
୭ ମଇ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ, ଏକ ଖୋଲା ଅଞ୍ଚଳ ଧ୍ୱଂସ ହୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ଏହା ଭାରତୀୟ ଆକ୍ରମଣ ପରେ ପାକିସ୍ତାନର ଅବସ୍ଥା ଦର୍ଶାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଆମେରିକାର ଫିଲାଡେଲଫିଆର ଏକ ପୁରୁଣା ଭିଡିଓ ଯେଉଁଠାରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଭିଡିଓକୁ ପାକିସ୍ତାନର ଧ୍ୱଂସପ୍ରାପ୍ତ କରାଚୀ ବନ୍ଦର ଭାବରେ ସେୟାର କରାଯାଇଛି।
ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଦାବି କରା ଯାଇଛି ଯେ ଘଟଣା ଟି ଭାରତ ଆକ୍ରମଣ ପରେ ଲାହୋର ର ଜିନ୍ନାହ ବଜାରର ଦୃଶ୍ୟ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧ ଫେବ୍ରୁଆରି ୨୦୨୫ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “ଫିଲାଡେଲଫିଆରେ ଦୁର୍ଘଟଣାଗ୍ରସ୍ତ ବିମାନ ବିଷୟରେ ଅପଡେଟ୍।”
ଫେବୃଆରୀ ୨୦୨୫ ର ରିପୋର୍ଟ ଅନୁଯାୟୀ, “ଶୁକ୍ରବାର ସନ୍ଧ୍ୟାରେ ଏକ ମେଡିକାଲ ପରିବହନ ଜେଟ୍, ଜଣେ ଯୁବତୀ ରୋଗୀ ଏବଂ ତାଙ୍କ ମାଆଙ୍କ ସମେତ ଛଅ ଜଣଙ୍କୁ ନେଇ ଉତ୍ତର-ପୂର୍ବ ଫିଲାଡେଲଫିଆର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏକ ବିସ୍ଫୋରଣ ଘଟିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନ ଯାଇଥିଲା। ଅନ୍ୟ ୧୯ ଜଣ ଆହତ ହୋଇଥିଲେ। ଉତ୍ତର-ପୂର୍ବ ଫିଲାଡେଲଫିଆ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡ ପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫିଲାଡେଲଫିଆରୁ ଆସିଥିବା ପୁରୁଣା ବିମାନ ଦୁର୍ଘଟଣା ଭିଡିଓକୁ ପାକିସ୍ତାନର ଧ୍ୱଂସପ୍ରାପ୍ତ କରାଚୀ ବନ୍ଦର ଭାବରେ ସେୟାର କରାଯାଇଛି

Title:ଫିଲାଡେଲଫିଆରୁ ଆସିଥିବା ପୁରୁଣା ବିମାନ ଦୁର୍ଘଟଣା ଭିଡିଓକୁ ପାକିସ୍ତାନର ଧ୍ୱଂସପ୍ରାପ୍ତ କରାଚୀ ବନ୍ଦର ଭାବରେ ସେୟାର କରାଯାଇଛି
Fact Check By: Siddharth SahuResult: False
