
ସୋସିଆଲ ମିଡିଆରେ ପାକିସ୍ତାନୀ ସାଂସଦଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହି ବ୍ୟକ୍ତି ପାକିସ୍ତାନରେ ହିନ୍ଦୁ ଏବଂ ଅନ୍ୟ ଧର୍ମର ଶିଶୁ ମାନଙ୍କର ଧର୍ମାନ୍ତିକରଣ ବିଷୟରେ କହୁଛନ୍ତି। ଏହି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ଏକମାତ୍ର ହିନ୍ଦୁ ସାଂସଦ ବୋଲି ଦାବି କରା ଯାଇଛି ଯିଏ ସେଠାରେ ହେଉଥିବା ନିର୍ଯାତନା ବିରୁଦ୍ଧରେ ସଂସଦରେ କହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ପାକିସ୍ତାନର ହିନ୍ଦୁ ସାଂସଦ ନୁହଁନ୍ତି। ଏହି ସାଂସଦ ଜଣେ ଖ୍ରୀଷ୍ଟିଆନ ଏବଂ ତାଙ୍କ ନାମ ହେଉଛି ତାରିକ ମସିହ ଗିଲ୍।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଲେଖିଛନ୍ତି, “କିପରି ପାକିସ୍ତାନର ଏକ ମାତ୍ର ହିନ୍ଦୁ ସାଂସଦ ପାକିସ୍ତାନ ସଂସଦରେ ବାରମ୍ବାର ହାତ ଯୋଡି ପାକ କତ୍ତୃପକ୍ଷଙ୍କୁ ଦୟାର ଭିକ ମାଗିଚାଲିଛନ୍ତି ଯେ ପାକିସ୍ତାନରେ ଆଉ ଯେତିକି ହିନ୍ଦୁ ବଞ୍ଚିଛନ୍ତି ସେମାନଙ୍କର ଝିଅ ବୋହୁ ମାନଙ୍କୁ ମୁସଲମାନଙ୍କ କବଳରୁ ରକ୍ଷା କରାଯାଉ“
ଆମ ଅନୁସନ୍ଧାନ:
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୦୨୨ ମସିହାରେ ଟୁଇଟ ହେଇଥିବା ମିଳିଲା। ଟୁଇଟ ରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ତାରିକ ମସିହ ଗିଲ୍। ସେ ପାକିସ୍ତାନର ପଞ୍ଜାବ ପ୍ରାନ୍ଥର ଜଣେ ସାଂସଦ। ନିଜ ଭାଷଣରେ ସେ ଗୋଟିଏ ୧୨ ବର୍ଷୀୟ କ୍ରିଷ୍ଟିୟାନ ଝିଅର ଅପହରଣ ଏବଂ ଧର୍ମାନ୍ତିକରଣ ବିଷୟରେ କହୁଛନ୍ତି।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ତାରିକ ମସିହ ଗିଲଙ୍କର ଏକ ସାକ୍ଷାତକାରର ଭିଡିଓ ୟୁଟ୍ଯୁବ ଚ୍ୟାନାଲରେ 3 ବର୍ଷ ପୂର୍ବରୁ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ଆପଣ ମାନେ ତାରିକ ମସିହଙ୍କୁ ଲୋକ ମାନଙ୍କୁ ବାବେଲ୍ ପଢିବା ଏବଂ ଚର୍ଚ୍ଚ ଯିବା ପାଇଁ ପ୍ରୋତ୍ସାହିତ କରୁଥିବା ଶୁଣିବାକୁ ପାଇବେ।
ଏହା ବ୍ୟତୀତ ତାଙ୍କର ଅନେକ ପୋଷ୍ଟ ଫେସବୁକରେ ମିଳିଥିଲା, ଯେଉଁଥିରେ ସେ ଖ୍ରୀଷ୍ଟିଆନ କାର୍ଯ୍ୟକ୍ରମରେ ଭାଗ ନେଉଥିବାର ନଜର ଆସିଛନ୍ତି। ଏହାର ଲିଂକ ଏଠାରେ ଏବଂ ଏଠାରେ ଦେଖି ପାରିବେ।
ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟର ଖ୍ରୀଷ୍ଟିଆନ କର୍ମଚାରୀମାନେ ସଂସଦର ନୂତନ ନିର୍ବାଚିତ ସଦସ୍ୟ, ସାମାଜିକ କର୍ମୀ ଏବଂ ସରକାରୀ କର୍ମଚାରୀଙ୍କ ସମେତ ଖ୍ରୀଷ୍ଟିଆନ ବ୍ୟକ୍ତିତ୍ୱଙ୍କ ସମ୍ମାନାର୍ଥେ ଏକ ରାତ୍ରୀ ଭୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ତାରିକ ମାସିହ ଗିଲ ମଧ୍ୟ ସାମିଲ ହୋଇଥିଲେ।
ଅନୁସନ୍ଧାନ ସମୟରେ ଆମେ ପଞ୍ଜାବର ପ୍ରାଦେଶିକ ବିଧାନସଭାର ଅଫିସିଆଲ୍ ୱେବସାଇଟ୍ ପାଇଲୁ। ଏହା ଅନୁଯାୟୀ, ପଞ୍ଜାବର ପ୍ରାଦେଶିକ ବିଧାନସଭା ଆସନରେ ଅଣ ମୁସଲମାନମାନଙ୍କ ପାଇଁ ଆଠଟି ସିଟ୍ ସଂରକ୍ଷିତ ରହିଛି। ତାରିକ ମସିହ ଗିଲ ଏହି ଆସନ ମଧ୍ୟରୁ ଗୋଟିଏରୁ ୨୦୧୮ ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏଠାରେ ତାଙ୍କର ଧର୍ମ ଖ୍ରୀଷ୍ଟିଆନ ଭାବରେ ଲେଖାଯାଇଛି।
ସ୍ପଷ୍ଟୀକରଣ ପାଇଁ ଆମେ ପାକିସ୍ତାନୀ ସାମ୍ବାଦିକଙ୍କ ସହ ଯୋଗାଯୋଗ କଲୁ, ଯିଏ ଆମକୁ ସ୍ପଷ୍ଟ କରିଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତି ତାରିକ ମସିହ ଗିଲ ଅଟନ୍ତି। ତାରିକ ମସିହ ଗିଲ ହିନ୍ଦୁ ନୁହଁନ୍ତି, ସେ ଜଣେ ଖ୍ରୀଷ୍ଟିଆନ। ସେ ଧର୍ମାନ୍ତିକରଣ ଏବଂ ପିଲାମାନଙ୍କର ଶିକ୍ଷା ପାଇଁ କାର୍ଯ୍ୟ କରନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯଦିଓ ଭିଡିଓରେ ଥିବା ବ୍ୟକ୍ତି ପାକିସ୍ତାନର ସାଂସଦ ଅଟନ୍ତି କିନ୍ତୁ ସେ ଜଣେ କ୍ରିଷ୍ଟିଆନ। ସେ ହିନ୍ଦୁ ହେଇଥିବା ଦାବି ମିଥ୍ୟା ଅଟେ।

Title:କ’ଣ ପାକିସ୍ତାନର ହିନ୍ଦୁ ସାଂସଦ ସେଠାରେ ହିନ୍ଦୁଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: False
