ମହାରାଷ୍ଟ୍ରରେ ପିଲା ଚୋର ଗୁଜବ ପାଇଁ ହୋଇଥିବା ଦୁଇ ସାଧୁଙ୍କ ହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଇଛି।

False Social

କୋରୋନା ଭାଇରସ ପାଇଁ ଦେଶରେ ଜେଉଁଠି ଲକଡାଉନ ହୋଇଛି ଏଥି ମଧ୍ୟରେ ଦୁଇ ଜଣ ସାଧୁଙ୍କୁ ହତ୍ୟା କରିବାର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 19 ଏପ୍ରିଲରେ ମହାରାଷ୍ଟ୍ରରେ ଦୁଇ ସାଧୁଙ୍କୁ କିଛି ଲୋକ ହତ୍ୟା କରିବାର ଖବର ସାମ୍ନାକୁ ଆସିଛି। ଏହି ହତ୍ୟା କାଣ୍ଡକୁ ହିନ୍ଦୁ ମୁସ୍ଲିମ  ସାମ୍ପ୍ରଦାୟିକ ରୂପ ଦିଆ ଯାଉଛି। 19 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଦୁଇ ସାଧୁଙ୍କ ଏହି ହତ୍ୟା ଖବର ପୋଷ୍ଟ କରି ଦାବି କରାଯାଇଛି ଯେ, କୋରୋନା ପାଇଁ ଏକାଠି ହେବାକୁ ବିରୋଧ କରିବାରୁ ଦୁଇ ସାଧୁଙ୍କୁ ହତ୍ୟା କରାଗଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ନମାଜ ପାଇଁ ଏକାଠି ହେବାକୁ ବିରୋଧ କରିବାରୁ ହଣା ଖାଇଲେ ଦୁଇ ନିର୍ଦୋଷ ସାଧୁ।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 21 ଥର ସେୟାର କରାଯାଇଛି। ଏହା ଛଡ଼ା 40 କମେଣ୍ଟ ଏବଂ 174 ଲାଇକ ମିଳି ସାରିଥିଲା। ପୋଷ୍ଟର ଲିଙ୍କ ତଳେ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କ’ଣ ମହାରାଷ୍ଟ୍ରରେ ଦୁଇ ସାଧୁ ନମାଜ ପାଠ ପାଇଁ ଏକାଠି ହୋଇଥିବା ମୁସ୍ଲିମକୁ ବିରୋଧ କରିବାରୁ ତାଙ୍କ ହତ୍ୟା କରାଗଲା? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଗୁଗୁଲରେ ମହାରାଷ୍ଟ୍ରର ପାଲଘରରେ ହୋଇଥିବା ଦୁଇ ସାଧୁଙ୍କ ହତ୍ୟାକୁ ନେଇ ସର୍ଚ୍ଚ କରିଲୁ। ସର୍ଚରେ ଆମକୁ NDTV India ନ୍ୟୁଜ ପେଜରେ ଏହି ଖବର ପ୍ରକାଶିତ ହେଇଥିବାର ମିଳିଲା। ଖବର ଅନୁସାରେ ମହାରାଷ୍ଟ୍ରର ପାଲଘରରେ 2 ଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ମାଡ ମାରି ହତ୍ୟା କରିଦିଆ ଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ସାମ୍ପ୍ରଦାୟିକ ହିଂସା ନୁହଁ ବୋଲି ସ୍ପଷ୍ଟ କରିଛନ୍ତି ଏବଂ ଏହି ମାମଲାରେ 100 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି କହିଛନ୍ତି। ଖବର ଅନୁସାରେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଶିଶୁ ଚୋରି ହେବାର ଗୁଜବ ପ୍ରଚାରିତ ହୋଇଥିଲା। 16 ଏପ୍ରିଲ ରାତିରେ ଦୁଇଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭର ମୁମ୍ବାଇରୁ ସୁରଟକୁ ଯାଉଥିଲେ। ପାଲଘରର ଗଣଚିଂଚଲ ଗାଁ ନିକଟରେ ଲୋକମାନେ ସେମାନଙ୍କ କାରକୁ ଅଟକାଇ ସେମାନଙ୍କ ପିଲାକୁ ଚୋର ବୋଲି ସନ୍ଦେହ କରିଥିଲେ। ସାଧୁମାନଙ୍କ ନାମ ସୁଶୀଲଗିରି ମହାରାଜ ଏବଂ କଲପଭ୍ରିକ୍ଗିରି ମହାରାଜ ଅଟେ। ପୋଲିସ କହିଛି ଯେ ଏହି ପୁରା ଘଟଣାରେ ତାଙ୍କ କାର ମଧ୍ୟ ନଷ୍ଟ ହୋଇଯାଇଥିଲା ଏବଂ 2 ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 110 ଜଣଙ୍କୁ ଗିରଫ କରିଛି ଏବଂ ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। କିନ୍ତୁ ରବିବାର ସନ୍ଧ୍ୟା ଠାରୁ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର ପ୍ରସାର କରାଯାଇଛି ଏବଂ ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଦେବା ପାଇଁ ସୋସିଆଲ ମିଡିଆ ସାଇଟରେ ବିଭିନ୍ନ ଚିତ୍ର ସେୟାର କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କରେ କ୍ଲିକ୍ କରନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-NDTV IndiaArchive

