
ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରଳ ହୋଇଥିବା ଏହି ପୋଷ୍ଟର ଶୀର୍ଷକରେ ଏହା ଦାବି କରା ଯାଇଅଛି ଯେ କର୍ନାଟକା ରାଜ୍ୟର ଚିକମଙ୍ଗୁଲୁରୁ ଜିଲ୍ଲାର ହୋଲମାକି ଗାଁରେ ଗୋଟିଏ ଅଜବ ଧରଣର ନାଗସାପ ଦେଖିବାକୁ ମିଳିଚି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜଙ୍ଗଲରେ ଦେଖା ଯାଉଥିବା ଦୁର୍ଲଭ ନାଗସାପ ମୁଣ୍ଡ ଉପରେ ଲାଲ ରଙ୍ଗର ଆଲୋକ ଚମକୁଛି। ଏହି ଦବ୍ୟ ନାଗସାପକୁ ଲୋକେ ପୂଜା ମଧ୍ୟ କରିବାକୁ ଲାଗିଲେ। ଏହି ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ଏହି ସାପ ବିଷୟରେ ଲୋକଙ୍କୁ ସେତେବେଳେ ଜଣା ପଡିଲା ଯେତେବେଳେ ଗୋଟିଏ କୁକୁର ସାପ କୁ ଦେଖି ଭୋକିବାକୁ ଲାଗିଥିଲା।
26 ଅକ୍ଟୋବର 2018 ମସିହାରେ ଯୁତୁବର ଏକ ଭିଡିଓରେ ମଧ୍ୟ ଏହି ବିଷୟଟି କୁ ଛଡା ଯାଇଅଛି।
ଆମ ଅନୁସନ୍ଧାନ:
ଆମେ ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଏହି ପୋଷ୍ଟର ପୁରା ଅନୁଛେଦ କୁ ବିସ୍ତାର ରେ ପଢିଲୁ। ଏହି ଅନୁଛେଦ ସେଶ ଆଡକୁ ଏହା ଲେଖା ଯାଇଅଛି ଯେ ସାପ ବିଶେଷଜ୍ଞ ମାନେ କହି ଅଛନ୍ତି ଯେ ଦୁନିଆରେ ଏପରି କୌଣସି ସାପର ପ୍ରଜାତି ନାହିଁ।
ଯୁଟୁବରେ ଏହି ଭିଡିଓ ସେଶରେ ମଧ୍ୟ ଏହା କୁହା ଯାଇଅଛି ଯେ ସାପ ବିଶେଷଜ୍ଞ ଏହା କହିଅଛନ୍ତି ଯେ ନାଗସାପର ଏପରି କୌଣସି ପ୍ରଜାତି ନାହିଁ। ମୁଣ୍ଡରେ ଲାଲ ରଙ୍ଗ ଆଲୋକ ଆସିବା କାରଣ ଏହା ଯେ ସେ ସାପ ମୁଣ୍ଡ ଉପରେ ସୂର୍ଯ୍ୟ କିରଣ ପଡୁଅଛି। ଏହି ସାପ ମୁଣ୍ଡରୁ କୌଣସି ଆଲୋକ ବାହାରୁନାହୀ ଓ ସେ ସାପ ମୁଣ୍ଡରେ କୌଣସି ମଣି ମଧ୍ୟ ନାହିଁ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଓଡ଼ିଶାର ସାପ ବିଶେଷଜ୍ଞ ଶୁଭେନ୍ଦୁ ସ୍ଵାଇଁଙ୍କ ସହିତ ସମ୍ପର୍କ କରିଲୁ। ଶୁଭେନ୍ଦୁ ସ୍ଵାଇଁ ମଧ୍ୟ ଏହି କଥାକୁ ଜୋର ଦେଇ କହିଲେ ଯେ ଦୁନିଆରେ ଏପରି କୌଣସି ସାପ ପ୍ରଜାତି ନାହିଁ।
୨୫ ଅକ୍ଟୋବର ରେ ଡେଲି ହୁଣ୍ଟରେ ଛପି ଥିବା ଗୋଟିଏ ଅନୁଛେଦରେ ମଧ୍ୟ ଏହା ଲେଖା ଯାଇଅଛି ଯେ ଏପରି କୌଣସି ପ୍ରଜାତିର ସାପ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋସ୍ଟରେ ଛପି ଥିବା ଶୀର୍ଷକର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହି। ଏହି ପୋଷ୍ଟର ଅନୁଛେଦରେ ମଧ୍ୟ ଏହା ଦାବି କରାଯାଇଅଛି ଯେ ବିଭିନ୍ନ ସାପ ବିଶେଷଜ୍ଞ ଏହି ଘଟନାଟିକୁ ଖଣ୍ଡିତ କରି ଏହା କହିଅଛନ୍ତି ଯେ ଦୁନିଆରେ ଏପରି କୌଣସି ସାପ ପ୍ରଜାତି ନାହିଁ।

Title:କ’ଣ ନାଗସାପ ମୁଣ୍ଡରୁ ବାହାରୁଅଛି ନାଳୀ ରଙ୍ଗ ଆଲୋକ? କ’ଣ ଏହା ଗୋଟିଏ ଦିବ୍ୟ ସାପ? କ’ଣ ରହସ୍ୟ ଲୁଚି ରହିଅଛି ଏହି ଭିଡିଓରେ? ଜାଣନ୍ତୁ।
Fact Check By: Siddhartha SahuResult: False