ରମୋସନ ପାଇଁ ବିଏସ୍ଏଫ୍ କ୍ୟାମ୍ପରେ ପହଁଞ୍ଚିଥିଲେ। ସେଠାରେ ସେ ସୈନିକମାନଙ୍କ ସହିତ ଗୋଟିଏ ଦିନ ବିତାଇଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ୍ ଫଟୋ ବର୍ତ୍ତମାନ ସମୟର ନୁହେଁ ବରଂ 2017ର ଅଟେ।  2017 ମସିହାରେ, କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର ରେଙ୍ଗୁନର ପ୍ରମୋସନ ପାଇଁ ବିଏସ୍ଏଫ୍ କ୍ୟାମ୍ପରେ ପହଁଞ୍ଚିଥିଲେ।

Avatar

Title:2017 ପୁରୁଣା ଫଟୋକୁ କଙ୍ଗନା ରାନାୱତ ବିଏସଏଫ ଯବାନଙ୍କ ସହ ବିଜୟ ଦିବସ ପାଳନ କରିଥିବା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: Missing Context

Leave a Reply

Your email address will not be published. Required fields are marked *