ଏହା ପରେ ଆମକୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ Anil Deshmukhଙ୍କର ଏକ ଟ୍ୱିଟ ମିଳିଲା। ସେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି ଯେ,  ମହାରାଷ୍ଟ୍ରର ପାଲଘରରେ 2 ଜଣ ସାଧୁଙ୍କ ହତ୍ୟା ମାମଲା ସାମ୍ପ୍ରଦାୟିକ ରୂପ ନାହିଁ। ପାଲଘରରେ ପିଲା ଚୋରି ଗୁଜବ ପାଇଁ ଏପରି ଘଟଣା ଘଟିଛି। ଘଟଣାରେ ହିନ୍ଦୁ ମୁସ୍ଲିମ ଏବଂ ଧର୍ମର ସ୍ଥାନ ନାହିଁ। ଏହା ଛଡ଼ା ସେ ସୋସିଆଳ ମିଡ଼ିଆରେ ଘଟଣାକୁ ସାମ୍ପ୍ରଦାୟିକ ରୂପ ନ ଦେବା ପାଇଁ  ନିବେଦନ କରିଛନ୍ତି । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TwitterArchive

ଏହା ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ Anil Deshmukhଙ୍କର ଅନ୍ୟ ଏକ ଟ୍ୱିଟ ସାମ୍ନାକୁ ଆସିଲା , ଯେଉଁଥିରେ ସେ ଘଟଣାରେ ସାଧୁଙ୍କୁ ମାରିଥିବା 101 ଲୋକଙ୍କୁ ଗିରଫ କରିଥିବା ଲୋକଙ୍କ ନାମ ପ୍ରକାଶିତ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଦୁଇ ସାଧୁଙ୍କ ଉପରେ ହମଲା କରିଥାବା ଲୋକଙ୍କ ମଧ୍ୟରେ କୌଣସି ମୁସ୍ଲିମ ନଥିଲେ। 101 ଅପରାଧି ହିନ୍ଦୁ ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-TwitterArchive

ଏପ୍ରିଲ 20 ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତାଙ୍କର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସ୍ ସ୍ପଷ୍ଟ କରିଛନ୍ତି ଯେ, ମହାରାଷ୍ଟ୍ର ପାଲଘରର ଦୁଇ ସାଧୁଙ୍କ ହତ୍ୟା ଘଟଣା ସାମ୍ପ୍ରଦାୟିକ ନୁହେଁ। ସେ ମଧ୍ୟ ଏହି ଘଟଣାକୁ ସାମ୍ପ୍ରଦାୟିକ ରୂପରେ ଭାଇରାଲ ନ କରିବା ପାଇଁ ଅନୁରୋଧ କରିଛନ୍ତି। ତଳେ ଭିଡ଼ିଓ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ମହାରାଷ୍ଟ୍ରରେ ନାମଜ ପାଠ ପାଇଁ ଭିଡ଼ ଲଗାଇଥିବା ମୁସ୍ଲିମଙ୍କୁ ବିରୋଧ କରିବାରୁ ଦୁଇ ସାଧୁଙ୍କ ହତ୍ୟା କରାଯାଇଥିବା ଦାବି ମିଥ୍ୟା ଅଟେ। ପାଲଘରରେ ସାଧୁ ହତ୍ୟା ଘଟଣା ସାମ୍ପ୍ରଦାୟିକ ନୁହେଁ। ପିଲା ଚୋରି ଗୁଜବ ସନ୍ଦେହରେ ସ୍ଥାନିୟ ଲୋକମାନେ ଦୁଇ ସାଧୁଙ୍କ ହତ୍ୟା କରିଦେଲେ।

Avatar

Title:ମହାରାଷ୍ଟ୍ରରେ ପିଲା ଚୋର ଗୁଜବ ପାଇଁ ହୋଇଥିବା ଦୁଇ ସାଧୁଙ୍କ ହତ୍ୟା ଘଟଣାକୁ ସାମ୍ପ୍ରଦାୟିକ ରୂପ ଦିଆ ଯାଇଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *